Advertisment

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍କୁଲ ଗୁଡ଼ିକର ପ୍ରଦର୍ଶନ ରିପୋର୍ଟ ଜାରି

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଜାରି କରିଛି ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (PGI)। ୨୦୧୭-୧୮ରେ ପ୍ରଥମ ଥର ପାଇଁ ପିଜେଆଇ ପ୍ରକାଶ ପାଇଥିଲା। ଦେଶରେ ସ୍କୁଲ ଶିକ୍ଷାରେ ସୁଧାର ଆଣିବା ପାଇଁ ସରକାର ଏହି ପରଫରମାନ୍ସ (ପ୍ରଦର୍ଶନ) ଗ୍ରେଡିଂ ଇଣ୍ଡେକ୍ସ ବ୍ୟବସ୍ଥା ଆଣିଛନ୍ତି। ରବିବାର କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ୨୦୧୯-୨୦ର ତୃତୀୟ ସଂସ୍କରଣ ପ୍ରକାଶ କରିଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷାକୁ ଆଧାର କରି ଏହି ଗ୍ରେଡ୍ ଦିଆଯାଉଛି। ରବିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଚର […]

author-image
Subhransu Sekhar
ଅଦ୍ୟତନ ହୋଇଛି
ହସ୍ପିଟାଲରେ ଭର୍ତ୍ତି ହେଲେ ଶିକ୍ଷାମନ୍ତ୍ରୀ ନିଶଙ୍କ

ramesh-pokhriyal

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଜାରି କରିଛି ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (PGI)। ୨୦୧୭-୧୮ରେ ପ୍ରଥମ ଥର ପାଇଁ ପିଜେଆଇ ପ୍ରକାଶ ପାଇଥିଲା। ଦେଶରେ ସ୍କୁଲ ଶିକ୍ଷାରେ ସୁଧାର ଆଣିବା ପାଇଁ ସରକାର ଏହି ପରଫରମାନ୍ସ (ପ୍ରଦର୍ଶନ) ଗ୍ରେଡିଂ ଇଣ୍ଡେକ୍ସ ବ୍ୟବସ୍ଥା ଆଣିଛନ୍ତି। ରବିବାର କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ୨୦୧୯-୨୦ର ତୃତୀୟ ସଂସ୍କରଣ ପ୍ରକାଶ କରିଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷାକୁ ଆଧାର କରି ଏହି ଗ୍ରେଡ୍ ଦିଆଯାଉଛି।

Advertisment

ରବିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଚର ରମେଶ ପୋଖରିଆଲ 'ନିଶଙ୍କ'ଙ୍କ ଅନୁମୋଦନ ପରେ ୨୦୧୯-୨୦ର ପିଜିଆଇର ତୃତୀୟ ସଂସ୍କରଣ ପ୍ରକାଶ ପାଇଛି। ଅଧିକାଂଶ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୂର୍ବ ବର୍ଷ ତୁଳନାରେ ସେମାନଙ୍କ ଗ୍ରେଡରେ ସୁଧାର ଆଣିଛନ୍ତି। ଯେଉଁଥିରେ ପଞ୍ଜାବ, ଚଣ୍ଡିଗଡ଼, ତାମିଲନାଡୁ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଏବଂ କେରଳକୁ ଏ ପ୍ଲସ୍ ଗ୍ରେଡ୍ ଦିଆଯାଇଛି।

ଶିକ୍ଷା ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ପାଞ୍ଚ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ସମୂହ, ଚଣ୍ଡିଗଡ଼, କେରଳ, ପଞ୍ଜାବ ଏବଂ ତାମିଲନାଡୁ ପିଜିଆଇ ସ୍କୋର (୯୦୧-୯୫୦) ରହିଛି। ଏହାର ଅର୍ଥ ଗ୍ରେଡ୍ ଆଇ ପ୍ଲସ ପ୍ଲସ ପାଇଛନ୍ତି। ସରକାର ସ୍କୁଲ ଶିକ୍ଷାରେ ସୁଧାର ଆଣିବା ପାଇଁ ୭୦ ମାପଦଣ୍ଡର ବ୍ୟବସ୍ଥା କରିଛନ୍ତି। ଏହି ପ୍ରକ୍ରିୟାରେ ଏବେ ୧୩ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୧୦ ପ୍ରତିଶତରୁ ଅଧିକ ସୁଧାର ଦେଖିବାକୁ ମିଳିଛି। ଯେଉଁଥିରେ ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ଓଡ଼ିଶା ଭଳି ରାଜ୍ୟର ସ୍କୁଲ ବ୍ୟବସ୍ଥାରେ ୧୦ ପ୍ରତିଶତ ସୁଧାର ଆସିଛି।

Advertisment

ଏହା ବ୍ୟତୀତ ୧୯ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଗଭର୍ଣ୍ଣାନ୍ସ ପ୍ରକ୍ରିୟାରେ ୧୦ ପ୍ରତିଶତରୁ ଅଧିକ ଉନ୍ନତି ପ୍ରଦର୍ଶନ କରିଛନ୍ତି। ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ମଣିପୁର, ପଞ୍ଜାବ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ପ୍ରାୟ ୨୦ ପ୍ରତିଶତ ଉନ୍ନତି ହୋଇଛି।

ଏହି ସୂଚକାଙ୍କ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ଆବଶ୍ୟକୀୟ ଫଳାଫଳ ହାସଲ କରିବାକୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରେରିତ କରିଥାଏ। ଏହା ମଧ୍ୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଶିକ୍ଷା କ୍ଷେତ୍ରରେ ଥିବା ତ୍ରୁଟି ଜାଣିବାରେ ସାହାଯ୍ୟ କରିଥାଏ ଏବଂ ଏହା ଉପରେ କାମ କରିଥାଏ। ସ୍କୁଲ୍ ଶିକ୍ଷାରେ ପରିବର୍ତ୍ତନ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି କ୍ରମେ ଏହି ପିଜିଆଇ ଆରମ୍ଭ ହୋଇଥିଲା।

.