/odisha-reporter/media/post_attachments/uploads/2021/11/Untitled-1-81.jpg)
Exam
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାନୁଆରୀ ୫ ତାରିଖକୁ ଘୁଞ୍ଚିଲା ଦଶମ ଶ୍ରେଣୀର ସମେଟିଭ୍ ୧ ପରୀକ୍ଷା। ଏନେଇ ବୋର୍ଡ ଉପ ସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଦଶମ ସମେଟିଭ୍ ୧ ପରୀକ୍ଷା ଡିସେମ୍ବର ୨୭ ତାରିଖରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ତାକୁ ଘୁଞ୍ଚାଇ ଜାନୁଆରୀ ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
ବୋର୍ଡ ଉପ ସଭାପତି ଆହୁରି କହିଛନ୍ତି, ୫ତାରିଖରୁ ଏହି ପରୀକ୍ଷା ଆରମ୍ଭ ହୋଇ ୮ ତାରିଖରେ ଶେଷ ହେବ। ସବୁ ଜିଲ୍ଲାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ୫ ଲକ୍ଷ ୭୦ ହଜାର ପରୀକ୍ଷାର୍ଥୀ ସମେଟିଭ ୧ ପରୀକ୍ଷା ଦେବେ। ପରୀକ୍ଷା ପାଇଁ ଫର୍ମ ଫିଲପ୍ ସରିଯାଇଛି। ବର୍ତ୍ତମାନ ଡାଟା ବେସ୍ ପ୍ରସ୍ତୁତ ଚାଲିଛି।
ଏହି ପରୀକ୍ଷା ପାଇଁ ପିଲାମାନଙ୍କ ନିମନ୍ତେ ସ୍ୱତନ୍ତ୍ର ସେଣ୍ଟର ହୋଇଛି। ଯେମେତି ବୋର୍ଡ ପରୀକ୍ଷା ହୁଏ ସେମିତି ଢାଞ୍ଚାରେ ସମେଟିଭ୍ ୧ ପରୀକ୍ଷା ହେବ ବୋଲି ବୋର୍ଡ ଉପ ସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
