ସିବିଏସ୍‌ଇ ଦ୍ୱାଦଶ ରେଜଲ୍ଟ: କେଉଁ ରିଜନରେ କେତେ ପିଲା ପାସ୍‌ କଲେ

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତଘଟାଇ ଆଜି ସିବିଏସ୍‌ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ରେଜଲ୍ଟ ପ୍ରକାଶ କରାଯାଇଛି। ମହାମାରୀ କରୋନା ପାଇଁ ପରୀକ୍ଷା ବାତିଲ ହୋଇଥିଲେ ହେଁ ସମଗ୍ର ଦେଶରେ ଚଳିତ ବର୍ଷ ୯୯.୩୭% ପିଲା ପାସ କରିଛନ୍ତି। ଛାତ୍ରଙ୍କ ପାସ୍‌ ହାର ୯୯.୧୩% ଥିବା ବେଳେ ଛାତ୍ରୀଙ୍କ ପାସହାର ୯୯.୬୭% ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ୦.୫୪% ଅଧିକ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ୧୦୦% […]

CBSE

CBSE

Hemant Lenka
  • Published: Friday, 30 July 2021
  • Updated: 30 July 2021, 08:34 PM IST

Sports

Latest News

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତଘଟାଇ ଆଜି ସିବିଏସ୍‌ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ରେଜଲ୍ଟ ପ୍ରକାଶ କରାଯାଇଛି। ମହାମାରୀ କରୋନା ପାଇଁ ପରୀକ୍ଷା ବାତିଲ ହୋଇଥିଲେ ହେଁ ସମଗ୍ର ଦେଶରେ ଚଳିତ ବର୍ଷ ୯୯.୩୭% ପିଲା ପାସ କରିଛନ୍ତି। ଛାତ୍ରଙ୍କ ପାସ୍‌ ହାର ୯୯.୧୩% ଥିବା ବେଳେ ଛାତ୍ରୀଙ୍କ ପାସହାର ୯୯.୬୭% ରହିଛି।

ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ୦.୫୪% ଅଧିକ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ୧୦୦% ରେଜଲ୍ଟ ହୋଇଛି। ଅର୍ଥାତ ଏଠାରେ ସମସ୍ତେ ପାସ କରିଛନ୍ତି। ସେହିପରି ଆସନ୍ତା ସପ୍ତାହରେ ସିବିଏସ୍‌ଇ ୧୦ମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।

ସିବିଏସ୍‌ଇ ପକ୍ଷରୁ ଦ୍ୱାଦଶ ବୋର୍ଡ ପରୀକ୍ଷାରେ କେଉଁ ରିଜନରେ କେତେ ପ୍ରତିଶତ ପିଲା ପାସ୍‌ କରିଛନ୍ତି, ତା’ର ସୂଚନା ଦିଆଯାଇଛି। ବୋର୍ଡର ସୂଚନା ଅନୁଯାୟୀ, ଭୁବନେଶ୍ୱର ରିଜନରେ ୯୯.୫୫% ପିଲା ପାସ କରିଥିବା ବେଳେ ତ୍ରିବେନ୍ଦ୍ରମରେ ୯୯.୮୯%, ବେଙ୍ଗାଲୁରୁରେ ୯୯.୮୩%, ଚେନ୍ନାଇରେ ୯୯.୭୭%, ଦିଲ୍ଲୀ(ପଶ୍ଚିମ) ୯୯.୮୪%, ଦିଲ୍ଲୀ(ପୂର୍ବ) ୯୯.୮୪%, ପଞ୍ଚକୁଲା ୯୯.୫୪%, ଚଣ୍ଡିଗଡ଼ ୯୯.୪୭%, ଭୋପାଲ ୯୯.୩୪%, ପୁଣେ ୯୯.୩୫%, ଆଜମେର ୯୯.୨୯%, ନୋଏଡା ୯୯.୦୨%, ଗୌହାଟୀ ୯୯.୩୧%, ଡେରାଡୁନ ୯୮. ୬୪%, ପ୍ରାୟାଗରାଜ ୯୮.୫୯% ଓ ପାଟନାରେ ୯୮.୯୧% ପିଲା ପାସ କରିଛନ୍ତି।

ଚଳିତ ବର୍ଷ ମୋଟ ୧୨ ଲକ୍ଷ ୯୬ ହଜାର ୩୧୮ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ୭୦,୦୦୪ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ସେହିଭଳି ୧ ଲକ୍ଷ ୫୦ ହଜାର ୧୫୨ ଜଣ ଛାତ୍ରଛାତ୍ରୀ ୯୦ରୁ ଅଧିକ ପ୍ରତିଶତ ନମ୍ବର ରଖିଥିବା ବୋର୍ଡ ପକ୍ଷରୁ କୁହାଯାଇଛି।

କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକର ରେଜଲ୍ଟ ଶତ ପ୍ରତିଶତ ରହିଥିବା ବେଳେ ନବୋଦୟ ବିଦ୍ୟାଳୟ ଗୁଡ଼ିକର ରେଜଲ୍ଟ ୯୯.୯୪ % ଓ ଘରୋଇ ସ୍କୁଲ୍ ଗୁଡ଼ିକର ପାସ୍ ହାର ୯୯.୨୨ ପ୍ରତିଶତ ରହିଛି।

ଚଳିତ ବର୍ଷ କରୋନା ଯୋଗୁ ପରୀକ୍ଷା କରାଯାଇପାରି ନଥିଲା। ସେଥିପାଇଁ ଏହି ଛାତ୍ରଛାତ୍ରୀମାନଙ୍କର ଦଶମ, ଏକାଦଶ ଓ ଇଣ୍ଟରନାଲ୍ ପରୀକ୍ଷାର ନମ୍ବରକୁ ନେଇ ବିକଳ୍ପ ବ୍ୟବସ୍ଥା ଯୋଗେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରାଯାଇଛି।

ଅନ୍ୟପକ୍ଷରେ ୬୫,୧୮୪ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇନାହିଁ। ଅଗଷ୍ଟ ୫ ତାରିଖ ସୁଦ୍ଧା ସେମାନଙ୍କ ପରୀକ୍ଷା ଫଳ ଘୋଷଣା କରାଯିବ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story