Advertisment

ଆସନ୍ତାକାଲି OSSTET

କଟକ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ହେବ ଓଡ଼ିଶା ମାଧ୍ୟମିକ ସ୍କୁଲ୍‌ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା OSSTET ।  ୭୨,୨୮୦ ଜଣ ପ୍ରାର୍ଥୀ ଏହି ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି। ମୋଟ ୩୩୮ଟି କେନ୍ଦ୍ରରେ ପରୀକ୍ଷା ହେବ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି,  ସବୁ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି। କୋଭିଡ୍ ଗାଇଡ୍‌ଲାଇନ୍‌ ଅନୁସାରେ ଏହି ପରୀକ୍ଷା କରାଯିବ। ଆସନ୍ତାକାଲି […]

ଆସନ୍ତାକାଲି OSSTET

Board

Advertisment

କଟକ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ହେବ ଓଡ଼ିଶା ମାଧ୍ୟମିକ ସ୍କୁଲ୍‌ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା OSSTET ।  ୭୨,୨୮୦ ଜଣ ପ୍ରାର୍ଥୀ ଏହି ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି। ମୋଟ ୩୩୮ଟି କେନ୍ଦ୍ରରେ ପରୀକ୍ଷା ହେବ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

Advertisment

ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି,  ସବୁ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି। କୋଭିଡ୍ ଗାଇଡ୍‌ଲାଇନ୍‌ ଅନୁସାରେ ଏହି ପରୀକ୍ଷା କରାଯିବ। ଆସନ୍ତାକାଲି ସକାଳ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ପ୍ରଥମ ପେପର ଓ ୧ଟାରୁ ୩.୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପେପର ପରୀକ୍ଷା ହେବ। ପରୀକ୍ଷା ପରିଚାଳନା ପାଇଁ ୪୦ଟି ନୋଡାଲ୍‌ ସେଣ୍ଟର କରାଯାଇଛି। ସେହିପରି ସ୍କ୍ୱାଡ୍‌ ବି ତିଆରି କରାଯାଇଛି। ବୋର୍ଡ ଓ ଡିଇଓ ସ୍ତରରେ ପୃଥକ ପୃଥକ ସ୍କ୍ୱାଡ୍ ତିଆରି କରାଯାଇଛି। ଏହା ସହିତ ୮ଟି ସ୍ପେଶାଲ୍ ସ୍କ୍ୱାଡ୍ ତିଆରି କରାଯାଇଛି।

କପି କରିବାକୁ ପ୍ରୟାସ ନ କରିବାକୁ ବୋର୍ଡ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କୁ ଆଗୁଆ ସତର୍କ କରି ଦିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ନିୟମ ଅନୁଯାୟୀ ଯେଉଁ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍‌ରେ ବୁକ୍ ହେବେ ସେ ଆଉ କେବେ OSSTET ଦେଇପାରିବେ ନାହିଁ। ଏଥିସହ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବାକୁ ବାରଣ କରାଯାଇଛି। ପରୀକ୍ଷା କେନ୍ଦ୍ରରେ କୌଣସି ଷ୍ଟାଫ୍ ଓ ସୁରକ୍ଷାକର୍ମଚାରୀ ମଧ୍ୟ ଫୋନ୍ ରଖିପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe