students
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଅଫଲାଇନ୍ରେ ପାଠ ପଢ଼ିବେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ପ୍ରାୟ ୧୮ ମାସ ପରେ କ୍ଲାସରୁମ୍ରେ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଆଜିଠୁ ପାଠପଢ଼ା ଆରମ୍ଭ ହେବ ।
ସକାଳ ୯ଟାରୁ ସାଢ଼େ ୧୨ଟା ଯାଏଁ କ୍ଲାସ୍ ଚାଲିବ । ଅଫଲାଇନ୍ ପାଠପଢ଼ା ପାଇଁ ସ୍କୁଲ କର୍ତ୍ତୃପକ୍ଷ ପୂର୍ବରୁ ବୈଠକ କରିଛନ୍ତି । ପାଠପଢ଼ା ସାଙ୍ଗକୁ କରୋନା କଟକଣାକୁ କିପରି କଡ଼ାକଡ଼ି ଭାବେ ପାଳନ କରାଯିବ ତାହା ଉପରେ ତୀକ୍ଷଣ ଦୃଷ୍ଟି ଦିଆଯାଇଛି।
ଯେହେତୁ ଏହି ପିଲାମାନେ କରୋନା ଟିକା ନେଇନାହାନ୍ତି, ତେଣୁ ସଂକ୍ରମଣ ଅାଶଙ୍କା ଅଧିକ ରହିଛି । ତେଣୁ ସାନିଟାଇଜର ଓ ମାସ୍କକୁ କଡ଼ାକଡ଼ା ପାଳନ କରାଯିବ । ସେପଟେ ଲମ୍ବା ସମୟ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି। ଗତବର୍ଷ ବିନା କ୍ଲାସ ଯାଇ ଏହି ଛାତ୍ରଛାତ୍ରୀ ସପ୍ତମରୁ ଅଷ୍ଟମକୁ ଉତ୍ତିର୍ଣ୍ଣ ହୋଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/10/students-1.jpg)