/odisha-reporter/media/post_attachments/uploads/2022/09/result.jpg)
result
ନୂଆଦିଲ୍ଲୀ: ପ୍ରକାଶ ପାଇଛି ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ବା କମନ ୟୁନିଭର୍ସିଟି ଏଣ୍ଟରାନ୍ସ ଟେଷ୍ଟ-ଅଣ୍ଡର ଗ୍ରାଜ୍ୟୁଏଟ(CUTE-UG) ୨୦୨୨ର ରେଜଲ୍ଟ। ୩୦ଟି ବିଷୟରେ ହୋଇଥିବା ଏହି ପରୀକ୍ଷାରେ ୧୯,୮୬୫ ଜଣ ଶିକ୍ଷାର୍ଥୀ ୧୦୦% ମାର୍କ ରଖିଛନ୍ତି। ଇଂରାଜୀରେ ସର୍ବାଧିକ ୮,୨୩୬ ଜଣ ୧୦୦% ମାର୍କ ରଖିଥିବା ବେଳେ ରାଜନୀତି ବିଜ୍ଞାନରେ ୨,୦୬୫ ଜଣ ଓ ବିଜନେସ ଷ୍ଟଡିଜରେ ୧,୬୬୯ ଜଣ ପିଲା ୧୦୦% ମାର୍କ ହାସଲ କରିଛନ୍ତି।
ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ଆଜି ଏହି ପ୍ରବେଶିକା ପରୀକ୍ଷାର ରେଜଲ୍ଟ ଘୋଷଣା କରାଯାଇଛି। ପୂର୍ବରୁ ଗୁରୁବାର ରାତି ୧୦ଟାରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଏନଟିଏ ନିଜ ଧାର୍ଯ୍ୟ ସମୟରେ ରେଜଲ୍ଟ ପ୍ରକାଶ କରିବାରେ ବିଫଳ ହୋଇଛି। ବାୟୋଲୋଜି, ଅର୍ଥନୀତୀ ଓ ସାଇକୋଲୋଜିରେ ୧୦୦% ମାର୍କ ରଖିଥିବା ପିଲାଙ୍କ ସଂଖ୍ୟା ହେଉଛି ୧,୦୦୦।
ମୋଟ ୧୪,୯୦,୨୯୩ ଜଣ ଶିକ୍ଷାର୍ଥୀ CUET-UG ପରୀକ୍ଷା ଦେବାକୁ ପଞ୍ଜୀକୃତ କରିଥିଲେ। ଏମାନଙ୍କ ମଧ୍ୟରୁ ୯,୬୮,୨୦୨ ଜଣ(୬୦%) ପରୀକ୍ଷା ଦେଇଥିଲେ। ଏବେ ଏହି ପ୍ରବେଶିକା ପରୀକ୍ଷାର ରେଜଲ୍ଟ ଅନୁସାରେ ଦେଶର ୯୦% ବିଶ୍ୱବିଦ୍ୟାଳୟରେ ପିଲାମାନଙ୍କୁ ନାମ ଲେଖାଇବାକୁ ଅନୁମତି ମିଳିବ। ଏହା ମଧ୍ୟରେ ୪୪ଟି କେନ୍ଦ୍ରୀୟ, ୧୨ଟି ରାଜ୍ୟ, ୧୧ଟି ଡିମ୍ଡ ଓ ୧୯ଟି ଘରୋଇ ବିଶ୍ୱବିଦ୍ୟାଳୟ ରହିଛନ୍ତି।
ଅନ୍ୟ ବିଷୟବସ୍ତୁରେ ୧୦୦% ମାର୍କ ରଖିଥିବା ପିଲାଙ୍କ ସଂଖ୍ୟା ମଧ୍ୟ ସାମ୍ନାକୁ ଆସିଛି। ହିନ୍ଦୀରେ ୮୭୫ ଜଣ, ଆକାଉଣ୍ଟାନ୍ସିରେ ୪୨୨ ଜଣ, ଭୂଗୋଳରେ ୩୨୬ ଜଣ, ଇତିହାସରେ ୮୯୩ ଜଣ ଓ ସୋସିଓଲୋଜିରେ ୨୬୧ ଜଣ ୧୦୦% ମାର୍କ ରଖିଛନ୍ତି।
ପ୍ରାଥମିକ ଅବସ୍ଥାରେ CUET-UGକୁ ଅଗଷ୍ଟ ୨୦ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ବିଭିନ୍ନ କାରଣ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା ଓ ୬ଟି ପର୍ଯ୍ୟାୟରେ ପରୀକ୍ଷା ଆୟୋଜନ କରାଯାଇଥିଲା। ଜୁଲାଇ ୧୫ରୁ ଅଗଷ୍ଟ ୩୦ ମଧ୍ୟରେ ସମସ୍ତ ପର୍ଯ୍ୟାୟ ପରୀକ୍ଷା ଏନଟିଏ ଆୟୋଜନ କରିଥିଲା। ୨୦ ଦିନ ଓ ୩୮ଟି ସ୍ଲଟ୍ସ ମାଧ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି କମ୍ପ୍ୟୁଟର ଭିତ୍ତିକ ପ୍ରବେଶିକା ପରୀକ୍ଷା ୨୫୯ଟି ସହରର ୪୮୯ଟି କେନ୍ଦ୍ରରେ କରାଯାଇଥିଲା। ପିଲାମାନଙ୍କୁ କୌଣସି ପ୍ରକାରର ମାର୍କ ଦିଆଯାଇନାହିଁ। ସେମାନଙ୍କ ପରୀକ୍ଷା ରେଜଲ୍ଟକୁ ପ୍ରତିଶତ ଆକାରରେ ପ୍ରକାଶ କରାଯାଇଛି। ଏହି ପ୍ରତିଶତ ଅନୁସାରେ ପିଲାମାନଙ୍କୁ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇବାକୁ ଅନୁମତି ମିଳିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
