ଘୁଞ୍ଚିଲା ଦଶମ ଶ୍ରେଣୀର ସମେଟିଭ୍ ୧ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଜାନୁଆରୀ ୫ ତାରିଖକୁ ଘୁଞ୍ଚିଲା ଦଶମ ଶ୍ରେଣୀର ସମେଟିଭ୍ ୧ ପରୀକ୍ଷା। ଏନେଇ ବୋର୍ଡ ଉପ ସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦଶମ ସମେଟିଭ୍‌ ୧ ପରୀକ୍ଷା  ଡିସେମ୍ବର ୨୭ ତାରିଖରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ତାକୁ ଘୁଞ୍ଚାଇ ଜାନୁଆରୀ ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ବୋର୍ଡ ଉପ ସଭାପତି ଆହୁରି କହିଛନ୍ତି, ୫ତାରିଖରୁ ଏହି ପରୀକ୍ଷା ଆରମ୍ଭ […]

Exam

Tapaswini Nayak
  • Published: Tuesday, 30 November 2021
  • , Updated: 30 November 2021, 05:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଜାନୁଆରୀ ୫ ତାରିଖକୁ ଘୁଞ୍ଚିଲା ଦଶମ ଶ୍ରେଣୀର ସମେଟିଭ୍ ୧ ପରୀକ୍ଷା। ଏନେଇ ବୋର୍ଡ ଉପ ସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଦଶମ ସମେଟିଭ୍‌ ୧ ପରୀକ୍ଷା  ଡିସେମ୍ବର ୨୭ ତାରିଖରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ତାକୁ ଘୁଞ୍ଚାଇ ଜାନୁଆରୀ ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ବୋର୍ଡ ଉପ ସଭାପତି ଆହୁରି କହିଛନ୍ତି, ୫ତାରିଖରୁ ଏହି ପରୀକ୍ଷା ଆରମ୍ଭ ହୋଇ ୮ ତାରିଖରେ ଶେଷ ହେବ। ସବୁ ଜିଲ୍ଲାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ୫ ଲକ୍ଷ ୭୦ ହଜାର ପରୀକ୍ଷାର୍ଥୀ ସମେଟିଭ ୧ ପରୀକ୍ଷା ଦେବେ। ପରୀକ୍ଷା ପାଇଁ ଫର୍ମ ଫିଲପ୍ ସରିଯାଇଛି। ବର୍ତ୍ତମାନ ଡାଟା ବେସ୍ ପ୍ରସ୍ତୁତ ଚାଲିଛି।

ଏହି ପରୀକ୍ଷା ପାଇଁ ପିଲାମାନଙ୍କ ନିମନ୍ତେ ସ୍ୱତନ୍ତ୍ର ସେଣ୍ଟର ହୋଇଛି।  ଯେମେତି ବୋର୍ଡ ପରୀକ୍ଷା ହୁଏ ସେମିତି ଢାଞ୍ଚାରେ ସମେଟିଭ୍ ୧ ପରୀକ୍ଷା ହେବ ବୋଲି ବୋର୍ଡ ଉପ ସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

 

Related story