/odisha-reporter/media/post_attachments/uploads/2021/07/school-with-computer.jpg)
school-with-computer
ନୂଆଦିଲ୍ଲୀ: ୨୦୧୯-୨୦ ଶିକ୍ଷା ବର୍ଷ ଶେଷ ହେବାକୁ ଆଉ ସପ୍ତାହେ ଥିବା ବେଳେ କୋଭିଡ ସଂକ୍ରମଣ ଯୋଗୁଁ ପୂରା ଭାରତରେ ଲକଡାଉନ୍ ଜାରି ହୋଇଥିଲା। ଏହା ପରଠୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତେଣୁ ପାଠପଢ଼ା ହେଉଛି ଅନ୍ ଲାଇନ୍ରେ। ଆଉ ଯଦି ସ୍ମାର୍ଟ ଫୋନ୍ ନାହିଁ, ତା’ହେଲେ ପାଠପଢ଼ା ଏକ ପ୍ରକାର ଠପ୍। ଓଡ଼ିଶା ସରକାରଙ୍କ ପାଖରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାର ଡିଜିଟାଇଜେସନ ଜରିଆରେ ପାଠ ପଢ଼ାଇବାକୁ ପ୍ରୟାସ କରୁଛନ୍ତି। ଏହାରି ଭିତରେ କିନ୍ତୁ ଏକ ସର୍ଭେ ରିପୋର୍ଟ ଆସିଛି, ଯେଉଁଥିରୁ ସ୍କୁଲ ଗୁଡ଼ିକର ଡିଜିଟାଇଜେସନ ବା ଇଣ୍ଟରନେଟ ଭିତ୍ତିଭୂମି କେତେ ସଦୃଢ଼ ରହିଛି, ତାହା ଜଣାପଡ଼ିଛି।
ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଜାରି କରିଥିବା ତଥ୍ୟ ଅନୁଯାୟୀ, ୨୦୧୯-୨୦ରେ ଭାରତରେ କେବଳ୨୨% ସ୍କୁଲରେ ଇଣ୍ଟରନେଟ୍ ସୁବିଧା ରହିଥିଲା। ୨୦୧୯-୨୦ରେ ୨୨% ସରକାରୀ ସ୍କୁଲରେ ଇଣ୍ଟରନେଟ୍ ସୁବିଧା ଥିବାବେଳେ ୩୯% ସ୍କୁଲରେ କମ୍ପ୍ୟୁଟର ବ୍ୟବସ୍ଥା ଥିଲା।
ଯଦି ସ୍କୁଲ ଗୁଡ଼ିକରେ ଇଣ୍ଟରନେଟ ସୁବିଧା ଏଭଳି ଦୁର୍ବଳ, ତା’ହେଲେ କିଭଳି ପିଲାଙ୍କୁ ପାଠ ପଢ଼ାଉଥିବେ ଏବେ ଚିନ୍ତା କରିବାର ସମୟ ଆସିଛି। ଯଦିଓ ସରକାର ଅନ୍ ଲାଇନ ଜରିଆରେ ପିଲାଙ୍କୁ ପାଠ ପଢ଼ାଯାଉଥିବା କଥା କହୁଛନ୍ତି, କିନ୍ତୁ ଖୋଦ୍ ଶିକ୍ଷା ମନ୍ତ୍ରାଳୟର ରିପୋର୍ଟ ବଖାଣିଛି କେତେ ସଫଳ ହୋଇଥିବ ୨୦୨୦-୨୧ରେ ଅନ୍ ଲାଇନ୍ ପାଠପଢ଼ା।
ୟୁନିଫାଏଡ୍ ଡିଷ୍ଟ୍ରିକ୍ଟ ଇନଫରମେସନ ସିଷ୍ଟମ ଫର୍ ଏଜୁକେସନ୍ ପ୍ଲସ (UDISE +) ରିପୋର୍ଟ ଅନୁଯାୟୀ ଦେଶର ୧୫ ଲକ୍ଷରୁ ଅଧିକ ସ୍କୁଲକୁ ନେଇ ଏହି ସର୍ଭେ କରାଯାଇଥିଲା। ଦେଶର ୨୬ କୋଟି ସ୍କୁଲର ଅଧିକାଂଶ ପିଲା ବର୍ଷେ ଦୁଇ ମାସ ହେବ ସ୍କୁଲ୍ ଯାଇ ନାହାନ୍ତି।
ପିଲାମାନେ ଡିଜିଟାଲ୍ ମୋଡରେ ପାଠ ପଢ଼ୁଛନ୍ତି। ଏଥିପାଇଁ ଜୁମ୍ ଭଳି ଆପ୍ ଶିକ୍ଷା ଦାନରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଶିକ୍ଷକ ମାନେ ବ୍ଲାକବୋର୍ଡ ଏବଂ ଲାବୋରେଟୋରୀରେ କୌଣସି ପାଠ ପଢ଼ାଇ ଏହାକୁ ଲାଇଭ୍ କରୁଛନ୍ତି ନଚେତ ରେକର୍ଡିଂ କରି ପିଲାଙ୍କ ଅଭିଭାବକଙ୍କ ଇ-ମେଲ ଓ ହ୍ୱାଟସଆପ ଆଦିରେ ରେକର୍ଡିଂ ଭିଡିଓ ପଠାଉଥିବାର ନଜିର ରହିଛି।
UDISE +ର ସର୍ଭେ ରିପୋର୍ଟରୁ ଜଣାପଡ଼ିଛି, କେରଳରେ ୯୦% ରୁ ଅଧିକ ବିଦ୍ୟାଳୟରେ (ଉଭୟ ସରକାରୀ ଏବଂ ବେସରକାରୀ ସ୍କୁଲରେ) କମ୍ପ୍ୟୁଟର କାମ କରୁଛି, ଯାହାକି ଦେଶରେ ସର୍ବାଧିକ। ଏହାପରେ ଛତିଶଗଡ (୮୩%), ଝାଡଖଣ୍ଡ (୭୩%), ତାମିଲନାଡୁ (୭୭%), ଗୁଜୁରାଟ (୭୪%) ଏବଂ ମହାରାଷ୍ଟ୍ର (୭୧%) ରହିଛି। ତେବେ ସରକାରୀ ସ୍କୁଲ ଅପେକ୍ଷା ଘରୋଇ ସ୍କୁଲରେ କମ୍ପ୍ୟୁଟର ଅଧିକ ଥିଲା। ସେହିପରି ଆସାମରେ ୧୩%, ମଧ୍ୟପ୍ରଦେଶରେ ୧୩%, ବିହାରରେ ୧୪%, ପଶ୍ଚିମବଙ୍ଗରେ ୧୪%, ତ୍ରିପୁରାରେ ୧୫% ଓ ଉତ୍ତରପ୍ରଦେଶରେ ୧୮% ସ୍କୁଲ୍ (ଉଭୟ ସରକାରୀ ଓ ବେସରକାରୀ)ରେ କମ୍ପ୍ୟୁଟର ଅଛି। ତେବେ ୟୁପିରେ ଥିବା ମୋଟ୍ ସରକାରୀ ସ୍କୁଲରୁ ୫ ପ୍ରତିଶତରୁ କମ୍ ସ୍କୁଲରେ କମ୍ପ୍ୟୁଟର ଥିବା ଜଣାପଡ଼ିଛି।
କେରଳରେ ୮୮% ସ୍କୁଲ୍ରେ ଇଣ୍ଟରନେଟ୍ ସୁବିଧା ଥିବା ବେଳେ ଦିଲ୍ଲୀରେ ୮୬% ଏବଂ ଗୁଜୁରାଟରେ ୭୧% ସ୍କୁଲରେ ଇଣ୍ଟରନେଟ୍ ସବୁଧା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
