/odisha-reporter/media/post_attachments/uploads/2020/03/jobs.jpg)
jobs
ନୂଆଦିଲ୍ଲୀ : ବିହାର ପବ୍ଲିକ୍ ସର୍ଭିସ୍ କମିଶନ ପକ୍ଷରୁ ୨୨୧ଟି ସିଭିଲ୍ ଜଜ୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ୧୨ ମାର୍ଚ୍ଚରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଚାହିଁଲେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୮ ମାର୍ଚ୍ଚ ରହିଛି।
ମୋଟ ପଦବୀ
୨୨୧
ଯୋଗ୍ୟତା
ସିଭିଲ୍ ଜଜ୍ ରହିବା ପାଇଁ ଆବେଦନକାରୀ ଯେକୌଣସି ମାନ୍ୟତା ପ୍ରାପ୍ତ ଅନୁଷ୍ଠାନରୁ ଲ’ରେ ଗ୍ରାଜୁଏସନ୍ କରିଥିବା ଆବଶ୍ୟକ।
ବୟସସୀମା
ସର୍ବନିମ୍ନ ବୟସ ୨୨ ବର୍ଷ
ସର୍ବାଧିକ ବୟସ ୩୫ ବର୍ଷ
ଆବେଦନ ଶୁଳ୍କ
ସାଧାରଣ ଓ ଅନ୍ୟାନ୍ୟ ବର୍ଗଙ୍କ ପାଇଁ ୬୦୦ ଟଙ୍କା
ଅନୁସୂଚିତ ଜାତି, ଅନୁସୂଚିକ ଜନଜାତି ଓ ଦିବ୍ୟାଙ୍ଗଙ୍କ ପାଇଁ ୧୫୦ ଟଙ୍କା
ଜରୁରୀ ତାରିଖ
ଆବେଦନ କରିବା ତାରିଖ ୧୨ ମାର୍ଚ୍ଚ
ଆବେଦନର ଶେଷ ତାରିଖ ୨୮ ମାର୍ଚ୍ଚ
ଆପ୍ଲିକେସନ୍ ଫି ଦେବା ତାରିଖ ୩ ଏପ୍ରିଲ
ଆବେଦନ ଫର୍ମ ଦେବା ଶେଷ ତାରିଖ ୧୩ ଏପ୍ରିଲ
ପ୍ରିଲିମନାରୀ, ମେନ୍ ପରୀକ୍ଷା ଓ ଇଣ୍ଟରଭ୍ୟୁ ଜରିଆରେ ଯୋଗ୍ୟ ଆବେଦନକାରୀ ଚୟନ କରାଯିବ। ଅଧିକ ସୂଚନା ପାଇଁ www.bpsc.bih.nic.in ୱେବସାଇଟ୍କୁ ଭିଜିଟ୍ କରନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
