Advertisment

BSFରେ ୨୭୮୮ ପଦବୀ ପାଇଁ ନିଯୁକ୍ତି, କାଲି ଶେଷ ତାରିଖ

ସୀମା ସୁରକ୍ଷା ବଳ (BSF) ରେ ନିଯୁକ୍ତି ପାଇଁ ସ୍ୱପ୍ନ ଦେଖୁଥିବା ଯୁବକ ଓ ଯୁବତୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। BSFରେ କନଷ୍ଟେବଳ (ଟ୍ରେଡ୍ସମ୍ୟାନ୍, ଉଭୟ ପୁରୁଷ ଓ ମହିଳା) ପଦବୀରେ ଆବେଦନ କରିବା ପାଇଁ ହାତରେ ମାତ୍ର ଦିନେ ସମୟ ବାକି ରହିଲା। ଏହି ପଦବୀ ପାଇଁ ଯେଉଁ ଆଶାୟୀମାନେ ଏପର୍ଯ୍ୟନ୍ତ ଆବେଦନ କରିପାରି ନାହାନ୍ତି, ସେମାନେ ବିଏସଏଫର ଅଫିସିଆଲ୍ ୱେବସାଇଟ୍ bsf.gov.in କୁ ଯାଇ ଆବେଦନ କରିପାରିବେ। ଏହି ପଦବୀରେ ଆବେଦନ କରିବା ପାଇଁ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
BSFରେ ୨୭୮୮ ପଦବୀ ପାଇଁ ନିଯୁକ୍ତି, କାଲି ଶେଷ ତାରିଖ

bsf

ସୀମା ସୁରକ୍ଷା ବଳ (BSF) ରେ ନିଯୁକ୍ତି ପାଇଁ ସ୍ୱପ୍ନ ଦେଖୁଥିବା ଯୁବକ ଓ ଯୁବତୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। BSFରେ କନଷ୍ଟେବଳ (ଟ୍ରେଡ୍ସମ୍ୟାନ୍, ଉଭୟ ପୁରୁଷ ଓ ମହିଳା) ପଦବୀରେ ଆବେଦନ କରିବା ପାଇଁ ହାତରେ ମାତ୍ର ଦିନେ ସମୟ ବାକି ରହିଲା। ଏହି ପଦବୀ ପାଇଁ ଯେଉଁ ଆଶାୟୀମାନେ ଏପର୍ଯ୍ୟନ୍ତ ଆବେଦନ କରିପାରି ନାହାନ୍ତି, ସେମାନେ ବିଏସଏଫର ଅଫିସିଆଲ୍ ୱେବସାଇଟ୍ bsf.gov.in କୁ ଯାଇ ଆବେଦନ କରିପାରିବେ। ଏହି ପଦବୀରେ ଆବେଦନ କରିବା ପାଇଁ ଶେଷ ତାରିଖ ମାର୍ଚ୍ଚ ୧ ରହିଛି।

Advertisment

ଏହାବ୍ୟତୀତ ଆଶାୟୀ ପ୍ରାର୍ଥୀ ସିଧା https://rectt.bsf.gov.in/ ଲିଙ୍କରେ କ୍ଲିନ୍ କରି ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏହାସହ https://rectt.bsf.gov.in/static/bsf/pdf/Constable%20(Tradesman)%20BSF ମାଧ୍ୟମରେ ଅଫିସିଆଲ୍ ନୋଟିଫିକେସନ୍ ଦେଖିପାରିବେ।

ଆବେଦନ କରିବା ପୂର୍ବରୁ ଆଶାୟୀ ପ୍ରାର୍ଥୀ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ, ଟ୍ରେଡ୍ ଅଭିଜ୍ଞତା ସାର୍ଟିଫିକେଟ, ବୟସ, ଫିଜିକାଲ୍ ଷ୍ଟାଣ୍ଡାର୍ଡ, ଫିଜିକାଲ ଏଫିସିଏନ୍ସ ଟେଷ୍ଟ ପାଖରେ ରଖିଥିବା ଦରକାର।

Advertisment

ନୋଟିଫିକେସନ୍ ଅନୁଯାୟୀ ଏହି ପଦବୀ ପାଇଁ ଫିଜିକାଲ୍ ଷ୍ଟାଣ୍ଡାର୍ଡ ଟେଷ୍ଟ (ପିଏସଟି), ଫିଜିକାଲ୍ ଏଫିସିଏନ୍ସି ଟେଷ୍ଟ (ପିଇଟି), ଡକ୍ୟୁମେଣ୍ଟେସନ୍, ଟ୍ରେଡ୍ ଟେଷ୍ଟ, ରିଟିନ୍ ପରୀକ୍ଷା ଓ ମେଡିକାଲ୍ ପରୀକ୍ଷା କରାଯିବ।

ଶିକ୍ଷାଗତ ଯୋଗ୍ୟତା

୧- କୌଣସି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ କିମ୍ବା ବୋର୍ଡରୁ ମାଟ୍ରିକ୍ ପରୀକ୍ଷା କରିଥିବା ଦରକାର। ଏହାସହ ସମ୍ପୃକ୍ତ ଟ୍ରେଡରେ ଦୁଇ ବର୍ଷର କାର୍ଯ୍ୟ ଅଭିଜ୍ଞତା ଥିବା ଦରକାର।

୨- ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁଟ/ଭୋକେସନାଲ ଇନଷ୍ଟିଚ୍ୟୁଟରୁ ୧ ବର୍ଷିୟା ସାର୍ଟିଫିକେଟ୍ କୋର୍ସ କରିବା ସହିତ ଟ୍ରେଡରେ ଅତି କମରେ ଏକ ବର୍ଷର ଅଭିଜ୍ଞତା ରହିବା ଦରକାର।

୩- ବାଣିଜ୍ୟ କିମ୍ବା ଅନୁରୂପ ବାଣିଜ୍ୟରେ ଶିଳ୍ପ ତାଲିମ ଅନୁଷ୍ଠାନରୁ ଦୁଇ ବର୍ଷର ଡିପ୍ଲୋମା କରିଥିବା ଦରକାର।