Advertisment

୫ ଦଫା ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟିର କେନ୍ଦୁଝର ବନ୍ଦ

କେନ୍ଦୁଝର: ସରକାରୀ ମେଡିକାଲ୍ କଲେଜ ପ୍ରତିଷ୍ଠା ସହିତ ୫ ଦଫା ଦାବିରେ ଶନିବାର ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା ଦେଇଛି କେନ୍ଦୁଝର ମିଳିତ କ୍ରିୟାନୁଷ୍ଠାନ କମିଟି। ଏହି ବନ୍ଦ ଡାକରାକୁ ଜିଲ୍ଲାର ବିଭିନ୍ନ ସଂଗଠନ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ବୁଦ୍ଧିଜୀବୀ, ସାମ୍ବାଦିକ ସଂଘ, ବ୍ୟବସାୟିକ ସଂଘ ଓ ସାଧାରଣ ଲୋକ ସମର୍ଥନ କରି ଏଥିରେ ସାମିଲ ହୋଇଛନ୍ତି। ବିଭିନ୍ନ ସଂଗଠନର ଶତାଧିକ ଲୋକ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ। କେନ୍ଦୁଝର ସହର […]

ଅଦ୍ୟତନ ହୋଇଛି
୫ ଦଫା ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟିର କେନ୍ଦୁଝର ବନ୍ଦ

kendujhar

Advertisment

କେନ୍ଦୁଝର: ସରକାରୀ ମେଡିକାଲ୍ କଲେଜ ପ୍ରତିଷ୍ଠା ସହିତ ୫ ଦଫା ଦାବିରେ ଶନିବାର ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା ଦେଇଛି କେନ୍ଦୁଝର ମିଳିତ କ୍ରିୟାନୁଷ୍ଠାନ କମିଟି। ଏହି ବନ୍ଦ ଡାକରାକୁ ଜିଲ୍ଲାର ବିଭିନ୍ନ ସଂଗଠନ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ବୁଦ୍ଧିଜୀବୀ, ସାମ୍ବାଦିକ ସଂଘ, ବ୍ୟବସାୟିକ ସଂଘ ଓ ସାଧାରଣ ଲୋକ ସମର୍ଥନ କରି ଏଥିରେ ସାମିଲ ହୋଇଛନ୍ତି। ବିଭିନ୍ନ ସଂଗଠନର ଶତାଧିକ ଲୋକ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ। କେନ୍ଦୁଝର ସହର ମଧ୍ୟ ଦେଇ ଯାଇଥିବା ୨୧୫ ଓ ୪୯ ନମ୍ବର ଜାତୀୟ ରାଜପଥକୁ ଆନ୍ଦୋଳନକାରୀମାନେ ଅବରୋଧ କରିଛନ୍ତି। ଫଳରେ ଉଭୟ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ହଜାର ହଜାର ମାଲବାହି ଗାଡ଼ି ଅଟକି ରହିଛନ୍ତି। ସହର ଭିତରେ ମଧ୍ୟ ଗାଡ଼ି ଚଳାଚଳ ବନ୍ଦ ରହିଛି। ଦୋକାନ ବଜାର ବନ୍ଦ ରହିଛି। ପେଟ୍ରୋଲ୍ ପମ୍ପ୍ ଆଦି ମଧ୍ୟ ବନ୍ଦ ରହିଛି। ତେବେ ସ୍ୱାସ୍ଥ୍ୟସେବା ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦରୁ ବାଦ୍ ଦିଆଯାଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସହରରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।

Advertisment

କେନ୍ଦୁଝର ଜିଲ୍ଲାରେ ସରକାରୀ ମେଡିକାଲ୍ କଲେଜ୍, ମେଗା ଇସ୍ପାତ କାରଖାନା ଓ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଧରଣୀଧର ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ ଓ ଆନନ୍ଦପୁର ଏବଂ ଚମ୍ପୁଆକୁ ରେଳ ସଂଯୋଗ ଆଦି ଦାବି ନେଇ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe