Railway
ନୂଆଦିଲ୍ଳୀ: ରେଲୱେରେ ଚାକିରି ପାଇଁ ଇଚ୍ଛୁକ ରଖିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ବଡ଼ ସୁଯୋଗ । ଦକ୍ଷିଣ ରେଲୱେରେ ଖାଲି ପଡିଥିବା ୩୩୭୮ଟି ପଦ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଦକ୍ଷିଣ ରେଲୱେର ବିଭିନ୍ନ ଡିଜିଜନରେ ଆପରେଣ୍ଟିସ ପାଇଁ ଏହି ନୋଟିସ ଜାରି ହୋଇଛି।
ମୋଟ ପଦବୀ- ୩୩୭୮
କ୍ୟାରିଜ ୱର୍କସ୍, ପେରମ୍ବୁର- ୯୩୬
ଗୋଲ୍ଡନରକ୍ ୱର୍କସପ୍- ୭୫୬
ସିଗ୍ନାଲ ଏବଂ ଟେଲିକମ୍ ୱର୍କସପ୍, ପୋଦନୁର-୧୬୮୬
ଶିକ୍ଷାଗତ ଯୋଗ୍ୟତା:ଏଥିପାଇଁ ୧୦ମ ପାସ୍ କିମ୍ବା ଆଇଆଇଟି ପାସ୍ ହୋଇଥିବା ପ୍ରାର୍ଥିମାନେ ଆବେଦନ କରିପାରିବେ।
ବୟସ ସୀମା:୧୫ରୁ ୨୪ ବର୍ଷ। ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମା କୋହଳ ରହିବ।
କିଭଳି କରିବେ ଆବେଦନ:ଆଗ୍ରହୀ ପ୍ରାର୍ଥୀମାନେ ଜୁନ୍ ୧ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଅନଲାଇନ୍ ମୋଡରେ ସେମାନଙ୍କର ଆବେଦନପତ୍ର ଦାଖଲ କରିପାରିବେ । ଜେନେରାଲ ଏବଂ ଓବିସି ବର୍ଗ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏସ୍ସି / ଏସ୍ଟି / ପିଡବ୍ଲୁବିଡି ବର୍ଗର ମହିଳା ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ । ଅନଲାଇନ୍ ମୋଡ୍ରେ ହିଁ ପ୍ରାର୍ଥୀମାନେ ଆବେଦନ ଫି’ ପ୍ରଦାନ କରିବେ। ଆବେଦନର ଶେଷ ତାରିଖ ଜୁନ୍ ୩୦ ରହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/03/Railway.jpg)