ଆରମ୍ଭ ହେଲା ଯୁକ୍ତ ତିନି ଆଡମିଶନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା। ଏହାରି ଭିତରେ ଆଜି ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ଆଡମିଶନ୍ ଆରମ୍ଭ ହୋଇଥିବା ବେଳେ ଯୁକ୍ତ ୨ ପ୍ରଥମ କଟ୍ ଅଫ୍ ମାର୍କ ମଧ୍ୟ ପ୍ରକାଶ ପାଇଛି। କିନ୍ତୁ ବର୍ଷା ଯୋଗୁ ଆଡମିନଶ ପ୍ରକ୍ରିୟା କୌଣସି ପ୍ରକାରର ପ୍ରଭାବିତ ହୋଇନାହିଁ। ପ୍ରବଳ ବର୍ଷାକୁ ଖାତିର ନକରି +୩ର ଛାତ୍ରଛାତ୍ରୀମାନେ ନିଜ ମନ ପସନ୍ଦର କଲେଜରେ ଆଡମିଶନ୍ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରି ନାମ […]

+3-addmission

+3-addmission

Ranjit Kumar Jena
  • Published: Monday, 13 September 2021
  • Updated: 14 September 2021, 04:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା। ଏହାରି ଭିତରେ ଆଜି ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ଆଡମିଶନ୍ ଆରମ୍ଭ ହୋଇଥିବା ବେଳେ ଯୁକ୍ତ ୨ ପ୍ରଥମ କଟ୍ ଅଫ୍ ମାର୍କ ମଧ୍ୟ ପ୍ରକାଶ ପାଇଛି। କିନ୍ତୁ ବର୍ଷା ଯୋଗୁ ଆଡମିନଶ ପ୍ରକ୍ରିୟା କୌଣସି ପ୍ରକାରର ପ୍ରଭାବିତ ହୋଇନାହିଁ।

ପ୍ରବଳ ବର୍ଷାକୁ ଖାତିର ନକରି +୩ର ଛାତ୍ରଛାତ୍ରୀମାନେ ନିଜ ମନ ପସନ୍ଦର କଲେଜରେ ଆଡମିଶନ୍ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରି ନାମ ଲେଖାଇଛନ୍ତି। ଆଡମିଶନ ପାଇଁ କଲେଜ ଗୁଡ଼ିକରେ ପ୍ରବଳ ଗହଳି ହୋଇଥିଲା, ଯେଉଁ କାରଣରୁ ଛାତ୍ରଛାତ୍ରୀମାନଙ୍କୁ ଭଲଭାବେ ସାନିଟାଇଜ୍ କରାଯାଇ ହଲକୁ ପଠାଯାଇଥିଲା। ଏହି ସମୟରେ କ୍ୟାମ୍ପସରେ କୋଭିଡ ଗାଇଡଲାଇନର ପୂରା ଅନୁପାଳନ କରାଯାଇଥିଲା। ଆସନ୍ତା ୧୬ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ଛାତ୍ରଛାତ୍ରୀଙ୍କର ଆଡମିଶନ୍ ପ୍ରକ୍ରିୟା ଜାରି ରହିବ। ତେବେ ଆଡମିଶନ୍ ପରେ ଅଫଲାଇନ୍ କ୍ଲାସ୍ ଗୁଡ଼ିକ ଶୀଘ୍ର ଖୋଲିବ ବୋଲି ଛାତ୍ରଛାତ୍ରୀମାନେ ଆଶାବାଦୀ ଅଛନ୍ତି।

ଅନ୍ୟପକ୍ଷରେ ଆଜି +୨ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି। ଯୁକ୍ତ ୨ ନାମଲେଖା ପାଇଁ ଅଗଷ୍ଟ ୧୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ତାହା ସେପ୍ଟେମ୍ବର ୫ ତାରିଖରେ ଶେଷ ହୋଇଛି। କଟକ ରେଭେନ୍ସା ଜୁନିୟର କଲେଜ୍ ତିନୋଟି ଷ୍ଟ୍ରିମ୍ ଅର୍ଥାତ କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି।

ରେଭେନ୍ସାରେ ଆଡମିଶନ୍ ପାଇଁ ବିଜ୍ଞାନରେ ୯୧.୩୩, କଳାରେ ୭୯.୩ ଓ ବାଣିଜ୍ୟରେ ୮୨ ପ୍ରତିଶତ କଟ୍ ଅଫ୍ ରଖାଯାଇଛି। ବିଜ୍ଞାନରେ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ହାଇଅର ସେକେଣ୍ଡାରୀ ସ୍କୁଲ ୯୦.୬୭%, ଗଞ୍ଜାମର ସରସ୍ୱତୀ ବିଦ୍ୟା ମନ୍ଦିର ହାଇଅର ସେକେଣ୍ଡାରୀ ସ୍କୁଲ, ନୀଳକଣ୍ଠ ନଗର ୮୭.୮୩%, ଉପେନ୍ଦ୍ରନାଥ ହାଇଅର ସେକେଣ୍ଡାରି ସ୍କୁଲ ୮୭.୦୫%, ଫକୀର ମୋହନ ହାଇଅର ସେକେଣ୍ଡାରୀ ସ୍କୁଲ ୮୬.୮୩% କଟ୍ ଅଫ୍ ମାର୍କ ଧାର୍ଯ୍ୟ ରଖିଛି।

ଆଡମିଶନ୍ ପାଇଁ ମୋଟ୍ ୪ ଲକ୍ଷ ୩୫ ହଜାର ୯୨ ଜଣ ଆବେଦନ କରିଥିବାବେଳେ ପ୍ରଥମ କଟ୍ ଅଫରେ ୩ ଲକ୍ଷ ୮୬ ହଜାର ୪୬୪ ଜଣଙ୍କୁ ମନୋନୀତ କରାଯାଇଛି। ମନୋନୀତ ଛାତ୍ରଛାତ୍ରୀମାନେ ଆସନ୍ତାକାଲି ଠାରୁ ୨୧ ତାରିଖ ପର୍ଯ୍ୟନ୍ତ କଲେଜକୁ ଯାଇ ଆଡମିଶନ୍ କରିବେ। ଆଡମିଶନ ସମୟରେ କୋଭିଡ୍ ଗାଇଡ ଲାଇନ୍ ପାଳନ ଲାଗି କଲେଜଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଯେଉଁମାନେ ଚାହିଁବେ ଅନ୍ ଲାଇନ୍ ଜରିଆରେ ମଧ୍ୟ ଆଡମିଶନ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ୨୭ ତାରିଖରେ ଯୁକ୍ତ ଦୁଇ ଦ୍ୱିତୀୟ କଟ୍ ଅଫ୍ ଏବଂ ୨୧ ତାରିଖରେ ଯୁକ୍ତ ତିନି ଦ୍ୱିତୀୟ କଟ୍ ଅଫ୍ ପ୍ରକାଶ ପାଇବ। ସୂଚନାଯୋଗ୍ୟ, ଚଳିତବର୍ଷ ମାଟ୍ରିକରେ ରେକର୍ଡ ସଂଖ୍ୟକ ପାସ୍ ହାର ହୋଇଥିବାରୁ ଗଣଶିକ୍ଷା ବିଭାଗ ଯୁକ୍ତ ଦୁଇରେ ୫୦ ହଜାର ସିଟ୍ ବଢାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story