ଝାରସୁଗୁଡ଼ା: ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା,ଜଣେ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ସ୍ଥିତ ବେହେରାପାଟ ବାଇପାସ ନିକଟରେ ଆଜି ଟ୍ରକ୍  ଓ ବାଇକ୍ ମୁହାଁମୁହିଁ  ଧକ୍କା ହେବା ଫଳରେ ଜଣେ ବାଇକ୍ ଆରୋହୀର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଏକାତାଲିର ଶ୍ରୀଧର ମିଶ୍ର। ସେ ବାଇକ୍‌ରେ ଝାରସୁଗୁଡ଼ା ଆଡକୁ ଯାଉଥିବା ସମୟରେ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।