Advertisment

ଏପ୍ରିଲ ୧୩ରୁ ନବମ ସମ୍ମେଟିଭ୍‌ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏପ୍ରିଲ ୧୩ ତାରିଖରୁ ଆରମ୍ଭ ହେବ ନବମ ସମ୍ମେଟିଭ୍‌ ପରୀକ୍ଷା-୨। ସକାଳ ୮ଟାରୁ ଫାଷ୍ଟ ସିଟିଂରେ ନିଜ ସ୍କୁଲରେ ହେବ ପରୀକ୍ଷା। ୧୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୨୧ ତାରିଖରେ ସରିବ। ଏପ୍ରିଲ ୧୮ରୁ ୨୬ ପର୍ଯ୍ୟନ୍ତ ଅନ୍ୟଏକ ସ୍କୁଲରେ ହେବ ମୂଲ୍ୟାୟନ। ଏନେଇ ସୂଚନା ଦେଇଛନ୍ତି ମାଧ୍ୟମ ଶିକ୍ଷା ପରିଷଦ ଉପସଭାପତି ନିହାର ରଞ୍ଜନ ମହାନ୍ତି। ସେପଟେ ମ୍ୟାଟ୍ରିକ୍‌ ପରୀକ୍ଷା ନେଇ ବିସ୍ତୃତ ତଥ୍ୟ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ଦଶମ ଭୋକେସନାଲ୍‌ […]

ଆଜି ଖୋଲିବ ସ୍କୁଲ୍, ଅଫ୍‌ଲାଇନରେ ପଢ଼ିବେ ଅଷ୍ଟମରୁ ଦ୍ୱାଦଶ ପିଲା

School

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏପ୍ରିଲ ୧୩ ତାରିଖରୁ ଆରମ୍ଭ ହେବ ନବମ ସମ୍ମେଟିଭ୍‌ ପରୀକ୍ଷା-୨। ସକାଳ ୮ଟାରୁ ଫାଷ୍ଟ ସିଟିଂରେ ନିଜ ସ୍କୁଲରେ ହେବ ପରୀକ୍ଷା। ୧୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୨୧ ତାରିଖରେ ସରିବ। ଏପ୍ରିଲ ୧୮ରୁ ୨୬ ପର୍ଯ୍ୟନ୍ତ ଅନ୍ୟଏକ ସ୍କୁଲରେ ହେବ ମୂଲ୍ୟାୟନ। ଏନେଇ ସୂଚନା ଦେଇଛନ୍ତି ମାଧ୍ୟମ ଶିକ୍ଷା ପରିଷଦ ଉପସଭାପତି ନିହାର ରଞ୍ଜନ ମହାନ୍ତି।

Advertisment

ସେପଟେ ମ୍ୟାଟ୍ରିକ୍‌ ପରୀକ୍ଷା ନେଇ ବିସ୍ତୃତ ତଥ୍ୟ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ଦଶମ ଭୋକେସନାଲ୍‌ ଟ୍ରେଡ୍‌ ଓ ଟିଏଲ୍‌ଭି (ଥାର୍ଡ ଲାଗୁଏଜ୍‌ ଭିଜୁଆଲ୍‌) ଛଡ଼ା ଅନ୍ୟ ସବୁ ପରୀକ୍ଷା ୮୦ ମାର୍କରେ ହେବ। ପରୀକ୍ଷା ଦୁଇ ଘଣ୍ଟା ଧରି ଚାଲିବ। ସକାଳ ଆଠଟାରୁ ପରୀକ୍ଷା ଆରମ୍ଭ ହେବ। ତେବେ ଗଣିତ ପାଇଁ ଅଧିକ ୧୫ ମିନିଟି ଦିଆଯାଇଛି। ଅର୍ଥାତ ଅନ୍ୟ ପରୀକ୍ଷା ୨ ଘଣ୍ଟା ହେଲେ ଗଣିତ ପରୀକ୍ଷା ପାଇଁ ପିଲାଏ ୨ ଘଣ୍ଟା ୧୫ ମିନିଟ୍‌ ପାଇବେ।

ପରୀକ୍ଷା ପାଇଁ ୪ଟି ସେଟ୍‌ ପ୍ରଶ୍ନପତ୍ର କରାଯାଇଛି। ୮୦ ମାର୍କର ପରୀକ୍ଷାରୁ ୫୦ ମାର୍କ ଅବ୍‌ଜେକ୍ଟିଭ୍‌ ପ୍ରଶ୍ନ(ମଲ୍‌ଟିପୁଲ୍‌ ଚଏସ୍‌) ଓ ୩୦ ମାର୍କ ସବ୍‌ଜେକ୍ଟିଭ୍‌ ପ୍ରଶ୍ନ ରହିବ। ଅବ୍‌ଜେକ୍ଟିଭ୍‌ ପ୍ରଶ୍ନ ଗୁଡ଼ିକର ଉତ୍ତର ପିଲାମାନେ ଓଏମ୍‌ଆର୍‌ ଆନ୍‌ସର୍‌ ସିଟ୍‌ରେ ଦେବେ। ୩୦ ନମ୍ୱରର ସବ୍‌ଜେକ୍ଟିଭ୍‌ ପ୍ରଶ୍ନ ଗୁଡ଼ିକର ଉତ୍ତର ପିଲାମାନେ ପ୍ରଶ୍ନ ସଂଲଗ୍ନ ଉତ୍ତର ଖାତାରେ ଲେଖିବେ। ଜେନେରାଲ୍‌ ସାଇନ୍ସ (ଜିଏସ୍‌ସି) ଓ ସାମାଜିକ ବିଜ୍ଞାନ(ଏସ୍‌ଏସ୍‌ସି)ର ୩୦ ମାର୍କର ସବ୍‌ଜେକ୍ଟିଭ୍‌ ପରୀକ୍ଷା ପାଇଁ ୪ଟି ପ୍ରଶ୍ନ ରହିବ। କିନ୍ତୁ ଅନ୍ୟ ବିଷୟ ଯେପରି କି, ଓଡ଼ିଆ, ଇଂଲିଶ, ଗଣିତ ଓ ତୃତୀୟ ଭାଷା(ସଂସ୍କୃତ ଏବଂ ହିନ୍ଦୀ)ର ୩୦ ମାର୍କର ସବ୍‌ଜେକ୍ଟିଭ୍‌ ପରୀକ୍ଷାରେ ୩ଟି ପ୍ରଶ୍ନ ରହିବ। ଦଶମ ଶ୍ରେଣୀ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ, ଜେନେରାଲ୍‌ ସାଇନ୍ସ ଓ ସୋସିଆଲ୍‌ ସାଇନ୍ସ ପାଇଁ ଅଲଗା ଅଲଗା ପ୍ରଶ୍ନ ହେବ ବୋଲି ବୋର୍ଡ ଉପ-ସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe