ଏମ୍ସର ବିଭିନ୍ନ ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ : ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଭୋପାଳରେ ଖାଲି ପଡ଼ିଥିବା ୩୪ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ୭ ଫେବୃଆରୀ ଆବେଦନର ଶେଷ ତାରିଖ ରହିଛି। ଏହି ପଦ ପାଇଁ ଆବେଦନ କରିବାକୁ ହେଲେ ଆବେଦନକାରୀଙ୍କୁ ଯେ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାନରୁ ଏମ୍‌ଡି ଓ ଏମ୍‌ଏସ୍‌ ଡିଗ୍ରୀ ରହିଥିବା ଆବଶ୍ୟକ। ଆବେଦନକାରୀଙ୍କ ସର୍ବାଧିକ ବୟସ ୫୦ ବର୍ଷ ରହିଛି। ସେହିପରି ସାଧାରଣ […]

kobb

Puspanjali Panda
  • Published: Thursday, 06 February 2020
  • , Updated: 06 February 2020, 11:24 AM IST

ନୂଆଦିଲ୍ଲୀ : ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଭୋପାଳରେ ଖାଲି ପଡ଼ିଥିବା ୩୪ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ୭ ଫେବୃଆରୀ ଆବେଦନର ଶେଷ ତାରିଖ ରହିଛି। ଏହି ପଦ ପାଇଁ ଆବେଦନ କରିବାକୁ ହେଲେ ଆବେଦନକାରୀଙ୍କୁ ଯେ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାନରୁ ଏମ୍‌ଡି ଓ ଏମ୍‌ଏସ୍‌ ଡିଗ୍ରୀ ରହିଥିବା ଆବଶ୍ୟକ। ଆବେଦନକାରୀଙ୍କ ସର୍ବାଧିକ ବୟସ ୫୦ ବର୍ଷ ରହିଛି। ସେହିପରି ସାଧାରଣ ଓ ଅନ୍ୟାନ୍ୟ ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ୨୦୦୦ ଟଙ୍କା ରହିଥିବା ବେଳେ ଦିବ୍ୟାଙ୍ଗ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ରଖାଯାଇନାହିଁ।

ସେହିପରି ଏମସ୍‌ ଭୋପାଳର ସିନିୟର୍‌ ରେସିଡେଣ୍ଟ ପଦପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ରଖାଯାଇଛି। ସାଧାରଣ ଓ ଅନ୍ୟାନ୍ୟ ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ୧୫୦୦ ଟଙ୍କା ଏବଂ ଦିବ୍ୟାଙ୍ଗ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ୧୨୦୦ ଟଙ୍କା ଆବେଦନ ଶୁଳ୍କ ରହିଛି।

ଏହିସବୁ ପଦପାଇଁ ଇଣ୍ଟରଭ୍ୟୁ ଆଧାରରେ ଚୟନ କରାଯିବ। ୧୨ ଫେବୃଆରୀରେ ଇଣ୍ଟରଭ୍ୟୁ ହେବ।
- ପ୍ରଥମେ www.aiimsbhopal.edu.in ୱେବସାଇଟ୍‌କୁ ଯାଆନ୍ତୁ।

- ଏହାପରେ Vacancy ଲିଙ୍କକୁ ଯାଇ job Advertisement କ୍ଲିକ୍‌ କରନ୍ତୁ।

Related story