Advertisment

ଏକଲବ୍ୟ ସ୍କୁଲରେ ଖାଲି ପଡ଼ିଛି ୩୪୭୯ଟି ପଦବୀ, ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ଦେଶର ୧୭ଟି ରାଜ୍ୟରେ ଥିବା ଏକଲବ୍ୟ ମଡେଲ ଆବାସିକ ସ୍କୁଲରେ ଖାଲି ପଡ଼ିଛି ପ୍ରିନସିପାଲ, ଭାଇସ ପ୍ରିନସିପାଲ, ଅଧ୍ୟାପକ ପଦବୀ। ଏହି ପଦବୀରେ ନିଯୁକ୍ତି ପାଇଁ ଆଦିବାସୀ ମନ୍ତ୍ରାଳୟ ବିଜ୍ଞପ୍ତି ପ୍ରକାଶ କରିଛି। ଇଚ୍ଛୁକ ପ୍ରାର୍ଥୀ tribal.nic.in ରେ କ୍ଲିକ କରି ଖାଲି ପଡ଼ିଥିବା ପଦବୀ ପାଇଁ ଆବେଦନ କରିପାରିବେ। ଏପ୍ରିଲ ୧ ପାଖରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀ https://tribal.nic.in/Home.aspx  ଏହି ଲିଙ୍କ ଉପରେ କ୍ଲିକ୍ କରି ଆବେଦନ କରିପାରିବେ। ଖାଲି […]

ଅଦ୍ୟତନ ହୋଇଛି
ଏକଲବ୍ୟ ସ୍କୁଲରେ ଖାଲି ପଡ଼ିଛି ୩୪୭୯ଟି ପଦବୀ, ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ekalabya

Advertisment

ନୂଆଦିଲ୍ଲୀ: ଦେଶର ୧୭ଟି ରାଜ୍ୟରେ ଥିବା ଏକଲବ୍ୟ ମଡେଲ ଆବାସିକ ସ୍କୁଲରେ ଖାଲି ପଡ଼ିଛି ପ୍ରିନସିପାଲ, ଭାଇସ ପ୍ରିନସିପାଲ, ଅଧ୍ୟାପକ ପଦବୀ। ଏହି ପଦବୀରେ ନିଯୁକ୍ତି ପାଇଁ ଆଦିବାସୀ ମନ୍ତ୍ରାଳୟ ବିଜ୍ଞପ୍ତି ପ୍ରକାଶ କରିଛି। ଇଚ୍ଛୁକ ପ୍ରାର୍ଥୀ tribal.nic.in ରେ କ୍ଲିକ କରି ଖାଲି ପଡ଼ିଥିବା ପଦବୀ ପାଇଁ ଆବେଦନ କରିପାରିବେ। ଏପ୍ରିଲ ୧ ପାଖରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।

Advertisment

ଇଚ୍ଛୁକ ପ୍ରାର୍ଥୀ https://tribal.nic.in/Home.aspx  ଏହି ଲିଙ୍କ ଉପରେ କ୍ଲିକ୍ କରି ଆବେଦନ କରିପାରିବେ। ଖାଲି ପଡ଼ିଥିବା ଏହି ପଦବୀ https://tribal.nic.in/writereaddata ରେ କ୍ଲିକ କରି ବିଜ୍ଞପ୍ତି ବାବଦରେ ସବିଶେଷ ବିବରଣୀ ପଢ଼ିପାରିବେ।

୧୭ଟି ରାଜ୍ୟରେ ଏକଲବ୍ୟ ଆବାସିକ ସ୍କୁଲଗୁଡ଼ିକରେ ପ୍ରିନସିପାଲ, ଭାଇସ ପ୍ରିନସିପାଲ ଓ ଅଧ୍ୟାପକ ପଦବୀକୁ ମିଶାଇ ମୋଟ ୩୪୭୯ଟି ପଦବୀ ଖାଲି ପଡ଼ିଛି। ଆବେଦନର ଶେଷ ତାରିଖ ଏପ୍ରିଲ ୩୦ ରହିଛି। ଜୁନ ପ୍ରଥମ ସପ୍ତାହରେ ଏ ନେଇ ପରୀକ୍ଷା ହେବ ବୋଲି ସୂଚନା ରହିଛି।

Advertisment

ଖାଲିଥିବା ୩୪୭୯ଟି ପଦବୀରୁ ୧୭୫ଟି ହେଉଛି ପ୍ରିନସିପାଲ ପଦବୀ। ସେହିପରି ୧୧୬ଟି ଭାଇସ ପ୍ରିନସିପାଲ ପଦବୀ ଖାଲି ପଡ଼ିଛି। ସେହିପରି ପିଜିଟି ପାଇଁ ୧୨୪୪ ପଦବୀ ଏବଂ ଟିଜିଟି ପଦବୀ ପାଇଁ ୧୯୪୪ଟି ପଦବୀ ଖାଲି ରହିଛି। ପ୍ରାର୍ଥୀ ଚୟନ ନିମନ୍ତେ କମ୍ପ୍ୟୁଟର ଆଧାରିତ ଲିଖିତ ପରୀକ୍ଷା ସହ ସାକ୍ଷାତକାର ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe