୧୮ ମାସ ପରେ ଆଜିଠୁ ସ୍କୁଲ ମୁହାଁ ଅଷ୍ଟମ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଅଫଲାଇନ୍‌ରେ ପାଠ ପଢ଼ିବେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ପ୍ରାୟ ୧୮ ମାସ ପରେ କ୍ଲାସରୁମ୍‌ରେ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି । ରାଜ୍ୟର ସମସ୍ତ ସରକାରୀ ଓ  ବେସରକାରୀ ସ୍କୁଲରେ ଆଜିଠୁ ପାଠପଢ଼ା ଆରମ୍ଭ ହେବ । ସକାଳ ୯ଟାରୁ ସାଢ଼େ ୧୨ଟା ଯାଏଁ କ୍ଲାସ୍ ଚାଲିବ । ଅଫଲାଇନ୍ ପାଠପଢ଼ା ପାଇଁ ସ୍କୁଲ କର୍ତ୍ତୃପକ୍ଷ ପୂର୍ବରୁ ବୈଠକ କରିଛନ୍ତି । ପାଠପଢ଼ା ସାଙ୍ଗକୁ କରୋନା କଟକଣାକୁ କିପରି କଡ଼ାକଡ଼ି ଭାବେ […]

students

Niharika Rout
  • Published: Monday, 25 October 2021
  • , Updated: 18 November 2021, 05:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଅଫଲାଇନ୍‌ରେ ପାଠ ପଢ଼ିବେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ପ୍ରାୟ ୧୮ ମାସ ପରେ କ୍ଲାସରୁମ୍‌ରେ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି । ରାଜ୍ୟର ସମସ୍ତ ସରକାରୀ ଓ  ବେସରକାରୀ ସ୍କୁଲରେ ଆଜିଠୁ ପାଠପଢ଼ା ଆରମ୍ଭ ହେବ ।

ସକାଳ ୯ଟାରୁ ସାଢ଼େ ୧୨ଟା ଯାଏଁ କ୍ଲାସ୍ ଚାଲିବ । ଅଫଲାଇନ୍ ପାଠପଢ଼ା ପାଇଁ ସ୍କୁଲ କର୍ତ୍ତୃପକ୍ଷ ପୂର୍ବରୁ ବୈଠକ କରିଛନ୍ତି । ପାଠପଢ଼ା ସାଙ୍ଗକୁ କରୋନା କଟକଣାକୁ କିପରି କଡ଼ାକଡ଼ି ଭାବେ ପାଳନ କରାଯିବ ତାହା ଉପରେ ତୀକ୍ଷଣ ଦୃଷ୍ଟି ଦିଆଯାଇଛି।

ଯେହେତୁ ଏହି ପିଲାମାନେ କରୋନା ଟିକା ନେଇନାହାନ୍ତି,  ତେଣୁ ସଂକ୍ରମଣ  ଅାଶଙ୍କା ଅଧିକ ରହିଛି ।  ତେଣୁ ସାନିଟାଇଜର ଓ ମାସ୍କକୁ କଡ଼ାକଡ଼ା  ପାଳନ କରାଯିବ । ସେପଟେ ଲମ୍ବା ସମୟ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ  ମଧ୍ୟରେ ଉତ୍ସୁକତା ଦେଖାଦେଇଛି।    ଗତବର୍ଷ ବିନା କ୍ଲାସ ଯାଇ ଏହି ଛାତ୍ରଛାତ୍ରୀ ସପ୍ତମରୁ ଅଷ୍ଟମକୁ  ଉତ୍ତିର୍ଣ୍ଣ ହୋଇଛନ୍ତି ।

Related story