BECILରେ ୱାକ୍‌-ଇନ୍‌ ଇଣ୍ଟରଭ୍ୟୁ ସୁଯୋଗ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ଥିବା ବ୍ରଡକାଷ୍ଟ ଇଂଜିନିୟରିଂ କନସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (BECIL) ଆଣିଛି ଚାକିରି ସୁଯୋଗ। ଏଠାରେ ଖାଲିପଡିଥିବା ବିଭିନ୍ନ ପାରାମେଡିକାଲ ପଦବୀ ପୂରଣ କରିବା ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ସବୁ ପଦବୀ ପାଇଁ  ୱାକ-ଇନ୍-ଇଣ୍ଟରଭ୍ୟୁ ଜରିଆରେ ପ୍ରାର୍ଥୀ ଚୟନ କରାଯିବ। କୋଲକାତା ଚିତ୍ତରଞ୍ଜନ ଜାତୀୟ କ୍ୟାନ୍‌ସର ପ୍ରତିଷ୍ଠାନରେ ଏହି ଇଣ୍ଟରଭ୍ୟୁ କରାଯିବ। ମୋଟ ପଦବୀ-୭ ଆସିଷ୍ଟାଣ୍ଟ ଫାର୍ମାସିଷ୍ଟ-୧, ମାସିକ ଦରମା- ୨୩,୫୦୦/- ରେଡିଓଥେରାପି ଟେକ୍‌ନିସିଆନ୍‌-୪, ମାସିକ ଦରମା-୨୫,୦୦୦/- […]

becil

Madhupriya Mistry
  • Published: Monday, 02 May 2022
  • , Updated: 02 May 2022, 03:07 PM IST

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ଥିବା ବ୍ରଡକାଷ୍ଟ ଇଂଜିନିୟରିଂ କନସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (BECIL) ଆଣିଛି ଚାକିରି ସୁଯୋଗ। ଏଠାରେ ଖାଲିପଡିଥିବା ବିଭିନ୍ନ ପାରାମେଡିକାଲ ପଦବୀ ପୂରଣ କରିବା ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ସବୁ ପଦବୀ ପାଇଁ  ୱାକ-ଇନ୍-ଇଣ୍ଟରଭ୍ୟୁ ଜରିଆରେ ପ୍ରାର୍ଥୀ ଚୟନ କରାଯିବ। କୋଲକାତା ଚିତ୍ତରଞ୍ଜନ ଜାତୀୟ କ୍ୟାନ୍‌ସର ପ୍ରତିଷ୍ଠାନରେ ଏହି ଇଣ୍ଟରଭ୍ୟୁ କରାଯିବ।

ମୋଟ ପଦବୀ-୭

ଆସିଷ୍ଟାଣ୍ଟ ଫାର୍ମାସିଷ୍ଟ-୧, ମାସିକ ଦରମା- ୨୩,୫୦୦/-

ରେଡିଓଥେରାପି ଟେକ୍‌ନିସିଆନ୍‌-୪, ମାସିକ ଦରମା-୨୫,୦୦୦/-

ଅଟୋ ଟେକ୍‌ନିସିଆନ୍‌-୨, ମାସିକ ଦରସା- ୨୨,୧୭୮/-

ଶିକ୍ଷାଗତ ଯୋଗ୍ୟତା:

ଆସିଷ୍ଟାଣ୍ଟ ଫାର୍ମାସିଷ୍ଟ- ସ୍ୱୀକୃତିପ୍ରାପ୍ତି ଅନୁଷ୍ଠାନରୁ ଫାର୍ମାସିଷ୍ଟରେ ଡିପ୍ଲୋମା କରିଥିବା ଆବଶ୍ୟକ।

ରେଡିଓଥେରାପି ଟେକ୍‌ନିସିଆନ୍‌- ରେଡିଓଥେରାପି ଟେକ୍ନୋଲୋଜିରେ ଡିପ୍ଲୋମା(୨ବର୍ଷିଆ କୋର୍ସ) କିମ୍ବା ବି.ଏସ୍‌ସି(୩ ବର୍ଷୀଆ କୋର୍ସ) କିମ୍ବା ଏକ ପ୍ରତିଷ୍ଠିତ କେନ୍ଦ୍ରରେ AERB ଦ୍ୱାରା ଅନୁମୋଦିତ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ରେଡିଓଥେରାପି ଉପକରଣ ଚଳାଇବାରେ ୩ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ଅଟୋ ଟେକ୍‌ନିସିଆନ୍‌- ବିଜ୍ଞାନରେ ଯୁକ୍ତ ୨, ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ/ବିଶ୍ୱବିଦ୍ୟାଳୟରୁ ବିଏସ୍‌ସି, ଆଇସିୟୁ, କିମ୍ବା ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ/ବିଶ୍ୱବିଦ୍ୟାଳୟରୁ ଟେକ୍ନୋଲୋଜିରେ ଦୁଇ ବର୍ଷ ଡିପ୍ଲୋମା କରିଥିବା ଆବଶ୍ୟକ।

କେବେ ହେବ ୱାକ୍‌-ଇନ୍‌ ଇଣ୍ଟରଭ୍ୟୁ?

ଆସିଷ୍ଟାଣ୍ଟ ଫାର୍ମାସିଷ୍ଟ- ମେ' ୬ ତାରିଖ ୧୦ଟା ୩୦ମିରେ ହେବ।

ରେଡିଓଥେରାପି ଟେକ୍‌ନିସିଆନ୍‌-ମେ' ୯ ତାରିଖ ୧୦ଟା ୩୦ମିରେ ହେବ।

ଅଟୋ ଟେକ୍‌ନିସିଆନ୍‌-ମେ' ୧୭ ତାରିଖ ମଧ୍ୟାହ୍ଣ ୨ଟାରେ ହେବ।

ଇଚ୍ଛୁକ ପ୍ରାର୍ଥୀମାନେ ଇଣ୍ଟରଭ୍ୟୁରେ ସାମିଲ ହେବା ପୂର୍ବରୁ ନିଜର ଶିକ୍ଷାଗତ ଓ ଅଭିଜ୍ଞତା ଯୁକ୍ତ ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର, ପ୍ୟାନ୍‌ କାର୍ଡ, ଆଧାର କାର୍ଡ, ଇପିଏଫ୍‌/ଇଏମ୍‌ଆଇ କାର୍ଡ ଏବଂ ଭେରିଫିକେସନ୍‌ ଜଡିତ ସମସ୍ତ ଦସ୍ତାବିଜ ସାଙ୍ଗରେ ନେଇ ଯିବା ଉଚିତ। ଇଣ୍ଟରଭ୍ୟୁ ସହିତ ଜଡିତ ଅନ୍ୟ ତଥ୍ୟ ଜାଣିବା ପାଇଁ ଅଫିସିଆଲ୍‌ ୱେବସାଇଟ୍‌କୁ ଯାଇ ଚେକ୍‌ କରିପାରିବେ।

Related story