Advertisment

କାଲିଠୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ମେ’ ୨ ତାରିଖ ଯାଏଁ ସମସ୍ତ ବୈଷୟିକ ଅନୁଷ୍ଠାନ ଗୁଡ଼ିକୁ ବନ୍ଦ ରଖିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କ୍ଲାସ୍ ବନ୍ଦ ରହିଲେ ମଧ୍ୟ ହେବାକୁ ଥିବା ପରୀକ୍ଷା ଗୁଡ଼ିକ ଧାର୍ଯ୍ୟ ତାରିଖରେ ସଂପନ୍ନ କରାଯିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ […]

ଅଦ୍ୟତନ ହୋଇଛି
ଗୋଟିଏ ଟ୍ରେନିଂ କଲେଜର ୧୧  ଛାତ୍ରୀ କରୋନା ପଜିଟିଭ, କଣ୍ଟେନମେଣ୍ଟ ଘୋଷଣା

Students

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ମେ’ ୨ ତାରିଖ ଯାଏଁ ସମସ୍ତ ବୈଷୟିକ ଅନୁଷ୍ଠାନ ଗୁଡ଼ିକୁ ବନ୍ଦ ରଖିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କ୍ଲାସ୍ ବନ୍ଦ ରହିଲେ ମଧ୍ୟ ହେବାକୁ ଥିବା ପରୀକ୍ଷା ଗୁଡ଼ିକ ଧାର୍ଯ୍ୟ ତାରିଖରେ ସଂପନ୍ନ କରାଯିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Advertisment

ଅନ୍ୟପକ୍ଷରେ ସମସ୍ତ ଅଧ୍ୟାପକ ଓ ଅନ୍ୟ କର୍ମଚାରୀମାନେ ଶିକ୍ଷାନୁଷ୍ଠାନରେ ଉପସ୍ଥିତ ରହିବେ। ସେମାନେ ପରୀକ୍ଷା, ଖାତାଦେଖା, ରିସର୍ଚ୍ଚ ଓ ପ୍ରଶାସନିକ କାର୍ଯ୍ୟ ଆଦି କରିବେ।

ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ପ୍ରଥମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲ୍‌କୁ ଏପ୍ରିଲ ୨୬ ତାରିଖ ଠାରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଥିଲା। ତେବେ ଏହା ମଧ୍ୟରେ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ଯଥାରୀତି ହେବ ବୋଲି କୁହାଯାଇଥିଲା।

Advertisment

ସେହିପରି ଉଚ୍ଚଶିକ୍ଷା ବିଭାଗ ଏହା ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ ଗୁଡ଼ିକୁ ଏପ୍ରିଲ ୨୭ ଅର୍ଥାତ୍ ଆଜି ଠାରୁ ବନ୍ଦ ରଖିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜକୁ ବିଭାଗ ପକ୍ଷରୁ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ଅସହ୍ୟ ଖରା ହେଉଛି। ଗୋଟିଏ ଗୋଟିଏ ସହରରେ ପାରଦ ପ୍ରାୟ ୪୪ ଡିଗ୍ରୀ ଟପିଯାଉଛି। ଗତକାଲି ୯ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା। ସେହିପରି ୧୦ରୁ ଅଧିକ ସହରର ତାପମାତ୍ରା ୪୧ ଓ ୪୨ ଡିଗ୍ରୀ ସେଲସିୟସ ଉପରେ ରହିଥିଲା।

ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆସନ୍ତା ୪/୫ ଦିନ ପର୍ଯ୍ୟନ୍ତ ହିଟ୍‌ ୱେଭ୍ ପ୍ରଭାବ ରହିବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିବ। ସେହିପରି ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଅଧିକ ରହିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe