Advertisment

ଏକଲବ୍ୟ ବିଦ୍ୟାଳୟରେ ଖାଲି ପଡ଼ିଛି ୩୪୭୯ ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ଦେଶରେ ଥିବା ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (EMRS) ଗୁଡ଼ିକରେ ଖାଲି ପଡ଼ିଥିବା ୩୪୭୯ ଶିକ୍ଷକ ପଦବୀରେ ନିୟୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଅଧୀନରେ ଥିବା ସ୍ୱୟଂଚାଳିତ ସଂସ୍ଥା National Education Society for Tribal Students  ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରାୟ ୧୭ଟି ରାଜ୍ୟରେ ଏହି ସ୍କୁଲଗୁଡ଼ିକରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଗ୍ରହୀ ଯୋଗ୍ୟ […]

author-image
Niharika Rout
ଅଦ୍ୟତନ ହୋଇଛି
ଏକଲବ୍ୟ ବିଦ୍ୟାଳୟରେ ଖାଲି ପଡ଼ିଛି ୩୪୭୯ ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

Class Room

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ଦେଶରେ ଥିବା ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (EMRS) ଗୁଡ଼ିକରେ ଖାଲି ପଡ଼ିଥିବା ୩୪୭୯ ଶିକ୍ଷକ ପଦବୀରେ ନିୟୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଅଧୀନରେ ଥିବା ସ୍ୱୟଂଚାଳିତ ସଂସ୍ଥା National Education Society for Tribal Students  ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Advertisment

ପ୍ରାୟ ୧୭ଟି ରାଜ୍ୟରେ ଏହି ସ୍କୁଲଗୁଡ଼ିକରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଗ୍ରହୀ ଯୋଗ୍ୟ ପ୍ରାର୍ଥୀ ଆସନ୍ତା ୧ ତାରିଖରୁ ଏଥିପାଇଁ ଆବେଦନ କରିପାରିବେ।

ପ୍ରିନ୍ସିପାଲ, ଭାଇସ୍‌-ପ୍ରିନ୍ସିପାଲ, ପିଜିଟି ଓ ଟିଜିଟି ପଦବୀ ପାଇଁ ଏହି ସବୁ ନିଯୁକ୍ତି ହେବ। ଟିଜିଟି ବ୍ୟତୀତ ଅନ୍ୟ ସବୁ ପଦବୀ ପାଇଁ କମ୍ପ୍ୟୁଟର-ବେସଡ ଟେଷ୍ଟ ସହ ଇଣ୍ଟରଭିୟୁ ହେବ। ଯେଉଁ ପୋର୍ଟାଲ ଦରଖାସ୍ତ ଗ୍ରହଣ କରିବ, ତାହା ୧.୪.୨୦୨୧ରୁ ୩୦.୪.୨୦୨୧ ପର୍ଯ୍ୟନ୍ତ ଖୋଲା ରହିବ। ପରୀକ୍ଷା ଜୁନ୍‌ ପ୍ରଥମ ସପ୍ତାହରେ ହେବ। ଏହି ପୋର୍ଟାଲ ସମ୍ପର୍କରେ ବିସ୍ତୁତ ଭାବେ ଜାଣିବାକୁ https://nta.ac.in and  https://tribal.nic.in କୁ ଲଗ୍‌ଇନ୍‌ କରିପାରିବେ।

Advertisment