Advertisment

କାଲି ପ୍ରକାଶ ପାଇବ ସିବିଏସ୍‌ଇ ୧୦ମ ରେଜଲ୍ଟ! କେମିତି ଚେକ୍‌ କରିବେ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରକାଶ ପାଇପାରେ ସିବିଏସ୍‌ଇ ୧୦ମ ରେଜଲ୍ଟ। ମହାମାରୀ କରୋନା ଯୋଗୁ ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ପରୀକ୍ଷା ବାତିଲ ହୋଇଥିଲା। ପୂର୍ବ ପ୍ରଦର୍ଶନ ଆଧାରରେ ଆସନ୍ତାକାଲି ୧୦ମ ଶ୍ରେଣୀ ରେଜଲ୍ଟ ବାହାରିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେହିପରି ଜୁଲାଇ ୩୧ ସୁଦ୍ଧା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବାହାରିବ। ରେଜଲ୍ଟ ଘୋଷଣା ହେବା ପରେ ପିଲାମାନେ ଏହାକୁ ସିବିଏସ୍‌ଇର ଅଫିସିଆଲ ୱେବସାଇଟ୍‌ରେ ଦେଖିପାରିବେ। cbse.nic.inରେ ନିଜର ପଞ୍ଜୀକରଣ ରୋଲ ନଂ […]

କାଲି ପ୍ରକାଶ ପାଇବ ସିବିଏସ୍‌ଇ ୧୦ମ ରେଜଲ୍ଟ! କେମିତି ଚେକ୍‌ କରିବେ

CBSE

Advertisment

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରକାଶ ପାଇପାରେ ସିବିଏସ୍‌ଇ ୧୦ମ ରେଜଲ୍ଟ। ମହାମାରୀ କରୋନା ଯୋଗୁ ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ପରୀକ୍ଷା ବାତିଲ ହୋଇଥିଲା। ପୂର୍ବ ପ୍ରଦର୍ଶନ ଆଧାରରେ ଆସନ୍ତାକାଲି ୧୦ମ ଶ୍ରେଣୀ ରେଜଲ୍ଟ ବାହାରିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ସେହିପରି ଜୁଲାଇ ୩୧ ସୁଦ୍ଧା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବାହାରିବ। ରେଜଲ୍ଟ ଘୋଷଣା ହେବା ପରେ ପିଲାମାନେ ଏହାକୁ ସିବିଏସ୍‌ଇର ଅଫିସିଆଲ ୱେବସାଇଟ୍‌ରେ ଦେଖିପାରିବେ। cbse.nic.inରେ ନିଜର ପଞ୍ଜୀକରଣ ରୋଲ ନଂ ଜରିଆରେ ରେଜଲ୍ଟ ଜାଣିପାରିବେ।

ବିଧିବଦ୍ଧ ଭାବେ ସିବିଏସ୍ଇ ପକ୍ଷରୁ ରେଜଲ୍ଟ ପ୍ରକାଶ ତାରିଖ ଘୋଷଣା କରାଯାଇନାହିଁ। କିନ୍ତୁ ପୂର୍ବରୁ ଜୁଲାଇ ୨୦ରେ ରେଜଲ୍ଟ ବାହାରିବ ବୋଲି ସମସ୍ତେ ଆଶା କରିଥିଲେ। ଏ ସମ୍ପର୍କରେ ଆଜି ସନ୍ଧ୍ୟାରେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

Advertisment


ଅଫିସିଆଲ ୱେବସାଇଟ୍‌ ବ୍ୟବତୀତ ଡିଜିଲକର ଆପ୍ ଜରିଆରେ ମଧ୍ୟ ପିଲାମାନେ ସେମାନଙ୍କ ରେଜଲ୍ଟ ଜାଣିପାରିବେ। ଏହି ଆପ୍ରେ ପିଲାମାନେ ସେମାନଙ୍କ ନାଁ ଓ ଜନ୍ମ ତାରିଖ ଟାଇପ୍‌ କରି ପଞ୍ଜୀକରଣ କରିପାରିବେ। ରେଜଲ୍ଟ ବାହାରିବା ମାତ୍ରେ ଏହି ଆପ୍‌ ଜରିଆରେ ପିଲାମାନଙ୍କୁ ସୂଚନା ମିଳିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe