Advertisment

ଫେରାର ଗଞ୍ଜେଇ ଚୋରା ଚାଲାଣକାରୀ ରାଜ କୁମାର ଗିରଫ

କନ୍ଧମାଳ: ଦୀର୍ଘ ଦିନରୁ ଫେରାର ଥିବା ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଜିରିଂପଡ଼ାରର ରାଜ କୁମାର ନାମକ ଜଣେ ଗଞ୍ଜେଇ ଚୋରା ଚାଲାଣକାରୀକୁ ଭୁବନେଶ୍ଵର ଲକ୍ଷ୍ମୀସାଗର ଅଞ୍ଚଳରୁ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍ ଗିରଫ କରିଛି। ୩ଟି ମାମଲାରେ ଆଜି କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ତାକୁ କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ରାଜ କୁମାର ନାଁରେ ଫୁଲବାଣୀ ଟାଉନ ଥାନାରେ ଦୁଇଟି ମାମଲା ଏବଂ ସଦର ଥାନାରେ ଗୋଟିଏ ମାମଲା ରହିଛି। ସଦର ଥାନାରେ ଗତ ବର୍ଷ […]

ଫେରାର ଗଞ୍ଜେଇ ଚୋରା ଚାଲାଣକାରୀ ରାଜ କୁମାର ଗିରଫ

ganja-chora

Advertisment

କନ୍ଧମାଳ: ଦୀର୍ଘ ଦିନରୁ ଫେରାର ଥିବା ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଜିରିଂପଡ଼ାରର ରାଜ କୁମାର ନାମକ ଜଣେ ଗଞ୍ଜେଇ ଚୋରା ଚାଲାଣକାରୀକୁ ଭୁବନେଶ୍ଵର ଲକ୍ଷ୍ମୀସାଗର ଅଞ୍ଚଳରୁ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍ ଗିରଫ କରିଛି। ୩ଟି ମାମଲାରେ ଆଜି କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ତାକୁ କୋର୍ଟ ଚାଲାଣ କରିଛି।

Advertisment

ସୂଚନା ଅନୁସାରେ ରାଜ କୁମାର ନାଁରେ ଫୁଲବାଣୀ ଟାଉନ ଥାନାରେ ଦୁଇଟି ମାମଲା ଏବଂ ସଦର ଥାନାରେ ଗୋଟିଏ ମାମଲା ରହିଛି। ସଦର ଥାନାରେ ଗତ ବର୍ଷ ମେ’ ମାସରେ ଏକ ଟାଟା ମ୍ୟାଜିକ୍‌ ଗାଡ଼ିରୁ ପୋଲିସ୍ ୪୫ କିଲୋ ଗଞ୍ଜେଇ ସହ ୪ ଜଣଙ୍କୁ ଗିରଫ କରିଥିଲା କିନ୍ତୁ ରାଜ କୁମାର ଫେରାର ହୋଇଯାଇଥିଲା। ସେହିଭଳି ଟାଉନ ଥାନାରେ ଏକ ଗଣ୍ଡଗୋଳ ମାମଲା ଓ ଜାନୁୟାରୀ ୨୦୧୩ର ଗଞ୍ଜେଇ ଚୋରା ଚାଲାଣ ମାମଲାରେ ମଧ୍ୟ ସେ ଫେରାର ଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe