Advertisment

ଏୟାର ଇଣ୍ଡିଆର ୫୧ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ଦରମା ୨୨,୦୦୦ ଟଙ୍କା

ନୂଆଦିଲ୍ଲୀ : ଏୟାର ଇଣ୍ଡିଆରେ ଖାଲି ପଡ଼ିଥିବା ୫୧ଟି ସୁପରଭାଇଜର୍‌ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଚାହିଁଲେ ଆବେଦନ କରିପାରିବେ। ୪ ମାର୍ଚ୍ଚ ଆବେଦନର ଶେଷ ତାରିଖ ରହିଛି। ମୋଟ ପଦବୀ ଓ ଯୋଗ୍ୟତା ମୋଟ ୫୧ଟି ସୁପରଭାଇଜର୍‌ ପଦ ରହିଛି। ଏହି ସମସ୍ତ ପଦରେ ଚୟନ ହେବା ପରେ ପ୍ରାର୍ଥୀଙ୍କୁ ମାସିକ ଦରମା ୨୨,୩୭୧ ଟଙ୍କା ମିଳିବ। ଯୋଗ୍ୟ ଆବେଦନକାରୀ ଏହି ପଦ ପାଇଁ […]

ଏୟାର ଇଣ୍ଡିଆର ୫୧ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ଦରମା ୨୨,୦୦୦ ଟଙ୍କା

air

Advertisment

ନୂଆଦିଲ୍ଲୀ : ଏୟାର ଇଣ୍ଡିଆରେ ଖାଲି ପଡ଼ିଥିବା ୫୧ଟି ସୁପରଭାଇଜର୍‌ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଚାହିଁଲେ ଆବେଦନ କରିପାରିବେ। ୪ ମାର୍ଚ୍ଚ ଆବେଦନର ଶେଷ ତାରିଖ ରହିଛି।

Advertisment

ମୋଟ ପଦବୀ ଓ ଯୋଗ୍ୟତା

ମୋଟ ୫୧ଟି ସୁପରଭାଇଜର୍‌ ପଦ ରହିଛି। ଏହି ସମସ୍ତ ପଦରେ ଚୟନ ହେବା ପରେ ପ୍ରାର୍ଥୀଙ୍କୁ ମାସିକ ଦରମା ୨୨,୩୭୧ ଟଙ୍କା ମିଳିବ।

ଯୋଗ୍ୟ ଆବେଦନକାରୀ ଏହି ପଦ ପାଇଁ ଗ୍ରାଜୁଏଟ୍‌ ହୋଇଥିବା ଆବଶ୍ୟକ। ଏହା ସହିତ ଇଂରାଜୀ ଓ ହିନ୍ଦୀ ଭାଷାରେ ଦକ୍ଷତା ରହିଥିବା ଆବଶ୍ୟକ। ସେହିଭଳି ଆବେଦନକାରୀଙ୍କର ସର୍ବାଧିକ ବୟସ ୩୩ ବର୍ଷ ରଖାଯାଇଛି।

Advertisment

ସାଧାରଣ ଓ ଅନ୍ୟାନ୍ୟ ବର୍ଗ ପାଇଁ ଆବେଦନ ଶୁଳ୍କ ୧୦୦୦ ଟଙ୍କା ରଖାଯାଇଥିବା ବେଳେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପାଇଁ କୌଣସି ଶୁଳ୍କ ବ୍ୟବସ୍ଥା ରଖାଯାଇନାହିଁ। ଅନ୍‌ଲାଇନ୍‌ ମାଧ୍ୟମରେ ଏହି ଶୁଳ୍କ ଦେବାକୁ ପଡ଼ିବ।

ଅଧିକ ସୂଚନା ପାଇବା ପାଇଁ www.airindia.in ୱେବସାଇଟ୍‌କୁ ଭିଜିଟ୍‌ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe