Advertisment

ଏମ୍ସର ଆଇଏନଆଇ-ସିଇଟି ପରୀକ୍ଷା ମାସେ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ବଢ଼ୁଥିବାରୁ ଗୋଟିଏ ପରେ ଗୋଟିଏ ପରୀକ୍ଷା ବାତିଲ ହେବାରେ ଲାଗିଛି। ତେବେ ଆଜି ଏମ୍ସର INI-CET ପରୀକ୍ଷାକୁ ବର୍ତ୍ତମାନ ସ୍ଥିତିରେ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଅତିକମରେ ମାସେ ଯାଏ ପରୀକ୍ଷା ଘୁଞ୍ଚାଯାଉ ବୋଲି କୋର୍ଟ କହିଛନ୍ତି। ପିଜି ମେଡିକାଲ ପାଠ୍ୟକ୍ରମରେ ଆଡମିସନ ପାଇଁ ଏହି ପରୀକ୍ଷା ହୋଇଥାଏ। ଦେଶରେ ଥିବା ସମସ୍ତ ଏମ୍ସ, JIPMER, PGIMER, NIMHANSରେ ଆଡମିସନ ପାଇଁ ଏହି ପରୀକ୍ଷା କରାଇଥାଏ। କିନ୍ତୁ ଏବେ କୋର୍ଟ […]

ଏମ୍ସର ଆଇଏନଆଇ-ସିଇଟି ପରୀକ୍ଷା ମାସେ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

Aiims

Advertisment

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ବଢ଼ୁଥିବାରୁ ଗୋଟିଏ ପରେ ଗୋଟିଏ ପରୀକ୍ଷା ବାତିଲ ହେବାରେ ଲାଗିଛି। ତେବେ ଆଜି ଏମ୍ସର INI-CET ପରୀକ୍ଷାକୁ ବର୍ତ୍ତମାନ ସ୍ଥିତିରେ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଅତିକମରେ ମାସେ ଯାଏ ପରୀକ୍ଷା ଘୁଞ୍ଚାଯାଉ ବୋଲି କୋର୍ଟ କହିଛନ୍ତି।

Advertisment

ପିଜି ମେଡିକାଲ ପାଠ୍ୟକ୍ରମରେ ଆଡମିସନ ପାଇଁ ଏହି ପରୀକ୍ଷା ହୋଇଥାଏ। ଦେଶରେ ଥିବା ସମସ୍ତ ଏମ୍ସ, JIPMER, PGIMER, NIMHANSରେ ଆଡମିସନ ପାଇଁ ଏହି ପରୀକ୍ଷା କରାଇଥାଏ। କିନ୍ତୁ ଏବେ କୋର୍ଟ ଏହାକୁ ମାସେ ଯାଏ ଘୁଞ୍ଚାଇବାକୁ କହିଛନ୍ତି। ଜୁନ୍ ୧୬ରେ INI-CET ପରୀକ୍ଷା ହେବାକୁ ପୂର୍ବରୁ ଧାର୍ଯ୍ୟ ହୋଇଥିଲା।

କୋର୍ଟ କହିଛନ୍ତି, ଜୁନ୍‌ ୧୬ରେ ହେବାକୁ ଥିବା ପରୀକ୍ଷା ସଂପୂର୍ଣ୍ଣ ଏକପାକ୍ଷିଆ ନିଷ୍ପତ୍ତି। ଆଶାୟୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଆମେ ଅତିକମରେ ମାସେ ଯାଏ ପରୀକ୍ଷା ଘୁଞ୍ଚାଇବାକୁ ନିର୍ଦ୍ଦେଶ ଦେଉଛୁ। ଏହି ମାସକ ସମୟ ଶେଷ ହେବା ପରେ ଯେକୌଣସି ସମୟରେ ପରୀକ୍ଷା କରାଯାଇ ପାରିବ ବୋଲି କୋର୍ଟ କହିଛନ୍ତି।

Advertisment

ଏମ୍ସ ପକ୍ଷରୁ ଆଇଏନଆଇ-ସିଇଟି ପରୀକ୍ଷା ଜୁନ୍‌ ୧୬ରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏହାକୁ ସ୍ଥଗିତ ରଖିବା ପାଇଁ ଏକାଧିକ ଡାକ୍ତର ସଂଘ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe