Advertisment

ହାଇବ୍ରିଡ୍ ମୋଡ୍‌କୁ ଖାରଜ କଲେ ସୁପ୍ରିମକୋର୍ଟ, ଅଫ୍‌ଲାଇନ୍‌ରେ ହେବ ଏସବୁ ପରୀକ୍ଷା

ନୂଆଦିଲ୍ଲୀ: ଅଫ୍‌ଲାଇନ୍‌ରେ ହେବ କ୍ଲାସ ୧୦, ସିବିଏସଇ ଏବଂ ଆସିଏସଇ ପରୀକ୍ଷା। ଏହି ପରୀକ୍ଷା ପାଇଁ ହାଇବ୍ରିଡ ବା ଭର୍ଚୁଆଲ୍ ମୋଡ୍ ପାଇଁ ହୋଇଥିବା ଆବେଦକନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ସିବିଏସଇର ୬ ଜଣ ଛାତ୍ର ଏବଂ ସିଆଇଏସସି ପକ୍ଷରୁ ଏହି ଆବେଦନ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ  ବରିଷ୍ଠ ଆଡଭୋକେଟ୍ ସଞ୍ଜୟ ହେଗଡେ। ସେ  ସୁପ୍ରିମକୋର୍ଟରେ ଏହି ମାମଲା ଉପସ୍ଥାପନ କରିଥିଲେ।  ଆବେଦନ ଅନୁଯାୟୀ ଏବେ ବି କୋଭିଡ୍‌ ସ୍ଥିତି ଥିବାରୁ ଫିଜିକାଲ […]

ଅଦ୍ୟତନ ହୋଇଛି
କେବେ ପ୍ରକାଶ ପାଇବ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ, ଉତ୍ତର ଦେଲେ ସଚିବ

CBSE

Advertisment

ନୂଆଦିଲ୍ଲୀ: ଅଫ୍‌ଲାଇନ୍‌ରେ ହେବ କ୍ଲାସ ୧୦, ସିବିଏସଇ ଏବଂ ଆସିଏସଇ ପରୀକ୍ଷା। ଏହି ପରୀକ୍ଷା ପାଇଁ ହାଇବ୍ରିଡ ବା ଭର୍ଚୁଆଲ୍ ମୋଡ୍ ପାଇଁ ହୋଇଥିବା ଆବେଦକନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ସିବିଏସଇର ୬ ଜଣ ଛାତ୍ର ଏବଂ ସିଆଇଏସସି ପକ୍ଷରୁ ଏହି ଆବେଦନ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ  ବରିଷ୍ଠ ଆଡଭୋକେଟ୍ ସଞ୍ଜୟ ହେଗଡେ।

Advertisment

ସେ  ସୁପ୍ରିମକୋର୍ଟରେ ଏହି ମାମଲା ଉପସ୍ଥାପନ କରିଥିଲେ।  ଆବେଦନ ଅନୁଯାୟୀ ଏବେ ବି କୋଭିଡ୍‌ ସ୍ଥିତି ଥିବାରୁ ଫିଜିକାଲ ମୋଡ୍‌ରେ ପରୀକ୍ଷା ଦେବା ନିରାପଦ ନୁହେଁ ବୋଲି ସେ ଯୁକ୍ତି ବାଢ଼ିଥିଲେ । ତେବେ ସିନିୟର ଆଡଭୋକେଟ୍ ତଥା ସଲିସିଟର ଜେନେରାଲ ତୁସାର ମେହେଟ୍ଟା କହିଥିଲେ ଯେ, ଗତ ବର୍ଷ କୌଣସି ହାଇବ୍ରିଡ୍‌ ମୋଡ୍‌ରେ ପରୀକ୍ଷା ହୋଇ ନଥିଲା। ଦେଶରେ ୧୪ ଲକ୍ଷ  ଦଶମ ଛାତ୍ରଛାତ୍ରୀ ଥିବା ବେଳେ ୨୦ ଲକ୍ଷ ସିବିଏସଇ ଛାତ୍ରଛାତ୍ରୀ ଅଛନ୍ତି। ତେବେ ପରୀକ୍ଷା ହଲରେ ୪୦ ବଦଳରେ ୨୦ ଜଣଙ୍କୁ ବସାଯାଉଛି। ଯାହା ଫଳରେ କ୍ଲାସରେ ସାମାଜିକ ଦୂରତା ରକ୍ଷା କରାଯାଇ ପାରୁଛି। ପରୀକ୍ଷା କେନ୍ଦ୍ରରେ ମଧ୍ୟ ୧୫,୦୦୦ ପର୍ଯ୍ୟନ୍ତ କ୍ଷମତା ବୃଦ୍ଧି କରାଯାଇଛି।  ସେହିପରି ପରୀକ୍ଷା ସୟମ ୩ ଘଣ୍ଟାରୁ ୯୦ ମିନିଟ୍‌କୁ ହ୍ରାସ କରାଯାଇଛି।   ସେ କହିଛନ୍ତି ଯେ, ପରୀକ୍ଷା ପ୍ରକ୍ରିୟାକୁ ବ୍ୟାଘାତ ନକରି ଆମେ ସୁରକ୍ଷା ପାଇଁ ଅଧିକ ପଦକ୍ଷେପ ଗ୍ରହଣ କରିପାରିବା।

ଉଭୟ ପକ୍ଷର ଶୁଣାଣି ପରେ ସୁପ୍ରିମକୋର୍ଟ କହିଛନ୍ତି, ଏବେ ପରୀକ୍ଷା ଚାଲିଛି। ତେଣୁ ବାସ୍ତବାଦୀ ହେବାକୁ ସେ ପରାମର୍ଶ ଦେଇଥିଲେ । ଏବେ ପରୀକ୍ଷା ଚାଲିଥିଲା ବେଳେ କେମିତି ଅନଲାଇନ୍‌ରେ ହେବ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ ? ତେବେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟ୍ ସଞ୍ଜୟ ହେଗଡେ କହିଛନ୍ତି ଯେ, ଗଣିତ ଏବଂ ବିଜ୍ଞାନ ପରି ପ୍ରମୁଖ ବିଷୟ ବାକି ଥିବା ବେଳେ ସେଥିରେ ଅଧିକ ଭିଡ଼ ହେବ। ଏବେ କେବଳ ମାଇନର ପେପରେ ପରୀକ୍ଷା ସରିଛି।   ତେଣୁ ଯେଉଁମାନେ ହାଇବ୍ରିଡ୍ ମୋଡ୍‌ରେ ପରୀକ୍ଷା ପାଇଁ ଚାହୁଁଛନ୍ତି ସେମାନଙ୍କୁ ଅନୁମତି ଦିଆଯାଉ ବୋଲି ସେ ଦାବି କରିଥିଲେ। ତେବେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏବେ ସବୁ ପ୍ରକ୍ରିୟା ସରିଯାଇଛି। ବିଳମ୍ବ ମଧ୍ୟ ହୋଇ ଯାଇଛି। ତେଣୁ ପରୀକ୍ଷା ପାଇଁ ଆଉ ଥରେ ରିସିଡ୍ୟୁଲ କରିହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe