ଗ୍ରାମ୍ୟ ବିଦ୍ୟୁତ୍‌କରଣ କାର୍ଯ୍ୟକ୍ରମର ଶତ ପ୍ରତିଶତ କାର୍ଯ୍ୟକାରିତା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମ୍ୟ ବିଦ୍ୟୁତ୍‌କରଣ କାର୍ଯ୍ୟକ୍ରମର ଶତ ପ୍ରତିଶତ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଛନ୍ତି। କାର୍ଯ୍ୟକ୍ରମର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ପ୍ରତି ମାସ ସମୀକ୍ଷା ବୈଠକ କରିବେ ବୋଲି ଜଣାପଡିଛି। ସଚିବାଳୟରେ ବୁଧବାର ଏ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗ୍ରାମ୍ୟ ବିଦ୍ୟୁତିକରଣ ସମେତ ଶିକ୍ଷକ ତାଲିମ୍, ସ୍ୱାସ୍ଥ୍ୟସେବା, ଗ୍ରାମ୍ୟ ଜଳଯୋଗାଣ, ଗମନାଗମନ, ଗ୍ରାମ୍ୟ ଗୃହ ନିର୍ମାଣ, କ୍ଷୁଦ୍ର ଜଳସେଚନ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ବ୍ୟାଙ୍କ ସେବା […]

naveen

Rakesh Mallick
  • Published: Thursday, 11 February 2016
  • , Updated: 11 February 2016, 03:57 AM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମ୍ୟ ବିଦ୍ୟୁତ୍‌କରଣ କାର୍ଯ୍ୟକ୍ରମର ଶତ ପ୍ରତିଶତ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଛନ୍ତି। କାର୍ଯ୍ୟକ୍ରମର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ପ୍ରତି ମାସ ସମୀକ୍ଷା ବୈଠକ କରିବେ ବୋଲି ଜଣାପଡିଛି। ସଚିବାଳୟରେ ବୁଧବାର ଏ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗ୍ରାମ୍ୟ ବିଦ୍ୟୁତିକରଣ ସମେତ ଶିକ୍ଷକ ତାଲିମ୍, ସ୍ୱାସ୍ଥ୍ୟସେବା, ଗ୍ରାମ୍ୟ ଜଳଯୋଗାଣ, ଗମନାଗମନ, ଗ୍ରାମ୍ୟ ଗୃହ ନିର୍ମାଣ, କ୍ଷୁଦ୍ର ଜଳସେଚନ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ବ୍ୟାଙ୍କ ସେବା ସମ୍ପର୍କରେ ଆଲୋଚନା ହୋଇଥିଲା।

ବୈଠକରେ ବାଲିଗୁଡ଼ା ଓ ଜି.ଉଦୟଗିରିଠାରେ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଶିକ୍ଷକ ତାଲିମ୍ କାର୍ଯ୍ୟକ୍ରମକୁ ସୁ-ବ୍ୟବସ୍ଥିତ ପରିଚାଳନା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। କନ୍ଧମାଳ ଜିଲ୍ଲାର ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଚଳିତମାସ ଶେଷ ସୁଦ୍ଧା ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ୍ କରିବାକୁ ମୁଖ୍ୟମନ୍ତ୍ରୀ ଖାଦ୍ୟ ଓ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଉପେନ୍ଦ୍ର ନାଥ ବେହେରା, ଶକ୍ତି, ସ୍ୱାସ୍ଥ୍ୟ ଓ ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ସଚିବଙ୍କ ସମେତ ଗ୍ରୀଡକୋ ଅଧ୍ୟକ୍ଷ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Related story