/odisha-reporter/media/post_attachments/uploads/2020/02/kobb.jpg)
kobb
ନୂଆଦିଲ୍ଲୀ : ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଭୋପାଳରେ ଖାଲି ପଡ଼ିଥିବା ୩୪ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ୭ ଫେବୃଆରୀ ଆବେଦନର ଶେଷ ତାରିଖ ରହିଛି। ଏହି ପଦ ପାଇଁ ଆବେଦନ କରିବାକୁ ହେଲେ ଆବେଦନକାରୀଙ୍କୁ ଯେ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାନରୁ ଏମ୍ଡି ଓ ଏମ୍ଏସ୍ ଡିଗ୍ରୀ ରହିଥିବା ଆବଶ୍ୟକ। ଆବେଦନକାରୀଙ୍କ ସର୍ବାଧିକ ବୟସ ୫୦ ବର୍ଷ ରହିଛି। ସେହିପରି ସାଧାରଣ ଓ ଅନ୍ୟାନ୍ୟ ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ୨୦୦୦ ଟଙ୍କା ରହିଥିବା ବେଳେ ଦିବ୍ୟାଙ୍ଗ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ରଖାଯାଇନାହିଁ।
ସେହିପରି ଏମସ୍ ଭୋପାଳର ସିନିୟର୍ ରେସିଡେଣ୍ଟ ପଦପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ରଖାଯାଇଛି। ସାଧାରଣ ଓ ଅନ୍ୟାନ୍ୟ ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ୧୫୦୦ ଟଙ୍କା ଏବଂ ଦିବ୍ୟାଙ୍ଗ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ୧୨୦୦ ଟଙ୍କା ଆବେଦନ ଶୁଳ୍କ ରହିଛି।
ଏହିସବୁ ପଦପାଇଁ ଇଣ୍ଟରଭ୍ୟୁ ଆଧାରରେ ଚୟନ କରାଯିବ। ୧୨ ଫେବୃଆରୀରେ ଇଣ୍ଟରଭ୍ୟୁ ହେବ।
- ପ୍ରଥମେ www.aiimsbhopal.edu.in ୱେବସାଇଟ୍କୁ ଯାଆନ୍ତୁ।
- ଏହାପରେ Vacancy ଲିଙ୍କକୁ ଯାଇ job Advertisement କ୍ଲିକ୍ କରନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
