Advertisment

ଘୋଷଣା ହେଲା CBSE ଟର୍ମ-୨ ପରୀକ୍ଷା ତାରିଖ

ନୂଆଦିଲ୍ଲୀ: ସିବିଏସଇ ଟର୍ମ-୨ ଥିଓରୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଆଗାମୀ ଏପ୍ରିଲ୍ ୨୬ ତାରିଖରୁ ଏହି ପରୀକ୍ଷା ହେବ। ତେବେ ପରୀକ୍ଷାର ସବିଶେଷ କାର୍ଯ୍ୟସୂଚୀ ଖୁବଶୀଘ୍ର ଜାରି ହେବ। ସିବିଏସଇ ଏକ ନୋଟିସ୍ ଜାରି କରି ପରୀକ୍ଷାର ତାରିଖ ସମ୍ବନ୍ଧରେ ସୂଚନା ଦେଇଛି। ସିବିଏସଇ ଏକ ବିବୃତ୍ତିରେ କହିଛି, ଟର୍ମ-୨ ପରୀକ୍ଷା ଏପ୍ରିଲ୍ ୨୬ ତାରିଖରୁ ହେବ। ଦଶମ ଓ ଦ୍ୱାଦଶ ପରୀକ୍ଷାର ଡେଟସିଟ୍ (ତାରିଖ) ଶୀଘ୍ର ଅଫିସିଆଲ୍ ୱେବସାଇଟ୍ cbse.nic.inରେ ଜାରି ହେବ। ସିବିଏସଇ […]

ଘୋଷଣା ହେଲା CBSE ଟର୍ମ-୨ ପରୀକ୍ଷା ତାରିଖ

exam

Advertisment

ନୂଆଦିଲ୍ଲୀ: ସିବିଏସଇ ଟର୍ମ-୨ ଥିଓରୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଆଗାମୀ ଏପ୍ରିଲ୍ ୨୬ ତାରିଖରୁ ଏହି ପରୀକ୍ଷା ହେବ। ତେବେ ପରୀକ୍ଷାର ସବିଶେଷ କାର୍ଯ୍ୟସୂଚୀ ଖୁବଶୀଘ୍ର ଜାରି ହେବ। ସିବିଏସଇ ଏକ ନୋଟିସ୍ ଜାରି କରି ପରୀକ୍ଷାର ତାରିଖ ସମ୍ବନ୍ଧରେ ସୂଚନା ଦେଇଛି। ସିବିଏସଇ ଏକ ବିବୃତ୍ତିରେ କହିଛି, ଟର୍ମ-୨ ପରୀକ୍ଷା ଏପ୍ରିଲ୍ ୨୬ ତାରିଖରୁ ହେବ। ଦଶମ ଓ ଦ୍ୱାଦଶ ପରୀକ୍ଷାର ଡେଟସିଟ୍ (ତାରିଖ) ଶୀଘ୍ର ଅଫିସିଆଲ୍ ୱେବସାଇଟ୍ cbse.nic.inରେ ଜାରି ହେବ।

Advertisment

ସିବିଏସଇ ପରୀକ୍ଷା କଣ୍ଟ୍ରୋଲର୍ ସ୍ୱୟଂ ଭରଦ୍ୱାଜ କହିଛନ୍ତି, କୋଭିଡ୍-୧୯ ମହାମାରୀକୁ ଦୃଷ୍ଟିରେ ରଖି ଦୁଇଟି ଯାକ ପରୀକ୍ଷାକୁ ଅଫଲାଇନ ମୋଡରେ କରିବାକୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ଶିକ୍ଷା ବୋର୍ଡ ପ୍ରଥମଥର ଦଶମ ଓ ଦ୍ୱାଦଶର ଫାଇନାଲ୍ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ଆୟୋଜନ କରୁଛି। ଦେଶରେ ବର୍ତ୍ତମାନ କରୋନା ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି।

https://twitter.com/ANI/status/1491404857726889986?s=20&t=tiYZhL5_CCJUwQC4tzg19g

Advertisment

ସିବିଏସଇ ପକ୍ଷରୁ ଟର୍ମ-୧ ପରୀକ୍ଷାର ରେଜଲ୍ଟ ଶୀଘ୍ର ପ୍ରକାଶ ପାଇପାରେ। ଦଶମ ଓ ଦ୍ୱାଦଶ ରେଜଲ୍ଟ ବାହାରିବା ପରେ କମିଶନର ଅଫିସିଆଲ୍ ୱେବସାଇଟ୍ ଯାଇ ଯାଞ୍ଚ କରିପାରିବେ। ଟର୍ମ-୧ର ରେଜଲ୍ଟ ପ୍ରାର୍ଥୀଙ୍କ ଦ୍ୱାରା ପ୍ରାପ୍ତ ମାର୍କ ଆଧାରରେ ପ୍ରକାଶ ପାଇବ।

ବୋର୍ଡ ନିଷ୍ପତ୍ତି ନେଇଛି, ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଛନ୍ତି, ସେମାନଙ୍କର ପାସ୍ କିମ୍ବା ଫେଲ୍ କ୍ୟାଟେଗୋରୀ ହେବ ନାହିଁ। ଅବଶ୍ୟ, ଟର୍ମ-୨ ପରୀକ୍ଷା ସମାପ୍ତ ହେବା ପରେ ବୋର୍ଡ ଦ୍ୱାରା ୧୦ମ ଓ ଦ୍ୱାଦଶ ଶ୍ରେଣୀର ଅନ୍ତିମ ଫଳାଫଳ ପ୍ରକାଶ ପାଇବ। ସିବିଏସଇ ଶୀଘ୍ର ଟର୍ମ-୨ ପରୀକ୍ଷା ପାଇଁ ସାମ୍ପଲ ପେପର ରିଲିଜ୍ କରିବ। ସାମ୍ପଲ୍ ପେପର୍ ଅଫିସିଆଲ୍ ୱେବସାଇଟ୍ cbseacademic.nic.in ରେ ପ୍ରକାଶ ପାଇବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe