କେନ୍ଦୁଝର: ଅଟୋକୁ ଧକ୍କା ଦେଲା ଟ୍ରକ୍; ଜଣେ ମୃତ, ୮ ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା  ସଦର ଥାନା ଅନ୍ତର୍ଗତ ଅଞ୍ଜର ନିକଟରେ ଏକ ଅଟୋକୁ ଟ୍ରକ୍‌ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ  ଘଟିଛି। ସେ ହେଲେ ବାଂଶପାଳ ଭେଜିଡିହ ଗାଁର ସିନ୍ଧୁ ନାୟକ।

ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ତିନି ଜଣଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏମାନେ ଏକ ଅଟୋରେ କେନ୍ଦୁଝର ବସ୍‌ଷ୍ଟାଣ୍ଡରୁ  ବଂଶପାଳ ବ୍ଳକ୍  ଭେଜିଡିହ ଗାଁକୁ ଯାଉଥିଲେ।