Advertisment

AAIରେ ଚାକିରି ସୁଯୋଗ, ଦରମା ଲକ୍ଷେ ଉପରେ

ନୂଆଦିଲ୍ଲୀ: ବିମାନ ବନ୍ଦରରେ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(AII) ପକ୍ଷରୁ ଖାଲିପଡିଥିଲା ୪୦୦ଟି ଜୁନିଅର ଏଗ୍‌ଜିକ୍ୟୁଟିଭ (ଏୟାର ଟ୍ରାଫିକ କଣ୍ଟ୍ରୋଲ) ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛୁକ ପ୍ରାର୍ଥୀ ଏଏଆଇର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ। ମୋଟ ପଦବୀ-୪୦୦ ଜୁନିଅର ଏଗ୍‌ଜିକ୍ୟୁଟିଭ ସାଧାରଣବର୍ଗଙ୍କ ପାଇଁ-୧୬୩ ପୋଷ୍ଟ, ଆର୍ଥିକ ଦୁର୍ବଳ ବର୍ଗ ପାଇଁ- ୪୦ ପୋଷ୍ଟ, ଓବିସି (NCL)- ୧୮୦ ପୋଷ୍ଟ SC- ୫୯ […]

author-image
Madhupriya Mistry
ଅଦ୍ୟତନ ହୋଇଛି
AAIରେ ଚାକିରି ସୁଯୋଗ, ଦରମା ଲକ୍ଷେ ଉପରେ

AAI recruitment

ନୂଆଦିଲ୍ଲୀ: ବିମାନ ବନ୍ଦରରେ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(AII) ପକ୍ଷରୁ ଖାଲିପଡିଥିଲା ୪୦୦ଟି ଜୁନିଅର ଏଗ୍‌ଜିକ୍ୟୁଟିଭ (ଏୟାର ଟ୍ରାଫିକ କଣ୍ଟ୍ରୋଲ) ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛୁକ ପ୍ରାର୍ଥୀ ଏଏଆଇର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ।

Advertisment

ମୋଟ ପଦବୀ-୪୦୦

ଜୁନିଅର ଏଗ୍‌ଜିକ୍ୟୁଟିଭ

ସାଧାରଣବର୍ଗଙ୍କ ପାଇଁ-୧୬୩ ପୋଷ୍ଟ,

ଆର୍ଥିକ ଦୁର୍ବଳ ବର୍ଗ ପାଇଁ- ୪୦ ପୋଷ୍ଟ,

ଓବିସି (NCL)- ୧୮୦ ପୋଷ୍ଟ

SC- ୫୯ ପୋଷ୍ଟ,

ST- ୩୦ ପୋଷ୍ଟ,

ଦିବ୍ୟାଙ୍ଗଙ୍କ ପାଇଁ- ୪ ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା- ଇଚ୍ଛୁକ ପ୍ରାର୍ଥୀମାନେ ପଦାର୍ଥ ବିଜ୍ଞାନ ଏବଂ ଗଣିତ କିମ୍ବା ଇଂରାଜୀରେ ଡିଗ୍ରୀ ହାସଲ କରିଥିବା ଦରକାର।

ବୟସ ସୀମା- ସର୍ବାଧିକ ୨୭( ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମା କୋହଳ କରାଯିବ)।

Advertisment

ଦରମା-ବର୍ଷକୁ ପାଖାପଖି ୧୨ ଲକ୍ଷ

କିଭଳି ହେବ ନିଯୁକ୍ତି?

ଅନଲାଇନ୍ ପରୀକ୍ଷାରେ ପ୍ରାର୍ଥୀଙ୍କ ପ୍ରଦର୍ଶନ ଆଧାରରେ ସେମାନଙ୍କୁ ସର୍ଟଲିଷ୍ଟ କରାଯିବ। ସେମାନଙ୍କୁ ଡକ୍ୟୁମେଣ୍ଟ ଯାଞ୍ଚ / ଭଏସ୍ ଟେଷ୍ଟ ପାଇଁ ଡକାଯିବ।

ଆବେଦନ ଫି'-ଆବେଦନ ଫି' ବାବଦକୁ ପ୍ରାର୍ଥୀଙ୍କୁ ୧୦୦୦ ଟଙ୍କା ଦେବାକୁ ପଡିବ। ଏସ୍‌ସି/ଏସ୍‌ଟି/ମହିଳା ପ୍ରାର୍ଥୀଙ୍କୁ ୮୧ ଟଙ୍କା ଦେବାକୁ ପଡିବ।

କିଭଳି କରିବେ ଆବେଦନ?

ଆସନ୍ତା ଜୁନ୍‌ ୧୫, ୨୦୨୨ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ୍‌ ୱେବସାଇଟ୍‌ www.aai.aero  under tab “CAREERS”କୁ ଯାଇ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନର କରିବାର ଶେଷ ତାରିଖ ୧୪/୦୭/୨୦୨୨ ରହିଛି। ଅଧିକ ତଥ୍ୟ ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍‌ କରି ଜାଣିପାରିବେ। official advertisement here

Job Vacancy