prakash
ପାରାଦୀପ: କୁଜଙ୍ଗ ବଜାରରେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ କୁଶପୁତ୍ତଳିକା ଦାହ ବେଳେ ବୁଧବାର ଜଣେ ଯୁବକଙ୍କ ଦେହରେ ନିଆଁ ଲାଗିଯିବାରୁ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆହତ ଯୁବକ ଜଣଙ୍କ ହେଲେ ଜ୍ୟୋତିପ୍ରକାଶ ନାଥଶର୍ମା। କୁଜଙ୍ଗ ବଜାରରେ ସ୍ଥାନୀୟ ବିଜେପି ମଣ୍ଡଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ବେଳେ ଏହି ଘଟଣା ଘଟିଛି।
ବିଜେପି ମଣ୍ଡଳ ପକ୍ଷରୁ ଆଇଓସିଏଲ ଲୋକାର୍ପଣ ଉତ୍ସବ ଅବସରରେ ଗଣ୍ଡଗୋଳ ନେଇ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ କୁଶପୁତ୍ତଳିକା ଦାହ କରାଯାଉଥିଲା। କୁଶପୁତ୍ତଳିକାରେ ପେଟ୍ରୋଲ ଢାଳି ନିଆଁ ଲଗାଯିବା ବେଳେ ପାଖରେ ଛିଡା ହୋଇଥିବା ଜ୍ୟୋତିପ୍ରକାଶଙ୍କ ଦେହରେ ନିଆଁ ଲାଗିଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ କୁଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପରେ ସେ ଘରକୁ ଫେରିଛନ୍ତି। ବର୍ତ୍ତମାନ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/02/prakash.jpg)