Advertisment

ଜୁଲାଇ ୩୧ରେ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇବ ୨୦୨୧ ମସିହା ବାର୍ଷିକ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ। ୩୧ ତାରିଖ ଦିନ ସନ୍ଧ୍ୟାରେ ପରୀକ୍ଷା ଫଳ ପ୍ରକାଶିତ ହେବ। ତେବେ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରିବାରେ ଅଧିକ ସମୟ ଆବଶ୍ୟକ ଥିବାରୁ ଏହାର ରେଜଲ୍ଟ ପ୍ରକାଶନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଉଭୟ ପାଠ୍ୟକ୍ରମର ଫଳାଫଳ ଜୁଲାଇ ୩୧ ତାରିଖ ପରେ ପ୍ରକାଶ ପାଇବ। […]

ଅଦ୍ୟତନ ହୋଇଛି
ଜୁଲାଇ ୩୧ରେ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

+2-exam

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇବ ୨୦୨୧ ମସିହା ବାର୍ଷିକ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ। ୩୧ ତାରିଖ ଦିନ ସନ୍ଧ୍ୟାରେ ପରୀକ୍ଷା ଫଳ ପ୍ରକାଶିତ ହେବ। ତେବେ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରିବାରେ ଅଧିକ ସମୟ ଆବଶ୍ୟକ ଥିବାରୁ ଏହାର ରେଜଲ୍ଟ ପ୍ରକାଶନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଉଭୟ ପାଠ୍ୟକ୍ରମର ଫଳାଫଳ ଜୁଲାଇ ୩୧ ତାରିଖ ପରେ ପ୍ରକାଶ ପାଇବ।

Advertisment

ଏଥିପାଇଁ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ପିଟିସନ୍ ଦାୟର କରାଯାଇଛି। ସୁପ୍ରିମକୋର୍ଟ ଜୁଲାଇ ୩୧ ତାରିଖ ସୁଦ୍ଧା +୨ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇଁ କହିଥିଲେ। କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ଫଳ ଖୁବଶୀଘ୍ର ପ୍ରକାଶ କରିବା ପାଇଁ ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଥିବା ମାଧ୍ୟମିକ ପରିଷଦ ସୂତ୍ରରୁ ଜଣାପଡ଼ିଛି।

+୨ ରେଜଲ୍ଟ ଓ ମୂଲ୍ୟାୟନ ପଦ୍ଧତ୍ତି ନେଇ CHSE ପକ୍ଷରୁ ସୂଚନା ଦିଆଯାଇଥିଲା। ଏକ୍ସପର୍ଟ କମିଟି ଦେଇଥିବା ଭିତ୍ତି ଅନୁଯାୟୀ, ଦଶମ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ ହେବାକୁ ନିଷ୍ପତ୍ତି ହୋଇଛି। ରେଗୁଲାର ପିଲାଙ୍କ ମାର୍କିଂ ମ୍ୟାଟ୍ରିକ୍‌ ଭିତ୍ତିରେ ହେବ। ଏକ୍ସରେଗୁଲାର ପିଲାଙ୍କ ମାର୍କିଂ ପୂର୍ବଥର +୨ ପରୀକ୍ଷା ଭିତ୍ତିରେ ହେବ। ପୂର୍ବଥର +୨ ପରୀକ୍ଷା ଦେଇଥିଲେ ପାସ୍ କରିଥିବା ବିଷୟ ଭିତ୍ତିରେ ମାର୍କିଂ ହେବ। ଏହାସହ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ବେଳେ ପ୍ରାକ୍ଟିକାଲ୍ ବା ପ୍ରୋଜେକ୍ଟକୁ ମଧ୍ୟ ହିସାବକୁ ନିଆଯିବ। ତେବେ ରେଜଲ୍ଟ ବାହାରିବା ପରେ ଯେଉଁମାନେ ମାର୍କରେ ସନ୍ତୁଷ୍ଟ ନହେବେ, ସେମାନେ ପରେ ପରୀକ୍ଷା ଦେଇପାରିବେ। ପରିସ୍ଥିତି ସ୍ୱାଭାବିକ ହେଲା ପରେ ସେମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

କରୋନା ସ୍ଥିତିକୁ ଦୃଷ୍ଟିରେ ରଖିରାଜ୍ୟ ସରକାର ଦଶମ ବୋର୍ଡ ଓ ଯୁକ୍ତ ୨ପରୀକ୍ଷା ବାତିଲ କରିଥିଲେ। ମାତ୍ର କେଉଁ ଆଧାରରେ ପରୀକ୍ଷା ଫଳାଫଳ ପ୍ରକାଶ କରିବେ, ସେହି ଚିନ୍ତାରେ ପଡ଼ି ଯାଇଥିଲେ ରାଜ୍ୟ ସରକାର। ତେବେ ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ନେଇ ବିଶେଷଜ୍ଞ କମିଟି ଗଠନ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe