/odisha-reporter/media/post_attachments/uploads/2021/12/AIIMS-.jpg)
AIIMS
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (AIIMS) ଆଣିଛି ନିଯୁକ୍ତି ସୁଯୋଗ। ଖାଲିପଡିଥିବା ଟେକ୍ନକାଲ ଷ୍ଟାଫ ପଦବୀ ପାଇଁ ଜାରି ହୋଇଛି ବିଜ୍ଞାପ୍ତି। ଇଚ୍ଛୁକ ପ୍ରାର୍ଥୀ ଏହି ପଦବୀ ପାଇଁ ସିଧାସଳଖ ଏମ୍ସ ଯାଇ ଇଣ୍ଟରଭ୍ୟୁ ଦେଇପାରିବେ। ଏଥିପାଇଁ AIIMS ତରଫରୁ ୱାକ୍ ଇନ୍ ଇଣ୍ଟରଭ୍ୟୁ ସୁଯୋଗ ଆରମ୍ଭ ହୋଇଛି।
ଏମ୍ସ ତରଫରୁ ଓଡ଼ିଶାର ଆଦିବାସୀ ଅଞ୍ଚଳରେ କ୍ୟାନସର (ଗଳା କ୍ୟାନ୍ସର, ଗର୍ଭାଶୟ କ୍ୟାନ୍ସର, ସ୍ଥନ କ୍ୟାନ୍ସର,ପାଟି କ୍ୟାନ୍ସର) ସ୍କ୍ରିନିଂ ପାଇଁ ଭିତ୍ତିଭୂମିକୁ ମଜଭୁତ କରିବା ଲାଗି ପ୍ରୋଜେକ୍ଟ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରଜୋକ୍ଟ ପାଇଁ ଜଣେ ଲ୍ୟାବ୍ ଟେକ୍ନିସିଆନ୍ ଆବଶ୍ୟକତା ରହିଛି।
ଶିକ୍ଷାଗତ ଯୋଗ୍ୟତା- ବିଜ୍ଞାନ ଷ୍ଟ୍ରିମରେ ଯୁକ୍ତ୨ ପାସ୍ ଏବଂ ମେଡିକାଲ୍ ଲାବୋରେଟୋରୀ ଟେକ୍ନିସିଆନ୍ରେ ଦୁଇ ବର୍ଷର ଡିପ୍ଲୋମା କିମ୍ବା ଏକ ବର୍ଷର DMLT ସହିତ ଏକ ସ୍ୱୀକୃତିପ୍ରାପ୍ତ ସଂସ୍ଥାରେ ଏକ ବର୍ଷର ଅଭିଜ୍ଞତା କିମ୍ବା ସରକାରୀ ସ୍ୱୀକୃତିପ୍ରାପ୍ତ ସଂସ୍ଥାରେ ଦୁଇ ବର୍ଷର ଲାବୋରେଟୋରୀ ଅଭିଜ୍ଞତା ଥିବା ଜରୁରୀ। ଯଦି B.Sc.ର ଡିଗ୍ରୀ ଥାଏ ତେବେ ତାହାକୁ୩ ବର୍ଷର ଅଭିଜ୍ଞତା ଭାବରେ ଗ୍ରହଣ କରାଯିବ।
ମାସିକ ଦରମା-ଚୟନ ପ୍ରାର୍ଥୀଙ୍କୁ ମାସକୁ ୧୮ ହଜାର ଟଙ୍କା ଦରମା ମିଳିବ।
କିଭଳି କରିବେ ଆବେଦନ?
ଇଚ୍ଛୁକ ପ୍ରାର୍ଥୀ ସିଭି ଏବଂ ସମସ୍ତ ସ୍କୁଲ ପାସ୍ ସାର୍ଟିଫିକେଟ ଏବଂ ଅଭିଜ୍ଞତା ସାର୍ଟିଫିକେଟ୍ର ଅରିଜାନକଲ କପି ଓ ପାସ୍ପୋର୍ଟ ସାଇଜ୍ ଦୁଇଟି ଫଟୋ ନେଇ ଇଣ୍ଟରଭ୍ୟୁ ସ୍ଥାନରେ ପହଞ୍ଚିବାକୁ ପଡିବ।
କେବେ ହେବ ଇଣ୍ଟରଭ୍ୟୁ?
ଡିସେମ୍ବର ୨୯ ତାରିଖରେ ଭୁବନେଶ୍ୱର ଏମ୍ସ ସ୍ଥିତ ଫାଷ୍ଟ ଫ୍ଲୋରର୍ ବୋଡ ରୁମ୍, ଏକାଡେମି ବ୍ଲକରେ ଇଣ୍ଟରଭ୍ୟୁ ଅନୁଷ୍ଟିତ ହେବ। ଇଚ୍ଛୁକ ପ୍ରାର୍ଥୀ ସକାଳ ୧୦ଟା ଭିତରେ ପହଞ୍ଚିବାକୁ ପଡିବ। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଇଣ୍ଟରଭ୍ୟୁ ଚାଲିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
