Advertisment

ପୁରୀ: ସ୍ୱର୍ଗଦ୍ୱାରକୁ ଲାଗି ରହିଥିବା ୬ଟି ଦୋକାନକୁ ଭଙ୍ଗାଗଲା

ପୁରୀ: ପୁରୀ ସ୍ୱର୍ଗଦ୍ୱାର ପରିସରରେ ପାର୍କିଂ ବ୍ୟବସ୍ଥାକୁ ଉନ୍ନତ କରିବା ସହ ଯାତ୍ରୀଙ୍କୁ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବା ପାଇଁ ଆଜି ପୁରୀ ପୌରସଂସ୍ଥା ପକ୍ଷରୁ ସ୍ୱର୍ଗଦ୍ୱାରକୁ ଲାଗି ରହିଥିବା ୬ଟି ଦୋକାନକୁ ଭାଙ୍ଗି ଦିଆଯାଇଛି। ପୂର୍ବରୁ ଏହି ଦୋକାନଗୁଡ଼ିକୁ ଉଠାଇ ଦେବା ପାଇଁ ନୋଟିସ୍ ଜାରି କରାଯାଇଥିଲା। ପ୍ରାୟ ୧୦୦ ଡେସିମିଲି ଜମିକୁ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜବରଦଖଲ ମୁକ୍ତ କରାଯାଇଥିଲା। କିନ୍ତୁ ସେଠାରେ ପରବର୍ତ୍ତୀ ସମୟରେ ପୁରୀ ପୌରସଂସ୍ଥା ପକ୍ଷରୁ ଦୋକାନଗୃହ ନିର୍ମାଣ […]

ପୁରୀ: ସ୍ୱର୍ଗଦ୍ୱାରକୁ ଲାଗି ରହିଥିବା ୬ଟି ଦୋକାନକୁ ଭଙ୍ଗାଗଲା

puri

Advertisment

ପୁରୀ: ପୁରୀ ସ୍ୱର୍ଗଦ୍ୱାର ପରିସରରେ ପାର୍କିଂ ବ୍ୟବସ୍ଥାକୁ ଉନ୍ନତ କରିବା ସହ ଯାତ୍ରୀଙ୍କୁ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବା ପାଇଁ ଆଜି ପୁରୀ ପୌରସଂସ୍ଥା ପକ୍ଷରୁ ସ୍ୱର୍ଗଦ୍ୱାରକୁ ଲାଗି ରହିଥିବା ୬ଟି ଦୋକାନକୁ ଭାଙ୍ଗି ଦିଆଯାଇଛି। ପୂର୍ବରୁ ଏହି ଦୋକାନଗୁଡ଼ିକୁ ଉଠାଇ ଦେବା ପାଇଁ ନୋଟିସ୍ ଜାରି କରାଯାଇଥିଲା।

Advertisment

ପ୍ରାୟ ୧୦୦ ଡେସିମିଲି ଜମିକୁ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜବରଦଖଲ ମୁକ୍ତ କରାଯାଇଥିଲା। କିନ୍ତୁ ସେଠାରେ ପରବର୍ତ୍ତୀ ସମୟରେ ପୁରୀ ପୌରସଂସ୍ଥା ପକ୍ଷରୁ ଦୋକାନଗୃହ ନିର୍ମାଣ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସେହି ୧୦୦ ଡେସିମିଲି ଜମି ଉପରେ ଦୋକାନଗୃହ ରହିଥିବା ଯୋଗୁଁ ସ୍ୱର୍ଗଦ୍ୱାର ସଂପୂର୍ଣ୍ଣ ସଙ୍କୁଚିତ ହୋଇପଡ଼ିଥିଲା। ତେଣୁ ସେହି ୬ଟି ଦୋକାନର ସ୍ୱୀକୃତିପତ୍ରକୁ ରଦ୍ଦ କରି ଉଚ୍ଛେଦ କରାଯାଇଛି ବୋଲି ପୁରୀ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି। ସ୍ୱର୍ଗଦ୍ୱାରର ପରିସୀମାକୁ ଆହୁରି ବୃଦ୍ଧି କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe