Advertisment

ଓଡ଼ିଶା ଷ୍ଟେଟ କୋ-ଅପରେଟିଭ ବ୍ୟାଙ୍କ ଦେବ ନିଯୁକ୍ତି, ଜାଣନ୍ତୁ ଆବେଦନ ପ୍ରକ୍ରିୟା

ଓଡ଼ିଶା ଷ୍ଟେଟ କୋ-ଅପରେଟିଭ ବ୍ୟାଙ୍କ ପକ୍ଷରୁ ବାହାରିଛି ନିଯୁକ୍ତି ସୁଯୋଗ । ବ୍ୟାଙ୍କ ପକ୍ଷରୁ ୩୨ଟି ଜୁନିଅର ମ୍ୟାନେଜର ପଦବୀ ନିମନ୍ତେ ବାହାରିଛି ବିଜ୍ଞପ୍ତି।  ଏହି ପଦ ନିମନ୍ତେ ଆବେଦନ କରିବାକୁ ଚାହୁଁଥିବା ଇଚ୍ଛୁକ ପ୍ରାର୍ଥୀ ଓଡ଼ିଶାର ନାଗରିକ ହୋଇଥିବା ଆବଶ୍ୟକ । ଏହି ପଦ ନିମନ୍ତେ ଅଫିସିଆଲ ୱେବସାଇଟ www.odishascb.com.ରେ ଆବେଦନ କରିହେବ। ଯୋଗ୍ୟତା ଜୁନିଅର ମ୍ୟାନେଜର ପଦ ନିମନ୍ତେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ସର୍ବପ୍ରଥମେ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ । ପ୍ରାର୍ଥୀମାନେ […]

ଅଦ୍ୟତନ ହୋଇଛି
ଓଡ଼ିଶା ଷ୍ଟେଟ କୋ-ଅପରେଟିଭ ବ୍ୟାଙ୍କ ଦେବ ନିଯୁକ୍ତି, ଜାଣନ୍ତୁ ଆବେଦନ ପ୍ରକ୍ରିୟା

oscb

Advertisment

ଓଡ଼ିଶା ଷ୍ଟେଟ କୋ-ଅପରେଟିଭ ବ୍ୟାଙ୍କ ପକ୍ଷରୁ ବାହାରିଛି ନିଯୁକ୍ତି ସୁଯୋଗ । ବ୍ୟାଙ୍କ ପକ୍ଷରୁ ୩୨ଟି ଜୁନିଅର ମ୍ୟାନେଜର ପଦବୀ ନିମନ୍ତେ ବାହାରିଛି ବିଜ୍ଞପ୍ତି।  ଏହି ପଦ ନିମନ୍ତେ ଆବେଦନ କରିବାକୁ ଚାହୁଁଥିବା ଇଚ୍ଛୁକ ପ୍ରାର୍ଥୀ ଓଡ଼ିଶାର ନାଗରିକ ହୋଇଥିବା ଆବଶ୍ୟକ । ଏହି ପଦ ନିମନ୍ତେ ଅଫିସିଆଲ ୱେବସାଇଟ www.odishascb.com.ରେ ଆବେଦନ କରିହେବ।

Advertisment

ଯୋଗ୍ୟତା

ଜୁନିଅର ମ୍ୟାନେଜର ପଦ ନିମନ୍ତେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ସର୍ବପ୍ରଥମେ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ । ପ୍ରାର୍ଥୀମାନେ ଏମବିଏ କିମ୍ବା ମାଷ୍ଟର ଇନ୍‌ ବ୍ୟାଙ୍କିଙ୍ଗ ମ୍ୟାନେଜମେଣ୍ଟ(MBM) କିମ୍ବା ଇକୋନମିକ୍ସରେ ଏମଏ କିମ୍ବା ଏମକମ୍‌ ପାସ୍‌ କରିଥିବା ଆବଶ୍ୟକ । ତା’ ସହ ସେମାନେ ଭାରତ ସରକାରଙ୍କ ଇଲୋକଟ୍ରୋନିକ୍ସ ଦ୍ୱାରା ଅନୁମୋଦିନ ଯେକୌଣସି ଅନୁଷ୍ଠାନରୁ  ପିଜିଡିସିଏ ବା "A" Level ସାର୍ଟିଫିକେଟ ହାସଲ କରିଥିବା ଦରକାର।  ନହେଲେ ଯୁକ୍ତ ୩ରେ ଦ୍ୱିତୀୟ ଶ୍ରେଣୀରେ ପାସ୍‌ କରିଥିବା ସହ କୋଅପରେଟିଭ ମ୍ୟାନେଜମେଣ୍ଟ ବା ରୁରାଲ ଡେଭଲଭମେଣ୍ଟରେ ଡିପ୍ଲୋମା କରିଥିବେ ଏବଂ ସେମାନେ କମ୍ପ୍ୟୁଟର ଆପ୍ଲିକେସନରେ ପିଜିଡିସିଏ କରିଥିବେ ବା  "K Level ସାର୍ଟିଫିକେଟ ହାସଲ କରିଥିବେ ।

ପରୀକ୍ଷା ଦେୟ

ସାଧାରଣ ବର୍ଗର ପ୍ରାର୍ଥୀ ଏଥିନିମନ୍ତେ ଆବେଦନ କରିବାକୁ ଚାହୁଁଥିଲେ ପରୀକ୍ଷା ଦେୟ ହଜାରେ ଟଙ୍କା ପଇଠ କରିବାକୁ ପଡ଼ିବ । ହେଲେ ଅନୁସୂଚିତ ଜାତି, ଜନଜାତି, ଏକ୍ସ ସର୍ଭିସମ୍ୟାନ୍‌ ଆଦିଙ୍କ ନିମନ୍ତେ ଏହି ଦେୟ ୬ଶହ ଟଙ୍କାକୁ ଖସାଇ ଦିଆଯାଇଛି।

Advertisment

ବୟସ ସୀମା

ଏହି ପଦ ନିମନ୍ତେ ଆବେଦନ କରିବାକୁ ଚାହୁଁଥିପା ପ୍ରାର୍ଥୀଙ୍କ ବୟସ  ୨୧ ବର୍ଷରୁ କମ୍‌ ହୋଇ ନ ଥିବ । ଏଥିନିମନ୍ତେ ସର୍ବାଧୀକ ବୟସସମୀମା ୩୨ ରହିଛି । ହେଲେ ଅନୁସୂଚିତ ଜାତି, ଜନଜାତି, ଆର୍ଥିକ ଅନଗ୍ରସର କାଟାଗୋରୀର ପ୍ରାର୍ଥୀ ତଥା ମହିଳାଙ୍କ ପାଇଁ   ସର୍ବାଧିକ ବୟସ ସୀମାକୁ ୫ ବର୍ଷ ବଢ଼ାଇ ଦିଆଯାଇଛି। ଏହାବାଦ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ଏହି ବୟସ ସୀମାକୁ ୧୦ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

କିପରି କରିବେ ଆବେଦନ 

ଏଥିନିମନ୍ତେ ପ୍ରାର୍ଥୀମାନେ କେବଳ ଅନଲାଇନ୍‌ରେ ଆବେଦନ କରିପାରିବେ। ଡିସେମ୍ବର ୧୦ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଶେଷ ତାରିଖ ହେଉଛି ୨୪ ତାରିଖ । ଅନଲାଇନ୍‌ ବ୍ୟତୀତ ଅନ୍ୟ କୌଣସି ପ୍ରକାର ଆବେଦନକୁ ଗ୍ରହଣ କରାଯିବ ନାହିଁ । ଏହି ପଦ ନିମନ୍ତେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଅନଲାଇନ୍‌ରେ ପରୀକ୍ଷା ଦେୟ ଦେଇପାରିବେ।

ଦରମା

ଏହି ପୋଷ୍ଟ ପାଇଁ ଦରମା ପେ ସ୍କେଲ ୧୬, ୩୦୦ରୁ ଆରମ୍ଭ ହୋଇ ୪୧, ୮୪୦ ଯାଏ ରହିଛି। ଗ୍ରେଡ ପେ ୨ ହଜାର ଟଙ୍କା ରଖାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe