Advertisment

ଅସନ୍ତୁଷ୍ଟ ଓ କମ୍ପାର୍ଟମେଣ୍ଟ ପିଲାଙ୍କ ପରୀକ୍ଷା ପାଇଁ ତାରିଖ ଘୋଷଣା କଲା ସିବିଏସ୍‌ଇ

ନୂଆଦିଲ୍ଲୀ: ନିଜ ରେଜଲ୍ଟରେ ଖୁସି ନଥିବା ଓ କମ୍ପାର୍ଟମେଣ୍ଟ ପିଲାମାନଙ୍କ ପାଇଁ ସିବିଏସ୍ଇ ପରୀକ୍ଷା ତାରିଖ ଘୋଷଣା କରିଛି। ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପରୀକ୍ଷା ତାରିଖ ବୋର୍ଡ ପକ୍ଷରୁ ପ୍ରକାଶ କରାଯାଇଛି। ଘୋଷଣା ଅନୁଯାୟୀ, ସିବିଏସ୍‌ଇ ୧୦ମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଅଗଷ୍ଟ ୨୫ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ ଯାଏ ଚାଲିବ। ସେହିପରି ଦ୍ୱାଦଶ ଶ୍ରେଣୀ ପିଲାମାନେ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୧୬ ଯାଏ ପରୀକ୍ଷା ଦେବେ। ସିବିଏସ୍ଇ ପକ୍ଷରୁ କୁହାଯାଇଛି […]

ଅଦ୍ୟତନ ହୋଇଛି
ଅସନ୍ତୁଷ୍ଟ ଓ କମ୍ପାର୍ଟମେଣ୍ଟ ପିଲାଙ୍କ ପରୀକ୍ଷା ପାଇଁ ତାରିଖ ଘୋଷଣା କଲା ସିବିଏସ୍‌ଇ

CBSE

Advertisment

ନୂଆଦିଲ୍ଲୀ: ନିଜ ରେଜଲ୍ଟରେ ଖୁସି ନଥିବା ଓ କମ୍ପାର୍ଟମେଣ୍ଟ ପିଲାମାନଙ୍କ ପାଇଁ ସିବିଏସ୍ଇ ପରୀକ୍ଷା ତାରିଖ ଘୋଷଣା କରିଛି। ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପରୀକ୍ଷା ତାରିଖ ବୋର୍ଡ ପକ୍ଷରୁ ପ୍ରକାଶ କରାଯାଇଛି। ଘୋଷଣା ଅନୁଯାୟୀ, ସିବିଏସ୍‌ଇ ୧୦ମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଅଗଷ୍ଟ ୨୫ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ ଯାଏ ଚାଲିବ। ସେହିପରି ଦ୍ୱାଦଶ ଶ୍ରେଣୀ ପିଲାମାନେ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୧୬ ଯାଏ ପରୀକ୍ଷା ଦେବେ।

Advertisment

ସିବିଏସ୍ଇ ପକ୍ଷରୁ କୁହାଯାଇଛି ଯେ ସକାଳ ୧୦.୩୦ରୁ ସବୁ ପରୀକ୍ଷା ଆରମ୍ଭ ହେବ। ଦିନ ୧୦ଟାରେ ପ୍ରଥମେ ଉତ୍ତରଖାତା ଓ ୧୦.୧୫ରେ ପିଲାମାନଙ୍କୁ ପ୍ରଶ୍ନପତ୍ର ଦିଆଯିବ। ୧୫ ମିନିଟ୍‌ ପିଲାମାନଙ୍କୁ ପ୍ରଶ୍ନ ପଢ଼ିବାକୁ ଦିଆଯିବ। ଠିକ୍‌ ଦିନ ୧୦.୩୦ରେ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ପାଇଁ ପିଲାମାନଙ୍କୁ ଦୁଇ ଘଣ୍ଟା ସମୟ ମିଳିବ।

କେଉଁମାନେ ଦେଇପାରିବେ ପରୀକ୍ଷା

-ଯେଉଁ ଛାତ୍ରଛାତ୍ରୀମାନେ ନିକଟରେ ବୋର୍ଡ ପକ୍ଷରୁ ପ୍ରକାଶ ପାଇଥିବା ପରୀକ୍ଷା ଫଳରେ ସନ୍ତୁଷ୍ଟ ନୁହନ୍ତି।

Advertisment

-ଯେଉଁମାନେ ସିବିଏସ୍‌ଇ ଦ୍ୱାରା ଧାର୍ଯ୍ୟ ମାର୍କ ଆସେସ୍‌ମେଣ୍ଟ ବେଳେ ଗୋଟିଏ କିମ୍ବା ଦୁଇଟି ବିଷୟରେ ପାସ୍‌ କରିପାରନ୍ତି କିମ୍ବା କମ୍ପାର୍ଟମେଣ୍ଟ ଶ୍ରେଣୀରେ ରହିଛନ୍ତି।

-ଯେଉଁମାନଙ୍କ ରେଜଲ୍ଟ ସିବିଏସ୍‌ଇ ଟ୍ୟାବୁଲେସନ୍ ପଲିସି ୨୦୨୧ ଅଧୀନରେ ହୋଇପାରି ନାହିଁ।

-ଯେଉଁ ଛାତ୍ରଛାତ୍ରୀମାନେ ୨୦୨୧ରେ ୬ଟି ବିଷୟରେ ପରୀକ୍ଷା ଦେଇଥିଲେ ଓ ପାସ୍ କରିଥିଲେ। କିନ୍ତୁ ମୁଖ୍ୟ ୫ଟି ବିଷୟରୁ କୌଣସି ଗୋଟିଏରେ ପାସ୍ କରିପାରି ନାହାନ୍ତି, ସେମାନେ ଏହି ପରୀକ୍ଷା ଦେଇପାରିବେ।

ପିଲାମାନେ ସିଧାସଳଖ ପରୀକ୍ଷା ପାଇଁ ବୋର୍ଡ ୱେବସାଇଟ୍‌ରେ ଆବେଦନ କରିପାରିବେ ନାହିଁ। ସ୍କୁଲ ଜରିଆରେ ହିଁ ଆବେଦନ କରିବାର ନିୟମ ରହିଛି। ପିଲାମାନେ ପରୀକ୍ଷା ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସେମାନେ ବୋର୍ଡକୁ ଏ ବିଷୟରେ ଅବଗତ କରାଇବେ। ସ୍କୁଲ ହିଁ ପିଲାମାନଙ୍କୁ କେମିତି ଓ କେଉଁ ବିଷୟ ପାଇଁ ଆଡମିଟ୍‌ କାର୍ଡ ଡାଉନ ଲୋଡ କରିବାକୁ ପଡ଼ିବ, ତା’ର ସୂଚନା ଦେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe