/odisha-reporter/media/post_attachments/uploads/2022/01/6799.jpg)
cisf
ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ ବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) ୧୧୪୯ଟି କନଷ୍ଟେବଲ/ଫାୟାର ପଦରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। କେବଳ ପୁରୁଷଙ୍କ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।
ସଂରକ୍ଷିତ ପଦ ସଂଖ୍ୟା
୧୧୪୯ଟି ପଦବୀ ମଧ୍ୟରୁ ସାଧାରଣ ବର୍ଗଙ୍କ ପାଇଁ ୪୮୯ଟି ରହିଥିବା ବେଳେ ଏସ୍ସି ପ୍ରାର୍ଥୀଙ୍କ ପାଇଁ ୧୬୧ଟି, ଏସ୍ଟିଙ୍କ ପାଇଁ ୧୩୭ଟି, ଓବିସିଙ୍କ ପାଇଁ ୨୪୯ଟି ଓ ଇଡବ୍ଲ୍ୟୁଏସ୍ଙ୍କ ପାଇଁ ୧୧୩ଟି ପଦ ସଂରକ୍ଷିତ ରହିଛି।
ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା
ଆଶାୟୀ ପ୍ରାର୍ଥୀ ସ୍ୱୀକୃତି ପ୍ରାପ୍ତ ବୋର୍ଡ/ବିଶ୍ୱବିଦ୍ୟାଳୟରୁ ବିଜ୍ଞାନ ବିଷୟ ଥାଇ ଯୁକ୍ତ ଦୁଇ ପାସ୍ କରିଥିବା ଆବଶ୍ୟକ। ୨୦୨୨ ମାର୍ଚ୍ଚ ୪ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ୧୯୯୯ ମସିହା ମାର୍ଚ୍ଚ ୪ ତାରିଖ ପୂର୍ବରୁ ଏବଂ ୨୦୦୪ ମସିହା ମାର୍ଚ୍ଚ ୪ ତାରିଖ ପରେ ଜନ୍ମ ହୋଇ ନଥିବେ।
ଆବେଦନ ପ୍ରକ୍ରିୟା ଓ ଦରମା
ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଅନ୍ଲାଇନ୍ରେ ଆବେଦନ କରିବାକୁ ପଡ଼ିବ। ସେଥିପାଇଁ ସେମାନଙ୍କୁ ସିଆଇଏସ୍ଏଫ୍ର ୱେବସାଇଟ www.cisfrectt.in କୁ ଯିବାକୁ ପଡ଼ିବ। ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ପଦବୀରେ ନିଯୁକ୍ତି ପାଇବାକୁ ଥିବା ଯୋଗ୍ୟ ପ୍ରାର୍ଥୀମାନଙ୍କ ପେ’ ସ୍କେଲ୍ ୨୧,୭୦୦ରୁ ୬୯,୦୦୦ ମଧ୍ୟରେ ରହିଛି।
ପରୀକ୍ଷା ଫି’
ଏହି ପଦବୀ ପାଇଁ ଆବେଦନ କଲେ ପରୀକ୍ଷା ଫି’ ବାବଦକୁ ସାଧାରଣ ବର୍ଗ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଦେବାକୁ ପଡ଼ିବ। କିନ୍ତୁ ଏସ୍ସି, ଏସ୍ଟି ଓ ଇଏସ୍ଏମ୍ ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ। ଅଧିକ ସୂଚନା ଜାଣିବା ପାଇଁ www.cisfrectt.in/notifications/Fire21_Notification_English.pdf କୁ ଯାଆନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
