Advertisment

ପୁଲିସ୍‌ ସବ୍‌ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ କଲେ ୨୬ କିନ୍ନର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪୭୭ଟି ପୁଲିସ୍ ସବ୍‌ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏଥିପାଇଁ ୨୬ ଜଣ କିନ୍ନର ଆବେଦନ କରିଛନ୍ତି। ୪୭୭ଟି ପୁଲିସ୍ ସବ୍‌ଇନ୍ସପେକ୍ଟର ପଦବୀ ପାଇଁ ମୋଟ ୧ ଲକ୍ଷ ୩୨ ହଜାର ୪୯୬ ଜଣ ଆଶାୟୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ୯୭, ୫୦୬ ଜଣ ପୁରୁଷ ଥିବା ବେଳେ ୩୪, ୯୬୪ ଜଣ ମହିଳା ରହିଛନ୍ତି। ଏହି ପଦବୀରେ ନିଯୁକ୍ତି ପାଇଁ ଜୁନ୍ ମାସରେ ବିଜ୍ଞପ୍ତି […]

ଅଦ୍ୟତନ ହୋଇଛି
ନାବାଳିକା ନାଁରେ ୧୦୭ ଦଫା ଲଗାଇଥିବା ପୁଲିସଙ୍କ ଅଡୁଆ ବଢ଼ିଲା

Police

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪୭୭ଟି ପୁଲିସ୍ ସବ୍‌ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏଥିପାଇଁ ୨୬ ଜଣ କିନ୍ନର ଆବେଦନ କରିଛନ୍ତି।

Advertisment

୪୭୭ଟି ପୁଲିସ୍ ସବ୍‌ଇନ୍ସପେକ୍ଟର ପଦବୀ ପାଇଁ ମୋଟ ୧ ଲକ୍ଷ ୩୨ ହଜାର ୪୯୬ ଜଣ ଆଶାୟୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ୯୭, ୫୦୬ ଜଣ ପୁରୁଷ ଥିବା ବେଳେ ୩୪, ୯୬୪ ଜଣ ମହିଳା ରହିଛନ୍ତି।

ଏହି ପଦବୀରେ ନିଯୁକ୍ତି ପାଇଁ ଜୁନ୍ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜୁନ୍ ୨୨ରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇଥିଲା ଓ ଜୁଲାଇ ୧୫ ତାରିଖରେ ଶେଷ ହୋଇଥିଲା।

Advertisment

ଏହି ପଦବୀ ପାଇଁ କିନ୍ନର ମାନେ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା। ଆଉ ୨୬ ଜଣ କିନ୍ନର ଏଥିପାଇଁ ଆବେଦନ କରିବା ବହୁତ ଗୁରୁତ୍ୱବହନ କରୁଛି ବୋଲି କୁହାଯାଉଛି।

ସବ୍‌ଇନ୍ସପେକ୍ଟର ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ପାସ୍‌ ରଖାଯାଇଛି। ଚଳିତବର୍ଷ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି l ଗୋଟିଏ ଲିଖିତ ପରୀକ୍ଷା ହେବା ସହ ସେଥିରେ ମଲ୍ଟିପଲ ଚଏସ ପ୍ରଶ୍ନ ରହିବ l ଏଥିସହ ପ୍ରାର୍ଥୀମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରେ ଵି କୃତକାର୍ଯ୍ୟ ହେଵାକୁ ପଡିବ।

Job Vacancy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe