CBSE
ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେସନ ପକ୍ଷରୁ ସିବିଏସ୍ଇ ବୋର୍ଡ ପରୀକ୍ଷାର ସୂଚୀ ଜାରି କରାଯାଇଛି। ସିବିଏସ୍ଇ ୧୦ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା କେବେ ହେବ ବୋର୍ଡ ପକ୍ଷରୁ ସେନେଇ ତାରିଖ ଘୋଷଣା ହୋଇଛି। ପିଲାମାନେ cbse.gov.inକୁ ଯାଇ ପରୀକ୍ଷା ତାରିଖ ଓ ସମୟ ବିଷୟରେ ଜାଣି ପାରିବେ।
ବୋର୍ଡର ଘୋଷଣା ଅନୁଯାୟୀ, ଆସନ୍ତା ଫେବୃଆରୀ ୧୫ରୁ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ୧୦ମ ପରୀକ୍ଷା ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୧ ଯାଏ ଚାଲିବ। ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହେବ ଓ ଏପ୍ରିଲ ୫ରେ ସରିବ।
ଉଭୟ ଶ୍ରେଣୀର ପରୀକ୍ଷା ସକାଳ ୧୦.୩୦ରେ ଆରମ୍ଭ ହେବ ଓ କିଛି ପରୀକ୍ଷା ୧୨.୩୦ରେ ସରିବାକୁ ଥିବା ବେଳେ ଆଉ କିଛି ବିଷୟର ସମୟ ୧.୩୦ରେ ଶେଷ ହେବ। ପରୀକ୍ଷା ପ୍ରଶ୍ନପତ୍ର ପଢ଼ିବା ପାଇଁ ଉଭୟ କ୍ଲାସର ପିଲାଙ୍କୁ ୧୫ ମିନିଟ୍ ସମୟ ଦିଆଯିବ। ଏହାପରେ ସେମାନେ ଉତ୍ତର ଲେଖିବା ଆରମ୍ଭ କରିବେ। ସେହିପରି ପ୍ରାଟିକାଲ ପରୀକ୍ଷା ଜାନୁଆରୀ ୨ରୁ ଆରମ୍ଭ ହୋଇ ଫେବୃଆରୀ ୧୪ରେ ସରିବ। ଏହାର ପରଦିନ ଅର୍ଥାତ୍ ୧୫ ତାରିଖରୁ ଥିଓରୀ ପରୀକ୍ଷା ଆରମ୍ଭ ହେବ।
ବିଭିନ୍ନ ପ୍ରବେଶିକା ପରୀକ୍ଷା ବିଶେଷ କରି ଜେଇଇ ମେନ୍କୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଏହାବାଦ ପରୀକ୍ଷା ପାଇଁ ପିଲାମାନଙ୍କୁ ଅଧିକ ସମୟ ଦେବା ପାଇଁ ବହୁତ ପୂର୍ବରୁ ତାରିଖ ଘୋଷଣା କରାଯାଇଥିବା ବୋର୍ଡ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/12/CBSE.jpg)