ବି.ଆଇ.ଏସ୍‌ର ୧୫୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଇଞ୍ଜିନିୟରିଂ ଯୋଗ୍ୟତା ଥିଲେ କରନ୍ତୁ ଆବେଦନ

ନୂଆଦିଲ୍ଲୀ : ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡସ୍‌ ବା ବି.ଆଇ.ଏସ୍‌ରେ ଇଞ୍ଜିନିୟରଙ୍କ ପାଇଁ ଖାଲି ପଡ଼ିଥିବା ୧୫୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨ ମାର୍ଚ୍ଚରୁ ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୩୧ ମାର୍ଚ୍ଚ ରହିଛି। ମୋଟ ପଦବୀ ଓ ଏହାର ନାମ ମୋଟ ପଦବୀ ୧୫୦ ମେକାନିକାଲ୍ ଇଞ୍ଜିନିୟରିଂ -୪୮ ମେଟାଲର୍ଜିକାଲ୍‌ ଇଞ୍ଜିନିୟରିଂ- ୨୫ ସିଭିଲ୍‌ ଇଞ୍ଜିନିୟରିଂ-୭ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ-୧୯ ଇଲେକ୍ଟ୍ରୋନିକ୍ସ […]

job

Puspanjali Panda
  • Published: Tuesday, 03 March 2020
  • , Updated: 03 March 2020, 01:25 PM IST

ନୂଆଦିଲ୍ଲୀ : ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡସ୍‌ ବା ବି.ଆଇ.ଏସ୍‌ରେ ଇଞ୍ଜିନିୟରଙ୍କ ପାଇଁ ଖାଲି ପଡ଼ିଥିବା ୧୫୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨ ମାର୍ଚ୍ଚରୁ ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୩୧ ମାର୍ଚ୍ଚ ରହିଛି।

ମୋଟ ପଦବୀ ଓ ଏହାର ନାମ

ମୋଟ ପଦବୀ ୧୫୦

ମେକାନିକାଲ୍ ଇଞ୍ଜିନିୟରିଂ -୪୮

ମେଟାଲର୍ଜିକାଲ୍‌ ଇଞ୍ଜିନିୟରିଂ- ୨୫

ସିଭିଲ୍‌ ଇଞ୍ଜିନିୟରିଂ-୭

ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ-୧୯

ଇଲେକ୍ଟ୍ରୋନିକ୍ସ ଟେଲିକମ୍ୟୁନିକେଶନ୍‌ ଇଞ୍ଜିନିୟରିଂ-୫

ଫୁଡ ଟେକ୍ନୋଲୋଜି- ୧୪

କମ୍ପ୍ୟୁଟର ଇଞ୍ଜିନିୟରିଂ-୧୧

କେମିକାଲ୍‌ ଇଞ୍ଜିନିୟରିଂ- ୧୬

ବାୟୋ-ଟୋକ୍ନୋଲୋଜି-୧

ବାୟୋ ମେଡିକାଲ୍‌ ଇଞ୍ଜିନିୟରିଂ- ୩

ପେଟ୍ରୋକେମିକାଲ୍‌ ଇଞ୍ଜିନିୟରିଂ- ୧

ଯୋଗ୍ୟତା

ଏଥିପାଇଁ ଆବେଦନକାରୀ ଇଞ୍ଜିନିୟରିଂ କିମ୍ୱା ଟେକ୍ନୋଲୋଜିରେ ଡିଗ୍ରୀ କରିଥିବା ଆବଶ୍ୟକ। ‌ଏଥି ସହିତ କ୍ୟାରିଅର୍‌ରେ ଆବେଦନକାରୀଙ୍କର ୬୦ ପ୍ରତିଶତ ମାର୍କ ରହିଥିବ। ତେବେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ଏହି ମାର୍କ ୫୦ ପ୍ରତିଶତ ରହିଛି।

ଏହା ବ୍ୟତୀତ ଆବେଦନକାରୀଙ୍କର ଗେଟ୍‌ ୨୦୧୮|୨୦୨୯|୨୦୨୦ ମାର୍କ ଥିବା ଆବଶ୍ୟକ।

ବୟସସୀମା

ସର୍ବନିମ୍ନ ବୟସ ୨୧ ବର୍ଷ

ସର୍ବାଧିକ ବୟସ ୩୦ ବର୍ଷ

ଅଧିକ ସୂଚନା ପାଇଁ ଇଚ୍ଛୁକ ଆବେଦନକାରୀ www.bis.gov.in ଅଫିସିଆଲ୍‌ ୱେବସାଇଟ୍‌କୁ ଭିଜିଟ୍‌ କରନ୍ତୁ।

Related story