ହଦଗଡ଼ ନବୋଦୟ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣା: କ୍ଷତି ପୂରଣ ସହ ଅଭିଯୁକ୍ତ ଶିକ୍ଷକଙ୍କ ଗିରଫ ଦାବି କଲେ ଗ୍ରାମବାସୀ

ଆନନ୍ଦପୁର: ହଦଗଡ଼ ନବୋଦୟ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଶିକ୍ଷକଙ୍କ ଗିରଫ ଦାବି କରିଛନ୍ତି ଗାଁ ଲୋକେ। ଆଜି ଛାତ୍ରୀଙ୍କ ମୃତଦେହ ତାଙ୍କ ଗାଁରେ ପହଞ୍ଚିବା ପରେ ପରିବାରକୁ କ୍ଷତି ପୂରଣ ସହ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

ଗତ ଶନିବାରଠାରୁ ଛାତ୍ରୀ ଜଣଙ୍କ ସ୍କୁଲରୁ ନିଖୋଜ ହୋଇଯାଇଥିଲା। ସୋମବାର ହଦଗଡ଼ ଡ୍ୟାମ୍ ତଳୁ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ  ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ  ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।