ଏୟାର ଇଣ୍ଡିଆର ୧୬୦ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଯୋଗ୍ୟତା ଗ୍ରାଜୁଏଟ୍‌

ନୂଆଦିଲ୍ଲୀ : ଏୟାର୍‌ ଇଣ୍ଡିଆ ସର୍ଭିସେସ୍‌ ଲିମିଟେଡ୍‌ ପକ୍ଷରୁ ଖାଲି ପଡ଼ିଥିବା ୧୬୦ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ୧୦ ଓ ୧୧ ମାର୍ଚ୍ଚରେ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ହେବ। ଯୋଗ୍ୟ ପ୍ରାର୍ଥୀଙ୍କୁ ମୁମ୍ୱାଇ ଏୟାର ପୋର୍ଟରେ ଭର୍ତ୍ତି କରାଯିବ। ପଦର ନାମ ଓ ଏହାର ସଂଖ୍ୟା ମୋଟ ପଦବୀ ୧୬୦ଟି ରହିଛି। ଏଥିରେ ଡ୍ୟୁଟି ମ୍ୟାନେଜର୍‌, ଡ୍ୟୁଟି ଅଫିସର, ଜୁନିଅର୍‌ ଏକ୍‌ଜିକ୍ୟୁଟିଭ୍‌, କଷ୍ଟମର୍‌ ଏଜେଣ୍ଟ, ଆସିଷ୍ଟାଣ୍ଟ ଓ ଅନ୍ୟାନ୍ୟ ପଦବୀ ରହିଛି। ଯୋଗ୍ୟତା […]

air

Puspanjali Panda
  • Published: Friday, 28 February 2020
  • , Updated: 28 February 2020, 02:33 PM IST

ନୂଆଦିଲ୍ଲୀ : ଏୟାର୍‌ ଇଣ୍ଡିଆ ସର୍ଭିସେସ୍‌ ଲିମିଟେଡ୍‌ ପକ୍ଷରୁ ଖାଲି ପଡ଼ିଥିବା ୧୬୦ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ୧୦ ଓ ୧୧ ମାର୍ଚ୍ଚରେ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ହେବ। ଯୋଗ୍ୟ ପ୍ରାର୍ଥୀଙ୍କୁ ମୁମ୍ୱାଇ ଏୟାର ପୋର୍ଟରେ ଭର୍ତ୍ତି କରାଯିବ।

ପଦର ନାମ ଓ ଏହାର ସଂଖ୍ୟା

ମୋଟ ପଦବୀ ୧୬୦ଟି ରହିଛି। ଏଥିରେ ଡ୍ୟୁଟି ମ୍ୟାନେଜର୍‌, ଡ୍ୟୁଟି ଅଫିସର, ଜୁନିଅର୍‌ ଏକ୍‌ଜିକ୍ୟୁଟିଭ୍‌, କଷ୍ଟମର୍‌ ଏଜେଣ୍ଟ, ଆସିଷ୍ଟାଣ୍ଟ ଓ ଅନ୍ୟାନ୍ୟ ପଦବୀ ରହିଛି।

ଯୋଗ୍ୟତା

ଏସବୁ ପଦ ପାଇଁ ଆବେଦନ କରିବାକୁ ହେଲେ ଆବେଦନକାରୀ ଗ୍ରାଜୁଏଟ୍‌ ହୋଇଥିବା ଆବଶ୍ୟକ। ତେବେ ଅଲଗା ଅଲଗା ପଦକୁ ନେଇ ଯୋଗ୍ୟତା ରହିଛି। ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ଓ ଗ୍ରୁପ୍‌ ଡିକ୍ସସନ୍‌ ଆଧାରରେ ଚୟନ କରାଯିବ।

ଆବେଦନ ଶୁଳ୍କ

ସାଧାରଣ ଓ ଅନ୍ୟାନ୍ୟ ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ କୌଣସି ଶୁଳ୍କ ରଖାଯାଇନାହିଁ। ଡ୍ରାପ୍ଟ ଜରିଆରେ ଆବେଦନକାରୀଙ୍କଠାରୁ ଫି ନିଆଯିବ।

ଅଧିକ ସୂଚନା ପାଇଁ ଏୟାର ଇଣ୍ଡିଆର ଅଫିସିଆଲ୍‌ ସାଇଟ୍‌ www.airindia.in କୁ ଭିଜିଟ୍‌ କରନ୍ତୁ।

Related story