boudh
ବୌଦ୍ଧ: ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ ରବିବାର ଦିନିକିଆ ବୌଦ୍ଧ ଗସ୍ତରେ ଆସି ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏହି ଅବସରରେ ଅନୁଷ୍ଠିତ ସଭାରେ ସେ ଧାନ କିଣା ଉପରେ ଗୁରୁତ୍ୱ ଦେବା ସହିତ ଚାଷୀଙ୍କୁ ତୁରନ୍ତ ଅର୍ଥ ପ୍ରଦାନ,ସୂଚାରୁରୂପେ ଧାନ କିଣା ପ୍ରକ୍ରିୟା,ବିଭିନ୍ନ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ, ବିଭିନ୍ନ ବିଭାଗର କୋଠା ନିର୍ମାଣ,ପାନୀୟଜଳ ଯୋଗାଣ ଓ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଉପଜିଲ୍ଲାପାଳ ଶ୍ରୀକାନ୍ତ ତରେଇ, ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ପ୍ରଧାନ,ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ, ରାସ୍ତା ଓ କୋଠାବାଡି ନିର୍ବାହି ଯନ୍ତ୍ରୀ,ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ,ବୌଦ୍ଧ କେନ୍ଦ୍ରୀୟ ବ୍ୟାଙ୍କର ସଂପାଦକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/02/boudh1.jpg)