Advertisment

AIIMSରେ ଚାକିରି ସୁଯୋଗ, ଦେଢ଼ ଲକ୍ଷ ଉପରେ ଦରମା

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ AIIMS ଆଣିଛି ସୁବର୍ଣ୍ଣ ସୁଯୋଗ। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ଭୋପାଲରେ ଖାଲିପଡିଥିବା ଅନେକ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଏହି ନିଯୁକ୍ତି ଉଭୟ ଅଧ୍ୟାପକ ଏବଂ ଅଣ-ଅଧ୍ୟାପକଙ୍କ ପାଇଁ ବାହାରିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ aiimsbhopal.edu.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ମୋଟ ପଦବୀ-୧୪୨ ଅଧ୍ୟାପକ ପଦବୀ ପ୍ରଫେସର – ୨୯ ଆଡିସନାଲ ପ୍ରଫେସର- ୧୪ ଆସୋସିଏଟ୍‌ ପ୍ରଫେସର- ୨୮ ଆସିଷ୍ଟାଣ୍ଟ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଓଡ଼ିଶାରେ ବଢ଼ିଲା ସର୍ବୋଚ୍ଚ ବୟସସୀମା, ୫୩ ବର୍ଷ ବୟସରେ ବି କରିପାରିବେ ସରକାରୀ ଚାକିରି

job

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ AIIMS ଆଣିଛି ସୁବର୍ଣ୍ଣ ସୁଯୋଗ। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ଭୋପାଲରେ ଖାଲିପଡିଥିବା ଅନେକ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଏହି ନିଯୁକ୍ତି ଉଭୟ ଅଧ୍ୟାପକ ଏବଂ ଅଣ-ଅଧ୍ୟାପକଙ୍କ ପାଇଁ ବାହାରିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ aiimsbhopal.edu.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ।

Advertisment

ମୋଟ ପଦବୀ-୧୪୨

ଅଧ୍ୟାପକ ପଦବୀ

ପ୍ରଫେସର - ୨୯

ଆଡିସନାଲ ପ୍ରଫେସର- ୧୪

ଆସୋସିଏଟ୍‌ ପ୍ରଫେସର- ୨୮

ଆସିଷ୍ଟାଣ୍ଟ ପ୍ରଫେସର- ୨୯

ଅଣ ଅଧ୍ୟାପକ ପଦବୀ

ରେଜିଷ୍ଟ୍ରାର୍ - ୧

ଡେପୁଟି ମେଡିକାଲ୍ ସୁପରିଟେଣ୍ଡେଣ୍ଟ- ୫

ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନ୍‌ ଅଫିସର-୧

ମେଡିକାଲ ଫିଜିକ୍ସ-୧

ଆକାଉଣ୍ଟ ଅଫିସର-୧

ଟ୍ୟୁଟୋର କ୍ଲିନିକାଲ୍ ଇନ୍‌ଷ୍ଟ୍ରକ୍ଟର- ୩୩

ଶିକ୍ଷାଗତ ଯୋଗ୍ୟତା- ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷା ଯୋଗ୍ୟତା ରହିଛି। ଯୋଗ୍ୟତା ସମ୍ବନ୍ଧୀୟ ସୂଚନା ଜାଣିବାକୁ ହେଲେ ନିମ୍ନରେ ଦିଆଯାଇଥିବା ଲିଙ୍କରେ କ୍ଲିକ୍‌ କରି ସରକାରୀ ବିଜ୍ଞପ୍ତିକୁ ଯାଞ୍ଚ କରିପାରିବେ।

AIIMS Faculty Notification
AIIMS Non-Faculty Notification

ବୟସ ସୀମା

ପ୍ରଫେସର / ଆଡିସନାଲ ପ୍ରଫେସର- ୫୮ ବର୍ଷ

ଆସୋସିଏଟ୍ ପ୍ରଫେସର / ଆସିଷ୍ଟାଣ୍ଟ ପ୍ରଫେସର- ୫୦ ବର୍ଷ

ମାସିକ ଦରମା- ବିଭିନ୍ନ ପଦବୀ ପାଇଁ ଦରମା ମଧ୍ୟ ଭିନ୍ନ ଭିନ୍ନ ରହିଛି। ସର୍ବାଧିକ ଦରମା ୧,୬୮,୯୦୦/- ପର୍ଯ୍ୟନ୍ତ ରହିଛି।

Advertisment

ଆବେଦନ ଫି'- ଅଧ୍ୟାପକ ପଦବୀ ଆବେଦନ ଶୁଳ୍କ ଜେନେରାଲ / ଓବିସି ବର୍ଗ ପ୍ରାର୍ଥୀଙ୍କ ପାଇଁ ୨, ୦୦୦ ଏବଂ ଏସସି / ଏସଟି ଏବଂ ପିଡବ୍ଲ୍ୟୁଡି ବର୍ଗ ପ୍ରାର୍ଥୀଙ୍କ ପାଇଁ ୫୦୦ଟଙ୍କା ରହିଛି।

ସେହିପରି ଅଣ-ଅଧ୍ୟାପକ ପଦବୀ ପାଇଁ ଆବେଦନ ଶୁଳ୍କ ସଂରକ୍ଷିତ ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ୧୦୦୦ ଟଙ୍କା ଏବଂ SC, ST ଏବଂ PWD ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ରଖାଯାଇଛି।

କିଭଳି କରିବେ ଆବେଦନ?

ଭୋପାଲ AIIMSର ଅଫିସିଆଲ ୱେବ୍‌ସାଇଟ୍‌ www.aiimsbhopal.edu.in କୁ ଯାଇ ଇଚ୍ଛୁକ ପ୍ରାର୍ଥୀମାନେ ନିଜ ଇଚ୍ଛା ଅନୁସାରେ ଯେକୌଣସି ପଦବୀରେ ଆବେଦନ କରିପାରିବେ। ଜଣେ ବ୍ୟକ୍ତି ଯଦି ଚାହିଁବେ ଏକାଧିକ ପଦବୀରେ ମଧ୍ୟ ଆବେଦନ କରିପାରିବେ। ଏଥିପାଇଁ ସେମାନଙ୍କୁ ପ୍ରତ୍ୟେକ ପୋଷ୍ଟ ପାଇଁ ଅଲଗା ଅଲଗା ଆବେଦନ କରିବାକୁ ପଡିବ। ଏଥିସହ ପ୍ରତ୍ୟେକ ପଦବୀ ପାଇଁ ଆବେଦନ ଶୁକ୍ଲ ମଧ୍ୟ ଦେବାକୁ ପଡିବ।