job
ପାଟଣା : ବିହାର ପୁଲିସ ସବ୍-ଅର୍ଡିନେଟ୍ କମିଶନ୍ ପକ୍ଷରୁ ଖାଲି ପଡ଼ିଥିବା ୧୩୩ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଷ୍ଟେନୋ ଆସିଷ୍ଟାଣ୍ଟ ସବ୍-ଇନସ୍ପେକ୍ଟର ପରି ପଦବୀ ରହିଛି। ଏଥିପାଇଁ ଅନଲାଇନ୍ରେ ଆବେଦନ ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ୩୦ ମାର୍ଚ୍ଚ ମଧ୍ୟରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୩୦ ମାର୍ଚ୍ଚ ରହିଛି।
ଯୋଗ୍ୟତା
ଆବେଦନକାରୀ ଦଶମ ଓ ଯୁକ୍ତଦୁଇ ପାସ୍ କରିଥିବା ଆବଶ୍ୟକ। ଏଥି ସହିତ କମ୍ପ୍ୟୁଟର ଆପ୍ଲିକେସନ୍ରେ ଡିପ୍ଲୋମା କରିଥିବେ।
ବୟସସୀମା
ସର୍ବନିମ୍ନ ବୟସ ୧୮ ବର୍ଷ
ସର୍ବାଧିକ ବୟସ ୨୫ ବର୍ଷ
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଆବେଦନକାରୀଙ୍କ ପାଇଁ ଏହି ବୟସସୀମାରେ କୋହଳ କରାଯାଇଛି।
ଆବେଦନ ଶୁଳ୍କ
ସାଧାରଣ ଓ ଅନ୍ୟାନ୍ୟ ବର୍ଗ-୭୦୦ ଟଙ୍କା
ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଦିବ୍ୟାଙ୍ଗ - ୪୦୦ ଟଙ୍କା
ଅଧିକ ସୂଚନା ପାଇଁ ବିହାର ପୁଲିସର ଅଫିସିଆଲ୍ ୱେବସାଇଟ୍ www.bpssc.bih.nic.in କୁ ଭିଜିଟ୍ କରନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/job-1.jpg)