Advertisment

RRB Job Alert 2021: ଏକାଧିକ ରେଲୱେ ପଦବୀ ପାଇଁ ବିଜ୍ଞପ୍ତି, ଏବେ କରନ୍ତୁ ଆବେଦନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେଡିକାଲ୍ ଷ୍ଟାଫ୍ ପଦବୀରେ ସରକାରୀ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ବଡ଼ ସୁଯୋଗ ସାମ୍ନାକୁ ଆସିଛି। ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ମେଡିକାଲ ପ୍ରାକ୍ଟିସନର୍ସ ଓ ପାରାମେଡିକାଲ୍ ଷ୍ଟାଫ୍ (Practitioners and Paramedical Staff)ରେ ଖାଲି ପଡ଼ିଥିବା ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ମୋଟ ୧୩୯ ପଦବୀ ପାଇଁ ନିଯୁକ୍ତି ବାହାରିଛି। ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ୍ ୱେବସାଇଟ୍ wr.indianrailways.gov.inରେ ଅନଲାଇନ୍ ଆବେଦନ କରିପାରିବେ। ୱେଷ୍ଟର୍ଣ୍ଣ […]

ଅଦ୍ୟତନ ହୋଇଛି
RRB Job Alert 2021: ଏକାଧିକ ରେଲୱେ ପଦବୀ ପାଇଁ ବିଜ୍ଞପ୍ତି, ଏବେ କରନ୍ତୁ ଆବେଦନ

Railway

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେଡିକାଲ୍ ଷ୍ଟାଫ୍ ପଦବୀରେ ସରକାରୀ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ବଡ଼ ସୁଯୋଗ ସାମ୍ନାକୁ ଆସିଛି। ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ମେଡିକାଲ ପ୍ରାକ୍ଟିସନର୍ସ ଓ ପାରାମେଡିକାଲ୍ ଷ୍ଟାଫ୍ (Practitioners and Paramedical Staff)ରେ ଖାଲି ପଡ଼ିଥିବା ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ମୋଟ ୧୩୯ ପଦବୀ ପାଇଁ ନିଯୁକ୍ତି ବାହାରିଛି। ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ୍ ୱେବସାଇଟ୍ wr.indianrailways.gov.inରେ ଅନଲାଇନ୍ ଆବେଦନ କରିପାରିବେ।

Advertisment

ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ଜାରି ନୋଟିଫିକେସନ୍ ଅନୁଯାୟୀ, ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଏପ୍ରିଲ୍ ୩ ତାରିଖରୁ ଆରମ୍ଭ ହୋଇଛି। ପ୍ରାକ୍ଟିସନର୍ସ ଓ ପାରାମେଡିକାଲ୍ ଷ୍ଟାଫ୍ (Practitioners and Paramedical Staff) ଆବେଦନ ପାଇଁ ମାତ୍ର ୪ ଦିନର ସମୟ ଦିଆଯାଇଛି। ଏପ୍ରିଲ୍ ୬ ତାରିଖ ଅର୍ଥାତ୍ ଆସନ୍ତାକାଲି ଆବେଦନର ଶେଷ ତାରିଖ। ଏହି ପଦବୀ ପାଇଁ ପ୍ରାର୍ଥୀଙ୍କର ଇଣ୍ଟରଭ୍ୟୁ ଏପ୍ରିଲ୍ ୮ ତାରିଖରେ ହେବ।

ଖାଲି ପଡ଼ିଥିବା ପଦବୀର ବିସ୍ତୁତ ସୂଚନା

ମୋଟ ୧୩୯ ପଦବୀରେ ନିଯୁକ୍ତି ମିଳିବ। ଯେଉଁଥିରେ CMP-GDMO ପାଇଁ ୧୪ ପଦବୀ, ନର୍ସିଂ ସୁପରିଟେଣ୍ଡେଣ୍ଟ ପାଇଁ ୫୯ ପଦବୀ, ରେଡିଓଗ୍ରାଫର ପାଇଁ ୨ ପଦବୀ, ରେନାଲ୍ ରିପ୍ଲେସମେଣ୍ଟ ପାଇଁ ଗୋଟିଏ ପଦବୀ, କ୍ଲିନିକାଲ୍ ସାଇକୋଲୋଜିଷ୍ଟ ପାଇଁ ୨ ପଦବୀ ଓ ହସ୍ପିଟାଲ୍ ଆଟେଣ୍ଡାଣ୍ଟ ପାଇଁ ୬୦ ପଦବୀ ରହିଛି। ଏହିସବୁ ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ଟେଲିଫୋନିକ୍ ଇଣ୍ଟରଭ୍ୟୁ ଜରିଆରେ କରାଯିବ।

Advertisment

କ'ଣ ଡକ୍ୟୁମେଣ୍ଟ ଦରକାର?

ଏହି ପଦବୀ ଆବେଦନ ପାଇଁ ପ୍ରାର୍ଥୀ ପାଖରେ ଜନ୍ମ ପ୍ରମାଣପତ୍ର, ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର ପାସ୍ ସାର୍ଟିଫିକେଟ୍ ରହିବା ଜରୁରୀ। ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍, ଅଭିଜ୍ଞତା ସାର୍ଟିଫିକେଟ ଓ କାଷ୍ଟ (ଜାତି) ସାର୍ଟିଫିକେଟ୍ ଥିବା ବାଧ୍ୟତାମୂଳକ।

କେଉଁମାନେ ଆବେଦନ କରିପାରିବେ?

ଦଶମ, ଦ୍ୱାଦଶ, ଗ୍ରାଜୁଏସନ୍ ଓ ପୋଷ୍ଟ ଗ୍ରାଜୁଏସନ୍ ପାସ୍ କରିଥିବା ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଆବେଦକଙ୍କର ବୟସ ସୀମା ୧୮ରୁ ୫୩ ବର୍ଷ ଭିତରେ ହୋଇଥିବା ଦରକାର।

Railway Jobs
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe