/odisha-reporter/media/post_attachments/uploads/2015/10/21.jpg)
sonlpur
ସୁବର୍ଣ୍ଣପୁର: ନିଖୋଜ ଯୁବତୀଙ୍କୁ ଖୋଜିବାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ବାଙ୍କବିଜା ଗାଁର କିଛି ଲୋକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଆରମ୍ଭ କରିଛନ୍ତି। ଗତ ଅଗଷ୍ଟ ମାସ ୩୧ ତାରିଖରେ ଭିକାରୀ ବାଗଙ୍କ ଝିଅ ସୁବର୍ଣ୍ଣ ଘରୁ ନିଖୋଜ ହୋଇଯାଇଥିଲେ। ଏନେଇ ସୁବର୍ଣ୍ଣଙ୍କ ବାପା ତାଙ୍କ ଝିଅକୁ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳର ଦିନବନ୍ଧୁ ବାଗ୍ ଅପହରଣ କରିନେଇଥିବା ନେଇ ସୋନପୁର ଥାନାରେ ଅଭିଯୋଗ କରିଥିଲେ। ତେବେ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ ଏନେଇ ଅଭିଯୁକ୍ତ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆନଯିବାର ପ୍ରତିବାଦ କରି ଭିକାରୀ ବାଗ, ତାଙ୍କ ସମ୍ପର୍କୀୟ ଏବଂ କିଛି ଗ୍ରାମବାସୀଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ଅନଶନ ଆରମ୍ଭ କରିଛନ୍ତି। ଅଭିଯୁକ୍ତକୁ ଶୀଘ୍ର ଗିରଫ କରିବାକୁ ସେମାନେ ଦାବି କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
