Advertisment

ଏମ୍ସର ୪୧୮ ଖାଲି ପଦ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶିତ

ନୂଆଦିଲ୍ଲୀ : ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (AIIMS) ପକ୍ଷରୁ ଗ୍ରୁପ୍‌ ଏ, ବି ଓ ସିରେ ଖାଲି ପଡ଼ିଥିବା ୪୧୮ଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଏଥିପାଇଁ ଅନଲାଇନ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଏହିସବୁ ପଦ ପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୧୨ ମାର୍ଚ୍ଚ ରହିଛି। ମୋଟ ପଦବୀ ଓ ଏହାର ସଂଖ୍ୟା ମୋଟ ପଦବୀ ୪୧୮। ଏଥିରେ ସାଇଣ୍ଟିଷ୍ଟ, ମେଡିକାଲ୍‌ ଫିଜିଶିଆନ୍‌, ଷ୍ଟୋର କିପର୍‌, […]

ଏମ୍ସର ୪୧୮ ଖାଲି ପଦ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶିତ

aiims

Advertisment

ନୂଆଦିଲ୍ଲୀ : ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (AIIMS) ପକ୍ଷରୁ ଗ୍ରୁପ୍‌ ଏ, ବି ଓ ସିରେ ଖାଲି ପଡ଼ିଥିବା ୪୧୮ଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଏଥିପାଇଁ ଅନଲାଇନ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଏହିସବୁ ପଦ ପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୧୨ ମାର୍ଚ୍ଚ ରହିଛି।

Advertisment

ମୋଟ ପଦବୀ ଓ ଏହାର ସଂଖ୍ୟା

ମୋଟ ପଦବୀ ୪୧୮। ଏଥିରେ ସାଇଣ୍ଟିଷ୍ଟ, ମେଡିକାଲ୍‌ ଫିଜିଶିଆନ୍‌, ଷ୍ଟୋର କିପର୍‌, ପ୍ରୋଗ୍ରାମର୍‌, ଟେକ୍ନିସିଆନ୍‌, ଜୁନିଅର୍‌ ଇଞ୍ଜିନିୟର୍‌, ମେଡିକାଲ୍‌ ଲାବୋରେଟୋରୀ ଟେକ୍ନୋଲୋଜିଷ୍ଟ, ଜୁନିଅର୍‌ ହିନ୍ଦୀ ଟ୍ରାନ୍ସଲେଟର୍‌, ମେଡିକାଲ୍‌ ସୋଶାଲ ସର୍ଭିସ୍‌ ଅଫିସର୍‌, ଲାଇଫଗାର୍ଡ, ଅପରେସନ୍‌ ଥିଏଟର୍‌ ଆସିଷ୍ଟାଣ୍ଟ, ଫାର୍ମାସିଷ୍ଟ, ଷ୍ଟେନୋଗ୍ରାଫର୍‌ ଓ ଅନ୍ୟାନ୍ୟ।

ଯୋଗ୍ୟତା

ଦଶମ, ଯୁକ୍ତ ଦୁଇ, ଗ୍ରାଜୁଏଟ୍‌ ଓ ପିଏଚ୍‌ଡି କରିଥିବା ଆବେଦନକାରୀ ଏହି ସମସ୍ତ ପଦ ପାଇଁ ଆବେଦନ କରିପାରିବେ। ପଦକୁ ନେଇ ଯୋଗ୍ୟତା ନିର୍ଦ୍ଧାରଣ କରାଯିବ।

Advertisment

ଆବେଦନ ଶୁଳ୍କ

ସାଧାରଣ ଓ ଅନ୍ୟାନ୍ୟ ବର୍ଗ ୧୫୦୦ ଟଙ୍କା

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଦିବ୍ୟାଙ୍ଗଙ୍କ ପାଇଁ ୧୨୦୦ ଟଙ୍କା ରହିଛି।

ଆବେଦନ ଶୁଳ୍କ ଦେବା ପାଇଁ ଆବେଦନକାରୀ ଡେବିଟ୍‌, କ୍ରେଡିଟ୍‌ କାର୍ଡ ଓ ନେଟ୍‌ ବ୍ୟାଙ୍କିଙ୍ଗର ସାହାଯ୍ୟ ନେଇପାରିବେ। ଯୋଗ୍ୟ ପ୍ରାର୍ଥୀ ଚୟନ ପାଇଁ ଆବେଦନକାରୀଙ୍କର ଲିଖିତ ଓ ଇଣ୍ଟରଭ୍ୟୁ କରାଯିବ। ଅଧିକ ସୂଚନା ପାଇବା ପାଇଁ www.aiimsexams.org ୱେବସାଇଟ୍‌କୁ ଭିଜିଟ୍‌ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe