ଲମତାପୁଟରେ ମାଓ ପୋଷ୍ଟର ଓ ବ୍ୟାନର୍

ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଅନ୍ତର୍ଗତ ଅନକାଡ଼େଲି-ହନ୍ତାଲପୁଟ ରାସ୍ତାରେ ରବିବାର ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି। ମାଓବାଦୀମାନେ ୮ ଦଫା ଦାବି ନେଇ ଏହି ପୋଷ୍ଟର୍ ଓ ବ୍ୟାନର୍ ଲଗାଇଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସକୁ ଗାଁ ଗାଁରେ ପାଳନ କରିବାକୁ ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ଆହ୍ୱାନ କରିଛନ୍ତି। ତା’ସହ  ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ  ବିରୋଧ, ବାଲ୍ୟବିବାହ ପ୍ରଥା ବନ୍ଦ, ମଦ ବିରୋଧରେ ଲଢ଼େଇ ଓ ମହିଳାମାନଙ୍କୁ  ଆର୍ଥିକ ଓ ସାମାଜିକ ସ୍ତରରେ […]

mao

Rakesh Mallick
  • Published: Sunday, 06 March 2016
  • , Updated: 06 March 2016, 12:33 PM IST

ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଅନ୍ତର୍ଗତ ଅନକାଡ଼େଲି-ହନ୍ତାଲପୁଟ ରାସ୍ତାରେ ରବିବାର ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି। ମାଓବାଦୀମାନେ ୮ ଦଫା ଦାବି ନେଇ ଏହି ପୋଷ୍ଟର୍ ଓ ବ୍ୟାନର୍ ଲଗାଇଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସକୁ ଗାଁ ଗାଁରେ ପାଳନ କରିବାକୁ ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ଆହ୍ୱାନ କରିଛନ୍ତି। ତା’ସହ  ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ  ବିରୋଧ, ବାଲ୍ୟବିବାହ ପ୍ରଥା ବନ୍ଦ, ମଦ ବିରୋଧରେ ଲଢ଼େଇ ଓ ମହିଳାମାନଙ୍କୁ  ଆର୍ଥିକ ଓ ସାମାଜିକ ସ୍ତରରେ ଶକ୍ତିଶାଳୀ କରିବା  ଉପରେ  ମାଓବାଦୀମାନେ  ପୋଷ୍ଟରରେ ଲେଖିଛନ୍ତି। ପୋଷ୍ଟରରେ ମାଲକାନଗିରି, କୋରାପୁଟ ଓ ବିଶାଖାପାଟଣା ବୋର୍ଡ ଡିଭିଜନ୍ ସିପିଆଇ କମିଟି ବୋଲି ଉଲ୍ଲେଖ ରହିଛି।

Related story