Advertisment

ଆଇଆଇଟିରେ ବାହାରିଲା ଅନଲାଇନ୍‌ କୋର୍ସ, କର୍ମଜୀବୀ ବି ଲେଖାଇପାରିବେ ନାଁ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ  ଏବେ ଶିକ୍ଷା ବ୍ୟବସ୍ଥା ପୂରା ଠପ୍‌ ହୋଇଯାଇଥିବା ବେଳେ ବିଭିନ୍ନ ଆଇଆଇଟି କଲେଜ ପକ୍ଷରୁ ଚଳିତ ଶିକ୍ଷାବର୍ଷ ଆରମ୍ଭ କରାଯିବ ନୂଆ  କୋର୍ସ  । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ଆଇଆଇଟି କଲେଜ ପକ୍ଷରୁ ଅନଲାଇନ କୋର୍ସ ମଧ୍ୟ ରହିବ ।  ଏଥିରେ ପବ୍ଲିକ ପଲିସି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡିଜାଇନ ଭଳି କୋର୍ସ ରହିବ । ନୂଆ ଆରମ୍ଭ ହେଉଥିବା କୋର୍ସଗୁଡିକରେ ଛାତ୍ରମାନଙ୍କ ସହ କର୍ମଜୀବୀମାନେ ମଧ୍ୟ ନାଁ ଲେଖାଇପାରିବେ। […]

ଆଇଆଇଟିରେ ବାହାରିଲା ଅନଲାଇନ୍‌ କୋର୍ସ, କର୍ମଜୀବୀ ବି ଲେଖାଇପାରିବେ ନାଁ

IIT College

Advertisment

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ  ଏବେ ଶିକ୍ଷା ବ୍ୟବସ୍ଥା ପୂରା ଠପ୍‌ ହୋଇଯାଇଥିବା ବେଳେ ବିଭିନ୍ନ ଆଇଆଇଟି କଲେଜ ପକ୍ଷରୁ ଚଳିତ ଶିକ୍ଷାବର୍ଷ ଆରମ୍ଭ କରାଯିବ ନୂଆ  କୋର୍ସ  । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ଆଇଆଇଟି କଲେଜ ପକ୍ଷରୁ ଅନଲାଇନ କୋର୍ସ ମଧ୍ୟ ରହିବ ।  ଏଥିରେ ପବ୍ଲିକ ପଲିସି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡିଜାଇନ ଭଳି କୋର୍ସ ରହିବ । ନୂଆ ଆରମ୍ଭ ହେଉଥିବା କୋର୍ସଗୁଡିକରେ ଛାତ୍ରମାନଙ୍କ ସହ କର୍ମଜୀବୀମାନେ ମଧ୍ୟ ନାଁ ଲେଖାଇପାରିବେ।

Advertisment

ଆଇଆଇଟି ଦିଲ୍ଳୀ ପକ୍ଷରୁ ଦୁଇ ବର୍ଷିଆ ମାଷ୍ଟର ଅଫ୍ ପବ୍ଲିକ ପଲିସି (MPP) କୋର୍ସ ଆରମ୍ଭ ହୋଇଛି ।  ସ୍ନାତକ ଓ ସ୍ନାତ୍ତୋକତ୍ତୋର ଡିଗ୍ରୀଧାରୀ ଛାତ୍ରଛାତ୍ରୀ ଏଥିପାଇଁ  ଆବେଦନ କରିପାରିବେ।

ଚଳିତବର୍ଷ ଆଇଆଇଟି ରୁରକିରେ ଡିପାର୍ଟମେଣ୍ଟ ଅଫ୍ ଡିଜାଇନ ନାଁରେ ନୂଆ ବିଭାଗ ଖୋଲିଛି । ଏଥିରେ ମାଷ୍ଟର ଅଫ୍ ଡିଜାଇନ୍ ଓ ମାଷ୍ଟର ଅଫ୍ ଇନୋଭେସନ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଆରମ୍ଭ ହେବ । BE, BTech, ଇଣ୍ଟିଗ୍ରେଟେଡ MSc ଡିଗ୍ରୀଧାରୀ ଏଥିପାଇଁ ଆବେଦନ କରିପାରିବେ।

Advertisment

ଆଇଆଇଟି କାନପୁର ପକ୍ଷରୁ ୪ଟି ଇ ମାଷ୍ଟର କୋର୍ସ ଆରମ୍ଭ ହେଉଛି । ଆଇଆଇଟି ଦିଲ୍ଲୀ ପକ୍ଷରୁ ଏମଟେକ୍ ଇନ୍ ଇଲେକଟ୍ରିକ୍  ମୋବିଲିଟି ନାଁରେ ନୂଆ ପାଠ୍ୟକ୍ରମ ଆରମ୍ଭ ହେଉଛି । ଆଇଆଇଟି ମାଦ୍ରାସ ପକ୍ଷରୁ ଏପ୍ଲାଏଡ୍ ଡାଟା ସାଇନସ ଏଣ୍ଡ ମେସିନ୍ ଇଣ୍ଟେଲିଜେନ୍ସ କୋର୍ସ ଆରମ୍ଭ ହେଉଛି ।

ଆଇଆଇଟି ହାଇଦ୍ରାବାଦ ପକ୍ଷରୁ ୭ଟି ଅନଲାଇନ ଏମଟେକ୍  ଓ MDes  କୋର୍ସ ଆରମ୍ଭ ହେଉଛି । ଏହି ଅନଲାଇନ୍‌ ପାଠପଢ଼ା ଆସନ୍ତା ଅଗଷ୍ଟ ମାସରୁ ଆରମ୍ଭ ହେବ। କର୍ମଜୀବୀମାନେ ଏଥିରେ ନାଁ ଲେଖାଇ ପାରିବେ। ନୂଆ ଜ୍ଞାନକୌଶଳ ସହିତ  ମାନବ ସମ୍ବଳର ବିକାଶ ନିମନ୍ତେ ଏପରି ପଦକ୍ଷେପ ନିଆଯାଇଥିବା ଆଇଆଇଟି ହାଇଦ୍ରାବାଦ ଡାଇରେକ୍ଟର ବି.ଏସ୍‌ ମୁର୍ତ୍ତି କହିଛନ୍ତି।  ଶିକ୍ଷା ବ୍ୟବସ୍ଥାକୁ ସଶକ୍ତ କରିବାକୁ ଏପରି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe